ସରପଞ୍ଚ ସ୍ୱାମୀଙ୍କ କଳା କାରନାମା: ମଦ ପିଉଛନ୍ତି ଏଠି, ବୋତଲ ଭାଙ୍ଗୁଛନ୍ତି ସେଠି, ବିରୋଧ କଲେ ମିଳୁଛି ଧମକ

Published By : Prameya-News7 Bureau | June 25, 2020 IST

ଯାଜପୁରରୋଡ୨୫/୬: ସରପଞ୍ଚ ସ୍ବାମୀଙ୍କ କଳା କାରନାମା। ଆମ ଗାଁ ଆମ ବିକାଶ ଯୋଜନାରେ ନିର୍ମିତ ସାର୍ବଜନୀନ ଗୋଷ୍ଠୀ କେନ୍ଦ୍ରକୁ ଅକ୍ତିଆର କରି ସେଠାରେ ଚଳାଇଛନ୍ତି ଖଟି ଆଉ ମୌଜ୍‌ ମଜଲିସ୍‌। ପ୍ରତ୍ୟେକ ଦିନ ଏଠାରେ ଚାଲିଛି ମଦର ଆସର। ଏହା ପାଲଟିଛି ମଦ୍ୟପଙ୍କ ଆଡ୍ଡା ସ୍ଥଳୀ । ଗ୍ରାମବାସୀ ଏହାକୁ ପ୍ରତିବାଦ କଲେ ମିଳୁଛି ଧକମ । ଯାହାକୁ ନେଇ ଗ୍ରାମବାସୀ ଅତିଷ୍ଟ ଥିବା ବେଳେ ସରପଞ୍ଚଙ୍କ ସ୍ୱାମୀ ଓ ତାଙ୍କ ସହଯୋଗୀଙ୍କ ନାମରେ ଯାଜପୁର ରୋଡ ଥାନାରେ ଅଭିଯୋଗ ହୋଇଛି ।

ଅଭିଯୋଗ ମୁତାବକ ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ ଲକ୍ଷ୍ମୀନଗର ଗ୍ରାମରେ ଆମ ଗାଁ ଆମ ବିକାଶ ଯୋଜନାରେ ନିର୍ମାଣ ହୋଇଛି ଏକ ସାର୍ବଜନୀନ ଗୋଷ୍ଠୀ କେନ୍ଦ୍ର। ହେଲେ ସ୍ଥାନୀୟ ଲକ୍ଷ୍ମୀନଗର ସରପଞ୍ଚ ଗାୟତ୍ରୀ ସାହୁଙ୍କ ସ୍ୱାମୀ ପ୍ରଫୁଲ୍ଲ ସାହୁ କ୍ଷମତା ବଳରେ ଏହି ସାର୍ବଜନୀନ ଗୋଷ୍ଠୀ କେନ୍ଦ୍ରକୁ ଅକ୍ତିଆର କରି ଏଠାରେ ଅସାମାଜିକ କାର୍ଯ୍ୟକଳାପ କରୁଛନ୍ତି । ଗାଁର ବିକାଶ ପାଇଁ ଏହି ସାର୍ବଜନୀନ ଗୋଷ୍ଠୀ କେନ୍ଦ୍ର ନିର୍ମାଣ ହୋଇଥିବା ବେଳେ ଏହାକୁ କ୍ଲବ ଘର କରି ଦୈନିକ ଏଠାରେ ଭୋଜିଭାତ ମଦ ମାଂସର ଆସର ଜମାଉଛନ୍ତି । ଏହି ଗୋଷ୍ଠୀ କେନ୍ଦ୍ରକୁ ଲାଗି ରହିଛି ସୁକଦେବ ସାହୁଙ୍କ ଘର । ତେବେ ବିଭିନ୍ନ ସମୟରେ ସରପଞ୍ଚଙ୍କ ସ୍ୱାମୀ ଓ ତାଙ୍କ ସହଯୋଗୀ ମାନେ ସୁକଦେବଙ୍କ ଘର ମଧ୍ୟକୁ ମଦ ବୋତଲ ଫିଙ୍ଗିବା ସହ ତାଙ୍କ ୨ ବୋହୂଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରୁଥିବା ଅଭିଯୋଗ ମଧ୍ୟ ହୋଇଛି।

ଏମିତି କି ଗତ ୨ଦିନ ତଳେ ମଧ୍ୟ ରାତିରେ ସୁକଦେବ ସାହୁଙ୍କ ବଡ ବୋହୂ ଶୌଚ ହେବାକୁ ବାହାରକୁ ଯାଇଥିବା ବେଳେ ଗୋଷ୍ଠୀ କେନ୍ଦ୍ରରୁ ଅତର୍କିତ ଭାବେ ତାଙ୍କ ଉପରକୁ ମଦ ବୋତଲ ଫିଙ୍ଗା ଯାଇଥିଲା । ସେ ଜୀବନ ବଞ୍ଚାଇ ଘର ଭିତରକୁ ଦୌଡି ପଳାଇ ଥିଲେ ମଧ୍ୟ ଘରର ଝରକା ଓ ଅଗଣାକୁ ମଦ ବୋତଲ ଫିଙ୍ଗିଥିଲେ ଦୁର୍ବୃ। ଏନେଇ ଯାଜପୁର ରୋଡ ଥାନାରେ ସରପଞ୍ଚଙ୍କ ସ୍ୱାମୀ ପ୍ରଫୁଲ୍ଲ ଓ ତାଙ୍କର ୨ ସହଯୋଗୀଙ୍କ ନାମରେ ଅଭିଯୋଗ ହେବା ପରେ ପୋଲିସ ୨ଟି ମାମଲା ରୁଜୁ କରିଥିବା ଜଣାପଡିଛି । ତେବେ ଏହି ଘଟଣାରେ ପେଲିସର କୌଣସି ପ୍ରତିକ୍ରିୟା ମିଳିପାରିନାହିଁ । ସେପଟେ ଏହି ସାର୍ବଜନୀନ ଗୋଷ୍ଠୀ କେନ୍ଦ୍ରକୁ ରଙ୍ଗଶାଳା ବନେଇଥିବା ସରପଞ୍ଚ ସ୍ୱାମୀ ଓ ଅନ୍ୟ ଅଭିଯୁକ୍ତ ମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କିବାକୁ ଦାବୀ ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.