Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବାରିପଦା : ଦିନ ଦ୍ବିପ୍ରହରରେ ଲୁଟ୍, ମହିଳାଙ୍କ ବେକରୁ ସୁନା ଚେନ୍ ଝାମ୍ପିନେଲେ ଦୁର୍ବୃତ୍ତ
  • ||
  • ବାରିପଦା : ୪୦ ଲକ୍ଷ ଟଙ୍କାର ଧଳା ଜହର ଜବତ, ଜଣେ ଗିରଫ
  • ||
  • ଖୋର୍ଦ୍ଧା : ଅଟୋ ଓ କାର୍ ମୁହାଁମୁହିଁ ଧକ୍କା, ୮ ଆହତ
  • ||
  • ଝାରସୁଗୁଡା : ଜାଲ୍ ନୋଟ୍ କାରବାରର ପର୍ଦ୍ଦାଫାଶ, ୫୭ହଜାର ଟଙ୍କାର ନକଲି ନୋଟ୍ ଜବତ, ରେଳବାଇ କର୍ମଚାରୀ ଗିରଫ
  • ||
  • ପୁରୀ : ମହାପ୍ରଭୁଙ୍କ ଦର୍ଶନ ପାଇଁ ବ୍ୟାରିକେଡ଼ରେ କରିଥିଲେ ଅପେକ୍ଷା, ହଠାତ୍ ଅସୁସ୍ଥ ହୋଇପଡିଲେ ଭକ୍ତ
  • ||
  • ଅନୁଗୋଳ : ଅନନ୍ତ କୋଇଲା ଖଣିରେ ଅଘଟଣ, କୋଇଲା ଲୋଡିଂ ବେଳେ ପୋତିହୋଇଗଲେ ଜଣେ
  • ||
  • ବ୍ରହ୍ମପୁର : ଭିଜିଲାନ୍ସ ପଞ୍ଝାରେ ଆରଆଇ, ଜମି ନିର୍ଦ୍ଧାରଣ ପାଇଁ ୫ ହଜାର ଟଙ୍କା ନେବାବେଳେ ଧରାପଡିଲେ
  • ||
  • ଭୁବନେଶ୍ବର : ଦିନରେ ରଙ୍ଗମିସ୍ତ୍ରୀ, ରାତିରେ ଚୋରୀ, ୫ ବର୍ଷ ଧରି ଖୋଜୁଥିଲା ପୋଲିସ, ଶେଷରେ ଧରାପଡିଲା
  • ||
  • କଟକ : ରମଜାନ ପାଇଁ ସିଏମସିର ଗାଇଡ୍‌ଲାଇନ୍, ନମାଜ ପାଠ ପାଇଁ ୧୦୦ ଲୋକଙ୍କୁ ଅନୁମତି
  • ||
  • ଜଳେଶ୍ବର : ନଦୀ ପଠାରୁ ମହିଳାଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଠାବ, ସ୍ବାମୀ ହତ୍ୟା କରିଥିବା ଅଭିଯୋଗ ଆଣିଲେ ବାପଘର
  • ||

ଚାଉଳ ପାଇଁ ଯାଇଥିବା ବେଳେ ଲୁହାରଡ଼ରେ ଆକ୍ରମଣ : ସ୍ତ୍ରୀ ମେଡିକାଲରେ ଭର୍ତ୍ତି, ସ୍ୱାମୀ ଫେରାର୍

9/09/2020 at 9:39 AM

ଭଦ୍ରକ ୦୯।୦୯:  ଚାଉଳ ଆଣିବା ପାଇଁ ଯିବା ବେଳେ ସ୍ତ୍ରୀଙ୍କୁ ମାଡ଼ ମାରିଲା ସ୍ୱାମୀ । ସ୍ତ୍ରୀ ଗୁରୁତର ଅବସ୍ଥାରେ ମେଡିକାଲ ରେ ଭର୍ତ୍ତି ହୋଇଥିବା ବେଳେ ସ୍ୱାମୀ ଫେରାର ହୋଇଯାଇଛନ୍ତି । ଏନେଇ ଥାନାରେ ଲିଖିତ ଏତଲା ଦିଆଯାଇଛି । ଭଦ୍ରକ ଜିଲ୍ଲା ଗ୍ରାମାଞ୍ଚଳ ଥାନା ସାବରଙ୍ଗ ଫାଣ୍ଡି ଅନ୍ତର୍ଗତ ବରହମପୁର ଗାଁରେ ଘଟିଛି ଘଟଣା ।

ଅଭିଯୋଗ ଅନୁଯାୟୀ କନକଲତା ସାହୁ ୨୦୧୨ ମସିହାରେ ଇଚ୍ଛାପୁର ଗାଁର ଉମାକାନ୍ତ ସାହୁଙ୍କୁ ବିବାହ କରିଥିଲେ । ତାଙ୍କର ଏକ ପୁତ୍ର ଥିବା ସତ୍ତ୍ୱେ ଯୌତୁକ ଜନିତ ନିର୍ଯାତନା ଦେଉଆସୁଥିଲେ ସ୍ୱାମୀ । ଏନେଇ ପୂର୍ବରୁ ଥାନାର ଦ୍ୱାରସ୍ଥ ହୋଇଥିଲେ କନକଲତା । ୨୦୧୬ ମସିହାରୁ ପୁଅ ସହ ବାପାଙ୍କୁ ଘରେ ରହୁଥିଲେ । ନିଜ ନାମରେ ଏକ ରାସନ କାର୍ଡ ଥିବାରୁ ସେ ଚାଉଳ ନେବାକୁ ଆସିଥିଲେ । ଚାଉଳ ମିଳିବାରେ ବିଳମ୍ବ ହେବାରୁ ନିକଟରେ ଥିବା ସମ୍ପର୍କୀୟଙ୍କ ଘରକୁ ଯିବା ବେଳେ ରାସ୍ତାରେ ସ୍ୱାମୀ ଉମାକାନ୍ତ ତାଙ୍କୁ ଦେଖିଥିଲେ । ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ   ହୋଇଥିଲା । କନକଲତାଙ୍କୁ ରାସ୍ତାରେ ଗୋଡାଇ ଲୁହା ରଡ଼ରେ ସ୍ୱାମୀ ଆକ୍ରମଣ କରିଥିବା ନେଇ ଲିଖିତ ଅଭିଯୋଗ କରିଛନ୍ତି ।

ସ୍ୱାମୀଙ୍କ ମାଡ଼ରେ କନକଲତାଙ୍କ ମୁଣ୍ଡ ଓ ଦେହରେ ଆଘାତ ଲାଗିଥିଲା । ଯାହାଫଳରେ ସେ ଗୁରୁତର ଅବସ୍ଥାରେ ଭଦ୍ରକ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଚିକିତ୍ସା ନିମନ୍ତେ ଭର୍ତ୍ତି କରାଯାଇଛି । ଇତି ମଧ୍ୟରେ ସ୍ୱାମୀ ଫେରାର ଥିବା ସୂଚନା ମିଳିଛି । ଘଟଣାସଂପର୍କରେ ଗ୍ରାମାଞ୍ଚଳ ପୋଲିସ ତରଫରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ ।

   Related Posts