ଟଙ୍କା ନେଲେ କପି ଦେଲେନି, ହେଡ୍‌ ସାରଙ୍କ ବିରୋଧରେ ଆସିଲା ସଂଗୀନ ଅଭିଯୋଗ...

Published By : Prameya-News7 Bureau | August 13, 2020 IST

ନବରଙ୍ଗପୁର୧୩/୮: ସ୍କୁଲର ପ୍ରଧାନ ଶକ୍ଷକଙ୍କ ବିରୋଧରେ ଆସିଛି ସଂଗୀନ ଅଭିଯୋଗ। ମ୍ୟାଟ୍ରିକ ପରୀକ୍ଷାରେ ପାସ କରାଇଦେବା କହି ଖାଇଗଲେ ଲକ୍ଷାଧିକ ଟଙ୍କା। ଗରିବ ଆଦିବାସୀ, ହରିଜନ ଛାତ୍ରୀଙ୍କ ଠାରୁ ଟଙ୍କା ନଦେଲେ ଫେଲ୍ ହୋଇଯିବେ କହି ଜୋର ଜବରଦସ୍ତି ଟଙ୍କା ସାଉଁଟି ନେଇଥିବା ଅଭିଯୋଗ ହୋଇଛି। ଟଙ୍କା ଫେରେଇବାକୁ କହିଲେ ନାଲି ଆଖି ଦେଖାଉଛନ୍ତି ପ୍ରଧାନଶିକ୍ଷକ। ନବରଙ୍ଗପୁର ଜିଲ୍ଲା କୋଷା ଗୁମୁଡ଼ା ବ୍ଲକ ଆଦିବାସୀ, ହରିଜନ କଲ୍ୟାଣ ବିଭାଗର କର୍ଚ୍ଚାମାଲ ଉନ୍ନୀତ ଉଚ୍ଚ ମାଧ୍ୟମିକ  ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଗରିବ ଆଦିବାସୀ, ହରିଜନ ସମ୍ପ୍ରଦାୟର ୧୦ମ ଶ୍ରେଣୀ ଛାତ୍ରୀ ମାନଙ୍କୁ ଭୁଆଁ ବୁଲାଇ ପ୍ରଧାନଶିକ୍ଷକ ସୁରେଶ କୁମାର ବେହେରା ଲକ୍ଷାଧିଜ ଟଙ୍କା ହଡପ କରିନେଥିବା ଅଭିଭାବକମାନେ ଅଭିଯୋଗ କରିଛନ୍ତି। ପିଲାମାନେ କହିଛନ୍ତି, ସାର୍ ଯାହା କହିଥିଲେ, ପରୀକ୍ଷାରେ ସେଣ୍ଟରେ ଆମକୁ କିଛି କପି ଦେଲେ ନାହିଁ।

{"id":314030,"sizeSlug":"large","className":"is-style-rounded"}

 ଘଟଣା ଅନୁସାରେ ଚଳିତ ବର୍ଷ ହୋଇଯାଇଥିବା ମ୍ୟାଟ୍ରିକ ପରୀକ୍ଷା ସମୟ ପୂର୍ବରୁ ପ୍ରଧାନଶିକ୍ଷକ ତାଙ୍କ ବିଦ୍ୟାଳୟର ଛାତ୍ରୀ ମାନଙ୍କୁ ମ୍ୟାଟ୍ରିକ ପରୀକ୍ଷା ସେଣ୍ଟରରେ କପି ଯୋଗାଇ ଦିଆଯିବ ଏବଂ ସମସ୍ତଙ୍କୁ ପାସ କରାଯିବ ଏଥିପାଇଁ ହଷ୍ଟେଲରେ ରହି ପରୀକ୍ଷା ଦେବା ଛାତ୍ରୀ ମାନଙ୍କୁ ମୁଣ୍ଡ ପିଛା ୩ ହଜାର ଟଙ୍କା ଓ ଘରୁ ଯିବା, ଆସିବା କରି ପରୀକ୍ଷା ଦେବା ଛାତ୍ରୀ ମାନଙ୍କୁ ୧୮ ଶହ ଟଙ୍କା ଲେଖାଏଁ ନେଇଥିଲେ। ଯେଉଁ ମାନେ ଟଙ୍କା ଦେବେ ନାହିଁ ସେମାନଙ୍କୁ କୌଣସି ପ୍ରକାର ସୁବିଧା ପରୀକ୍ଷା ସେଣ୍ଟେରରେ ଯୋଗାଇ ଦିଆଯିବ ନାହିଁ ବୋଲି ପ୍ରଧାନଶିକ୍ଷକ ତାଗିଦ କରିଥିଲେ।

