ପ୍ରଶିକ୍ଷଣ ପରେ ଚାକିରୀ ଦେବାକୁ କହି ନିଯୁକ୍ତି ସଂସ୍ଥା ଠକି ଥିବା ଅଭିଯୋଗ

Published By : Prameya-News7 Bureau | May 15, 2019 IST

କେନ୍ଦ୍ରାପଡା ୧୫|୫: ପ୍ରଶିକ୍ଷଣ ପରେ ଚାକିରୀ ଦେବାକୁ କହି ନିଯୁକ୍ତି ସଂସ୍ଥା ଠକି ଥିବା ଅଭିଯୋଗ ହୋଇଛି । କେନ୍ଦ୍ରାପଡ଼ାର କିଛି ଛାତ୍ର ଛାତ୍ରୀ ଏନେଇ ଅଭିଯୋଗ କରିଛନ୍ତି | କେନ୍ଦ୍ରାପଡ଼ା ଜିଲ୍ଲାର ବିଭିନ୍ନ ସ୍ଥାନରେ ଡାଇବେଟିସ ରୋଗର ନିରାକରଣ ପାଇଁ କାର୍ଯ୍ୟ କରିବା ନିମନ୍ତେ ଲକ୍ଷ୍ନୌର ଏକ ସଂସ୍ଥା ନର୍ଥ ଇଣ୍ଡିଆନ ଏଜୁକେସନାଲ ଟ୍ରଷ୍ଟ କିଛି ଛାତ୍ର ଛାତ୍ରୀଙ୍କୁ ଚୟନ କରିଥିଲା | ସଂସ୍ଥା ସେମାନଙ୍କୁ ପ୍ରଶିକ୍ଷଣ ଦେବା ସହ ନିଯୁକ୍ତି ବାବଦକୁ କିଛି ଅର୍ଥ ମଧ୍ୟ ନେଇଥିଲା | ତେବେ ପ୍ରଶିକ୍ଷଣର ୟା ଭିତରେ ବର୍ଷ ଟିଏ ବିତି ଯାଇଥିଲେ ସୁଦ୍ଧା ସଂସ୍ଥାର ଏ ଯାଏଁ ଦେଖା ଦର୍ଶନ ନାହିଁ ବୋଲି ଠକେଇର ଶିକାର ହୋଇଥିବା ଛାତ୍ରଛାତ୍ରୀ ଅଭିଯୋଗ କରିଛନ୍ତି | ଏ ନେଇ କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କୁ ଭେଟି ସଂପୃକ୍ତ ସଂସ୍ଥା ବିରୋଧରେ କାର୍ଯ୍ୟନୁଷ୍ଠାନ ଦାବି କରିଛନ୍ତି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.