Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୧୧ ହଜାର ଉପରେ କରୋନା ସଂକ୍ରମଣ, ରାଜ୍ୟରେ ଗତ ୨୪ଘଣ୍ଟାରେ ବାହାରିଲେ ୧୧୭୩୨ ପଜିଟିଭ୍
  • ||
  • ରାଜ୍ୟରେ କରୋନା ନେଲା ଆଉ ୧୯ଜଣଙ୍କ ଜୀବନ, ୨୩୧୩ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା
  • ||
  • ଟ୍ରାନ୍ସଫର୍ମର ଉପରେ ଚଢିଗଲେ ଯୁବକ, ଜଳି ଯାଉଥିବା ବେଳେ ଉଦ୍ଧାର କଲା ଅଗ୍ନିଶମ ବାହିନୀ
  • ||
  • ସ୍ୱାମୀ ନା ସଇତାନ ? ସ୍ତ୍ରୀକୁ ପିଟିପିଟି କଲା ହତ୍ୟା
  • ||
  • ପାରା ଧରିବା ବେଳେ ଲାଗିଗଲା ବିଦ୍ୟୁତ ତାର, ପୋଡିଗଲା ଶରୀରର ୯୦%
  • ||

ମାହାଙ୍ଗାରେ ଚାନ୍ଦା ନଦେବାରୁ ଟ୍ରକ୍ ଚାଳକଙ୍କୁ ନିସ୍ତୁକ ମାଡ

13/09/2018 at 11:37 AM

କଟକ ୧୩|୯: ଚାନ୍ଦା ନଦେବାରୁ ଟ୍ରକ ଚାଳକଙ୍କୁ ନିସ୍ତୁକ ମାଡ । ମାହାଙ୍ଗା ପୋଲିସ ନାଁରେ ଆସିଛି ସଙ୍ଗୀନ ଅଭିଯୋଗ । ଆହତ ଟ୍ରକ ଚାଳକ ପଷୁଲୁଣ୍ଡା ଗାଁର ସତ୍ୟବ୍ରତ ବଳ । ତାଙ୍କ ମୁଣ୍ଡ, ହାତ ଓ ଗୋଡରେ ଗଭୀର ଆଘାତ ଲାଗିଛି । ଗୁରୁତର ଅବସ୍ଥାରେ ସାଲେପୁର ମେଡିକାଲରେ ଭର୍ତ୍ତି କରାଯାଇଛି । ସେ କଖାରୁ ନେଇ ସାଲେପୁର ହାଟକୁ ଆସୁଥିବା ବେଳେ କୁଆଁରପାଳ ରାସ୍ତାର ଗୈଡପଡା ଛକରେ ରାତି ପାଟ୍ରୋଲିଂ କରୁଥିବା ପୋଲିସ ତାଙ୍କୁ ଅଟକାଇଥିଲା। ଗଣେଷ ପୂଜା ପାଇଁ ୫ ହଜାର ଟଙ୍କା ଚାନ୍ଦା ମାଗିଥିଲେ । ସେ ଚାନ୍ଦା ନଦେବାରୁ ତାଙ୍କୁ ନିସ୍ତୁକ ମାଡ ମାରିବା ସହ ଗାଳିଗୁଲଜ କରିଥିଲେ । ଏହା ସହ ଗାଡିର କାଗଜ ପତ୍ର ଓ ଲାଇସେନ୍ସ ନେଇଯାଇଥିବା ଅଭିଯୋଗ ହୋଇଛି । ଏନେଇ ସାଲେପୁର ଏସଡିପିଓଙ୍କ ନିକଟରେ ସେ ଅଭିଯୋଗ କରିଛନ୍ତି ।

   Related Posts