ରାଗିଗଲେ ଦିଦି : ୨୨ ଜଣ ଛାତ୍ରଛାତ୍ରୀଙ୍କୁ ଅକଥନୀୟ ମାଡ଼ ଅଭିଯୋଗ

Published By : Prameya-News7 Bureau | October 03, 2019 IST

ଜୟପୁର ୩/୧୦: ୨୨ଜଣ ଛାତ୍ରଛାତ୍ରୀଙ୍କୁ ପ୍ରଧାନ ଶିକ୍ଷୟିତ୍ରୀ ନିର୍ଦ୍ଧୁମ୍ ମାଡ଼ ମାରିଥିବା ଅଭିଯୋଗ ଆସିଛି। ଏମିତି ଘଟଣା ଘଟିଛି ଜୟପୁର ନିକଟସ୍ଥ ଧନପୁର ଉନ୍ନିତ ଉଚ୍ଚ ଵିଦ୍ୟାଳୟରେ।

{"id":165638}

ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ  କ୍ଳାସରେ ମାଡାମ ବୃତ୍ତର ବ୍ୟାସାର୍ଦ୍ଧ ପଚାରିଥିଲେ।ହେଲେ କ୍ଳାସର ୨୨ ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ଜଣେ ଵି ଏହାର ଉତ୍ତର ଦେଇ ପାରିଲେନି।ଆଉ ଏଥିରେ ରାଗି ଗଲେ ମାଡାମ।ରାଗ ଏମିତି ମୁଣ୍ଡରେ ଚଢିଲା ଯେ ୨୨ଜଣ ଛାତ୍ରଛାତ୍ରୀଙ୍କୁ ନିର୍ଦ୍ଧୁମ ଛେଚିଲେ।ଆଉ ଏଥିରେ କାହାର ହାତ ଫାଟିଲା ତ ଆଉ କାହାର ପିଠି।ଝିଅମାନେ ବି ଏଥିରୁ ବର୍ତ୍ତିନଥିଲେ। ୮ ଜଣ ଛାତ୍ରଛାତ୍ରୀ ଙ୍କ ଅବସ୍ଥା ଏମିତି ହେଲା ଯେ ଡାକ୍ତରଖାନାରେ ଭର୍ତ୍ତି ହେଵା ପର୍ଯ୍ୟନ୍ତ କଥା ଗଲା। ଆଉ ଏଭିଯୋଗ ଆସିଛି ପ୍ରଧାନ ଶିକ୍ଷୟତ୍ରୀ ତନ୍ମୟୀ ପଟ୍ଟନାୟକଙ୍କ ବିରୋଧରେ।ଏ ନେଇ ଥାନାରେ ମାମଲା ଦାୟର ହେଵା ସହ ସିଡବ୍ଲ୍ୟୁସି ଘଟଣାର ତଦନ୍ତ କରଛି।ଆଜି ସଂପୃକ୍ତ ସ୍କୁଲକୁ ଯାଈ ଶିକ୍ଷା ଵିଭାଗ ତରଫରୁ ତଦନ୍ତ କରାଯିବ।ସେହିପରି ଜଣେ ଡିଏସପି ମଧ୍ୟ ଘଟଣାର ତଦନ୍ତ କରିଵେ।

{"id":165639}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.