ଏଲଆଇସି ହାଉସିଙ୍ଗ ଭଳି ସଂସ୍ଥା ପାଖରେ ଠକାମୀର ଶିକାର ହୋଇଥିବା ଅଭିଯୋଗ

Published By : Prameya-News7 Bureau | November 17, 2019 IST

ଭୁବନେଶ୍ୱର ୧୭।୧୧ - ଟଙ୍କା ଦିଆ  ସରିଛି  । ହେଲେ   ହିତାଧିକାରୀଙ୍କ  ମିଳୁନି ଘର । ଏଲଆଇସି ହାଉସିଙ୍ଗ  କେୟାର ହୋମ୍ସ ଲିମିଟେଡ ପକ୍ଷରୁ    ବୟସ୍କ ଓ ବରିଷ୍ଟଷ୍ଠ ନାଗରିକ  ମାନଙ୍କୁ  ଘର  ଦେବା ନେଇ ଚୁକ୍ତି  ହୋଇଥିଲା। ହେଲେ    ସମୟ ଗଡିଲାଣି ହେଲେ  ଏବେ ବି  ହିତାଧିକାରୀଙ୍କୁ ମିଳୁନି ଘର। ଯାହାକୂ ନେଇ  ଖୋଦ ଏଲଆଇସି  ହାଉସିଙ୍ଗ  ଭଳି ସଂସ୍ଥା ପାଖରେ   ଠକାମୀର ଶିକାର ହୋଇଥିବା  ଅଭିଯୋଗ କରିଛନ୍ତି ହିତାଧିକାରୀ।

{"id":185770,"sizeSlug":"large"}

ବିଲଡିଙ୍ଗ ନା ହେଉଛି  ଜୀବନ ଆନନ୍ଦ। ଏ ହେଉଛି ଭୁବନେଶ୍ବର  ଖଣ୍ଡଗିରି  ନିକଟ ଜୟଦେବ ବାଟିକା ନିକଟରେ  ଥିବା ଏଲଆସିର ଜୀବନ ଆନନ୍ଦ କୋଠା। ୫୦  ରୁ ଅଧିକ ବୟସ୍କ  ବୟସ୍କ ନାଗରିକ  ରାଜଧାନୀ ସୁଲଭ ମୁଲ୍ୟରେ  ଆପାର୍ଟମେଣ୍ଟ ଯୋଗାଇଦେବା ଲକ୍ଷ୍ୟରେ   ଏଲଆସି  ହାଉସିଙ୍ଗ ଫାଇନାଂସ୍‌ କେୟାର ହୋମ ପକ୍ଷରୁ ଏହି ପ୍ରକଳ୍ପ  ୨୦୧୧​‌​‌ ମସିହାରେ  ଆରମ୍ଭ କରାଯାଇଥିଲା।

{"id":185771,"sizeSlug":"large"}

୨୦୧୩ରେ  ଆପାର୍ଟଣ୍ଟେ ନିର୍ମାଣ କାମ ସାରି  ହିତାଧିକାରୀମାନଙ୍କୁ ହସ୍ତାନ୍ତର କରିବାର ଥିଲା। ୧୨୮ ଟି   ଥ୍ରି ବିଏଚକେ, ୬୪ ଟି ଟୁ ବିଏଚକେ, ଓ  ୨୪ ଟି  ଓ୍ବାନ ବିଚକେ ଆପାର୍ଟମେଣ୍ଟ ପାଇଁ ବୁକିଙ୍ଗ କରାଯାଇଥିଲା। । ନିୟମ  ଅନୁସାରେ  ହିତାଧିକାରୀ ମାନେ ଏଲଆଓସି ହଉସିଙ୍ଗକୁ ଅଗ୍ରୀମ ଟଙ୍କ ସହ ପରବର୍ତ୍ତୀ ସମୟରେ ନିର୍ଦ୍ଧାରିତ  ଦେୟ ପ୍ରଦାନ କରିଛନ୍ତି।