{"id":314031,"sizeSlug":"large","className":"is-style-rounded"}

ଯେମିତି ହେଲେ ଟଙ୍କା ଆଣିବା ପାଇଁ ଜୋର ଜବରଦସ୍ତି କରିଥିଲେ। ଛାତ୍ରୀମାନେ ଟଙ୍କା ନଦେଲେ କାଳେ ପ୍ରଧାନଶିକ୍ଷକଙ୍କ କୋପର ଶିକାର ହୋଇ ଫେଲ ହୋଇଯିବେ ଏହି ଭୟରେ ଛାତ୍ରୀ ମାନେ ଗରୀବ ବାପା,ମାଆ କୁଲି ମଜୁରୀ କରି ଆଣିଥିବା ଟଙ୍କାକୁ ଆଣି ପ୍ରଧାନ ଶିକ୍ଷକଙ୍କୁ ଦେଇଥିଲେ। ଏହି ଭଳି ୧ ଶହରୁ ଉର୍ଦ୍ଧ୍ବ ଛାତ୍ରୀଙ୍କ ଠାରୁ ଲକ୍ଷାଧିକ ଟଙ୍କା ଆଦାୟ କରିଥିଲେ ପ୍ରଧାନଶିକ୍ଷକ। ପରୀକ୍ଷା କେନ୍ଦ୍ରରେ ଛାତ୍ରୀଙ୍କୁ କୌଣସି ପ୍ରକାର ସହଯୋଗ ମିଳିଲା ନାହିଁ।ଗତ କିଛି ଦିନ ତଳେ ମ୍ୟାଟ୍ରିକ ପରୀକ୍ଷା ଫଳାଫଳ ବାହାରିଥିଲା।

{"id":314032,"sizeSlug":"large","className":"is-style-rounded"}

ଏଥିରେ ୪୦ ରୁ ଉର୍ଦ୍ଧ୍ବ ଛାତ୍ରୀ ଫେଲ ହୋଇଯାଇଥିଲେ। ଏହି ଫଳାଫଳକୁ ନେଇ ଫେଲ ହୋଇଯାଇଥିବା ଛାତ୍ରୀ ସେମାନଙ୍କ ଅଭିଭାବକମାନେ ଓ ପ୍ରଧାନଶିକ୍ଷକଙ୍କ ଉପରେ କ୍ଷୁବ୍ଧ ହୋଇ ଉଠିଛନ୍ତି। ପ୍ରଧାନଶିକ୍ଷକ ଠକି ସେମାନଙ୍କ ଠାରୁ ଟଙ୍କା ହଡପ କରିଗଲେ ବୋଲି ଏବେ ଅଭିଯୋଗ କରିଛନ୍ତି। ମ୍ୟାଟ୍ରିକ ପରୀକ୍ଷାରେ ଫେଲ ହୋଇଥିବା ଛାତ୍ରୀ ଓ ଅଭିଭାଭକ ମାନେ ପ୍ରଧାନଶିକ୍ଷକ ଙ୍କୁ ଟଙ୍କା ଫେରେଇବାକୁ କହିବାରୁ ପ୍ରଧାନଶିକ୍ଷକ ନାଲି ଆଖି ଦେଖାଉଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.