Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନବରଙ୍ଗପୁର : ଭାରସାମ୍ୟ ହରାଇ ଗଛରେ ପିଟିହେଲା ବାଇକ୍, ୨ ବାଇକ୍ ଆରୋହୀଙ୍କ ମୃତ୍ୟୁ
  • ||
  • ଭୁବନେଶ୍ୱର : ରାଜ୍ୟରେ ଆଉ ୧୪ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ମୃତକଙ୍କ ସଂଖ୍ୟା ୧୬୭୧ରେ ପହଞ୍ଚିଲା
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୬୪୨ କରୋନା ସଂକ୍ରମିତ, ୩୧୫୨୭୧ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଆସୁଛି ବାତ୍ୟା ‘ନିଭାର୍’: ୨୫ରୁ ପ୍ରବଳ ବର୍ଷା, ଜିଲ୍ଲାପାଳଙ୍କୁ ଆଲର୍ଟ ରହିବାକୁ ନିର୍ଦ୍ଦେଶ
  • ||

ପୁଣି ନବରଙ୍ଗପୁର ଏସପିଙ୍କ ନାମରେ ସଂଗୀନ ଅଭିଯୋଗ ; ସରକାରୀ ବାସଭବନରେ କାମ କରିବାକୁ ଆସିଥିବା କେବୁଲ ଅପରେଟରଙ୍କୁ ମାଡ

26/11/2018 at 9:22 AM

ନବରଙ୍ଗପୁର ୨୬|୧୧:  ପୁଣି ନବରଙ୍ଗପୁର ଏସପିଙ୍କ ନାମରେ ସଂଗୀନ ଅଭିଯୋଗ ହୋଇଛି । ତାଙ୍କ ସରକାରୀ ବାସଭବନରେ କାମ କରିବାକୁ ଆସିଥିବା ଜଣେ କେବୁଲ ଅପରେଟରଙ୍କୁ ମାଡ ମାରିଥିବା ଅଭିଯୋଗ ହୋଇଛି । ନବରଙ୍ଗପୁର ସେନାପତି ସାହିର ବାବୁଲା ଭତ୍ରା, ଏସପି  ବିବେକାନନ୍ଦ ଶର୍ମାଙ୍କ ନାଁରେ ଏଭଳି ଅଭିଯୋଗ ଆଣିଛନ୍ତି । କାରଣ ବି ଶୁଣିଲେ ଆପଣ ବି ଆଶ୍ଚର୍ଯ୍ୟ ହେବ । ଏସପି ସାହେବଙ୍କୁ ନମସ୍କାର କଲେ ନାହିଁ ବୋଲି କେବୁଲ ଅପରେଟରଙ୍କୁ ଏପରି ଦଶା ଭୋଗିବାକୁ ପଡିଛି ।

ଘଟଣା ଗତ ୨୩ ତାରିଖର । କେବୁଲ ଅପରେଟର ବାରୁଲା ଭତ୍ରା ଏସପିଙ୍କ ନବରଙ୍ଗପୁର ସ୍ଥିତ ସରକାରୀ ବାସଭବନରେ କାର୍ଯ୍ୟ କରିବାକୁ ଆସିଥିଲେ । ଏସପିଙ୍କ ବାସଭବନରେ ଥିବା ଆଲମିରା ପାଖରେ କାମ କରୁଥିବା ସମୟରେ ହଠାତ ଏସପି ପହଞ୍ଚି ଏଇଠି କଣ କରୁଛୁ ବୋଲି ପଚାରିଥିଲେ । ଏହା ପରେ କହିଥିଲେ, ମୁଁ ଏସପି ମୋତେ ଚିହ୍ନି ପାରିଲୁନି । ମୋତେ ନମସ୍କାର କାହିଁକି କରିଲୁ ନାହିଁ ବୋଲି ପଚାରି କେବୁଲ କର୍ମଚାରୀ ଜଣଙ୍କୁ ପ୍ରବଳ ମାଡ଼ ମାରିଥିଲେ । ଏସପିଙ୍କ ବାସଭବନରୁ କର୍ମଚାରୀ ଜଣକ ବାହାରିବା ପରେ କାହାକୁ ନକହିବା ପାଇଁ ଅନ୍ୟ ପୋଲିସ କର୍ମଚାରୀମାନେ କହିଥିଲେ  । ଏପରିକି ବଜାରରୁ ପ୍ୟାଣ୍ଟ ସାର୍ଟ ଓ ଜ୍ୟାକେଟ୍ କିଣିବାର ପ୍ରଲୋଭନ ଦେଖାଇଥିଲେ । ଏ ସମ୍ପର୍କରେ ଜାଣିଲା ପରେ ପ୍ରଦେଶ କଂଗ୍ରେସର କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀ, ଏସପିଙ୍କ କାର୍ଯ୍ୟକଳାପକୁ ବିରୋଧ କରିଛନ୍ତି । ଆଗାମୀ ଚାରି ତାରିଖ ସୁଦ୍ଧା ଏସପି କ୍ଷମା ନମାଗିଲେ ନବରଙ୍ଗପୁର ସହର ବନ୍ଦ ଡାକରା ଦିଆଯିବ ବୋଲି କହିଛନ୍ତି । ଏହାସହ ଏସପିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଦାବି କରିଛନ୍ତି ।

   Related Posts