{"id":185772,"sizeSlug":"large"}

୨୦୧୩​‌ରେ  ହୀତାଧିକାରୀମାନଙ୍କୁ ଘର ହସ୍ତାନ୍ତର କରିବାର ଥିଲା ହେଲେ  ସମୟ ବିତିଯାଇଥିଲେ ମଧ୍ୟ    ହିତାଧିକାରୀ ମାନଙ୍କୁ ଏଯାଏଁ ଘର ହସ୍ତାନ୍ତର କରାଯାଇ ନଥିବାରୁ  ଅସନ୍ତୋଷ ବଢିବା​‌ରେ  ଲାଗିଛି। ଫଳରେ ଘର ପାଇବାକୁ  ଥିବା ହିତାଧିକାର ମେଳି ବାନ୍ଧିଥିଲେ।  ଆବଶ୍ୟକ ପଡିଲେ  ପ୍ରବର୍ତ୍ତନ  ନିର୍ଦେଶାଳୟର ଦ୍ବାରସ୍ଥ ହେବାକୁ ଚେତାବନୀ  ଦେଇଛନ୍ତି।

{"id":185773,"sizeSlug":"large"}

ସେପଟେ  ଏଲଆସି ହାଉସିଙ୍ଗ ଏସକାଲେସନ ନାରେ ହିତାଧିକାରୀଙ୍କ ଠାରୁ ଅଧିକ ଅର୍ଥ  ଦାବି କରୁଛି। ସତ୍ର୍ତ ମୁତାବକ  ନିୟମ   ଅନୁସାରେ   ହିତାଧିକାରୀ ମାନଙ୍କୁ ୨୦୧୩ରେ ଘର  ହସ୍ତାନ୍ତର  କରିବାର ଥିଲା ।​‌ ହେଲେ  ଟଙ୍କା  ଦେଇ ଦିନ  ଗଡୁଥିବାରୁ  ହିତାଧିକାରି ମାନେ  ଚିନ୍ତା​‌ରେ।।  ଏନେଇ ଭୁବନେଶ୍ବର ରୁପାଲି  ଛକ ଇପିକଲ ହାଉସରେ ଥିବା ଏଲଆସି ହାଉସିଙ୍ଗର  ରିଜିଓନାଲ ଅଫିସ ବାରମ୍ବାର ଦୗଡୁଥିବା  ଥିଲେ ମଧ୍ୟ ହିତାଧିକାରୀ ମାନଙ୍କୁ ଘର  ମିଳୁନି।

{"id":185774,"sizeSlug":"large"}

  ଏନେଇ     ଅନ୍ତର୍ଯ୍ୟାମୀ  ଜେନା  ନାମ ଜଶେ ହିତାଧିକାରୀ   ଖୋର୍ଦ୍ଧା କଞ୍ଜୁମ୍ୟର ଡିସପ୍ୟୁଟ ରିଡ୍ରେସାଲ ଫୋରମରେ   ଅଭିଯୋଗ କରିଛନ୍ତି। ଏଲଆସି  ହାଉସିଙ୍ଗ କେୟାର ହୋମ ଲିମିଟେଡ, ମୁମ୍ବାଇ, ଭୁବନେଶ୍ବର  ଆଞ୍ଚଳିକର ଏରିଆ ମ୍ୟାନେଜର, ପ୍ରକଳ୍ନ ନିର୍ଦେଶକଙ୍କୁ ପକ୍ଷଭୁକ୍ତ ପକ୍ଷ କରି କଞ୍ଜୁମର କେଶ କରିଛନ୍ତି। ହେଲେ   ଏଲଆସି  ହାଉସିଙ୍ଗ ଭଳି ଏକ ଖ୍ୟାତନାମା ସଂସ୍ଥା କିଭଳି  ଭାବେ  ହିତାଧିକାରୀଙ୍କୁ  ଠକି  ଚାଲିଛି ବୋଲି ଅଭିଯୋଗ ଉଠାଇଛନ୍ତି ହିତାଧିକାରୀ।

ରାଜଧାନୀ​‌ରେ ଘର ଖଣ୍ଡେ ର  ସ୍ବପ୍ନ ଦେଖାଇ ବୟସ୍କ ଲୋକଙ୍କ  ଠକିଚାଲଥିବା  ଏଲଆସି ହାଉସିଙ୍ଗ କର୍ତ୍ତୃପକ୍ଷ ହିତାଧିକାରମାନଙ୍କୁ  କେବେ  ଘର   ହସ୍ତାନ୍ତର କରୁଛି ତାହା  ଉପ​‌ରେ ନଜର।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.