ଏମ୍‌ସିଏଲ୍‌କୁ ଘେରିଲେ ଗ୍ରାମବାସୀ: ଦୀର୍ଘ ବର୍ଷ ହେଲା ପାଇ ନାହାନ୍ତି ନିଜର ପ୍ରାପ୍ୟ, ଦେଲେ ଚେତାବନୀ- ଦାବି ପୂରଣ ନହେଲେ ତୀବ୍ର ହେବ ଆନ୍ଦୋଳନ

Published By : Prameya-News7 Bureau | November 03, 2020 IST

ଝାରସୁଗୁଡା୩/୧୧: ବର୍ଷ ବର୍ଷ ଧରି ଏମ୍‌ସିଏଲ କୋଇଲା ଖଣିରେ ଜମି ହରାଇଥିବା ଲୋକମାନେ ଏପର୍ଯ୍ୟନ୍ତ ନିଜର ନ୍ୟାର୍ଯ୍ୟ ଦାବି ପାଇ ନାହାନ୍ତି। ଏ ନେଇ ବ୍ରଜରାଜନଗର ବିଜୁ ଯୁବ ଜନତା ଦଳର ନେତୃତ୍ବରେ ମାଆ ଦୁର୍ଗା ମହିଳା ସମିତିର ସଦସ୍ୟମାନେ ରାସ୍ତା ରୋକ ଆନ୍ଦୋଳନ କରିଥିଲେ।  ଏହି ଆନ୍ଦୋଳନର ମୁଖ୍ୟ ପ୍ରସଙ୍ଗ  ମଧୁବନ ନଗର ଗ୍ରାମ ଓ ସାନ ଯୋବ୍ ଗ୍ରାମର ଗରିବ ଆଦିବାସୀ ଓ ସୁଖବାସି ଲୋକମାନେ ଏମ୍‌ସିଏଲ୍‌ରେ ଘର, ଜମି, ଭିଟା ମାଟି ଏବଂ ଜଙ୍ଗଲ ଜମି ହରାଇ ସର୍ବହରା ହୋଇଯାଇଛନ୍ତି। ହେଲେ ଏପର୍ଯ୍ୟନ୍ତ ସେମାନଙ୍କୁ ଥଇଥାନ କିମ୍ବା ସେମାନଙ୍କ ପ୍ରାପ୍ୟ ପ୍ରଦାନ କରାଗଲା ନାହିଁ।

{"id":355754,"sizeSlug":"large"}

ବିଗତ ଦିନରେ ବିଭିନ୍ନ ସମୟରେ ଗ୍ରାମର ମହିଳାମାନେ ଏହା ବିରୋଧରେ ଆନ୍ଦୋଳନ କରି ଆସୁଥିଲେ। କିନ୍ତୁ ଏମ୍‌ସିଏଲର କର୍ତ୍ତୃପକ୍ଷ ସେମାନଙ୍କ ହକ୍ ଦେବେ ବୋଲି ମିଛ ପ୍ରତିଶ୍ରୁତି ଦେଇ ଆସୁଥିଲେ। ଗ୍ରାମବାସୀମାନେ ବର୍ଷ ବର୍ଷ ଧରି ଆନ୍ଦୋଳନ କରି କୌଣସି ସୁଫଳ ନମିଳିବା ଯୋଗୁଁ ଦୀର୍ଘ ଚାରି ମାସରୁ ଉର୍ଦ୍ଧ୍ବ ହେବ ଏମ୍‌ସିଲଏଲ କର୍ତ୍ତୃପକ୍ଷଙ୍କୁ ୪ଟି ପତ୍ର ଲେଖିଥିଲେ।

{"id":355755,"sizeSlug":"large"}

କିନ୍ତୁ ଦୁଃଖର କଥା ଏହି ୪ଟି ପତ୍ରରେ ମଧ୍ୟ MCL କର୍ତ୍ତୃପକ୍ଷ ଦୁଇ ଥର ବୈଠକ କରି ଦୁଇ ଦୁଇ ଥର ପୁଣି ପ୍ରତିଶ୍ରୁତି ପତ୍ର ଦେଇଥିଲେ। ହେଲେ କିଛି MCL ର ଅଫିସର୍ ଓ କିଛି ପ୍ରଶାସନର ଅଫିସର୍ ଠିକା ସଂସ୍ଥାମାନଙ୍କ ସପକ୍ଷରେ ଓକିଲାତି କରି ସବୁବେଳେ ଠକି  ଆସୁଛନ୍ତି। ଆଗାମି ଦିନରେ ଦାବି ପୂରଣ ନ ହେଲେ ଆନ୍ଦୋଳ ତୀବ୍ର ହେବ ବୋଲି ଆନ୍ଦୋଳକାରୀ ଚେତାବନୀ ଦେଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.