ଡାକ୍ତରଙ୍କ ଦାୟିତ୍ବହୀନତା ! ୩ବର୍ଷର ଶିଶୁର ଭଙ୍ଗା ଗୋଡକୁ ଭୁଲ୍ ବ୍ୟାଣ୍ଡେଜ କରିଥିବା ଅଭିଯୋଗ

Published By : Prameya-News7 Bureau | August 29, 2019 IST

ନବରଙ୍ଗପୁର ୨୯।୮: ଡାକ୍ତରଙ୍କ ଦାୟିତ୍ବହୀନତା ପାଇଁ ଅସହ୍ୟ ଯନ୍ତ୍ରଣା ଭୋଗୁଛି ତିନି ବର୍ଷର ଶିଶୁ । ୨୦ ଦିନ ଧରି ଶେଯରେ ପଡି ରହି ଯନ୍ତ୍ରଣାରେ କାନ୍ଦୁଛି ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ୍ ଜଟାବାଲ ଗାଁର ଶେଖ ମୁନ୍ନାଙ୍କ ପୁଅ । ଭଙ୍ଗା ଗୋଡକୁ ଡାକ୍ତର ଖାଲି ବ୍ୟାଣ୍ଡେଜ କରିବା ଯୋଗୁଁ ଶିଶୁଟି ଯନ୍ତ୍ରଣା ଭୋଗୁଛି ।   

{"id":150479}

ସୂଚନାଯୋଗ୍ୟ ଯେ, ଗତ ୬ ତାରିଖ ଦିନ ଛାତ ଉପରେ ଖେଳୁ ଖେଳୁ ଭାରସାମ୍ୟ ହରାଇ ହଠାତ୍ ତଳେ ପଡିଯାଇଥିଲେ । ପରିବାର ଲୋକେ ନବରଙ୍ଗପୁର ଆଣି ଏକ୍ସରେ କରାଇବାରୁ ରିପୋର୍ଟରେ ଶିଶୁଟିର ବାମ ଗୋଡ଼ ଭାଙ୍ଗି ଯାଇଥିବା ଜଣାପଡ଼ିଥିଲା । ପରିବାରଲୋକ କୋରାପୁଟ ଜିଲ୍ଲା ଜୟପୁରରେ ଥିବା ଜଣେ ଅସ୍ଥି ଶଲ୍ୟ ବିଶେଷଜ୍ଞଙ୍କ ନିକଟକୁ ଶିଶୁଟିକୁ ନେଇ ଦେଖାଇଥିଲେ । ଏହାପରେ ଡାକ୍ତର ପୁଣି ଥରେ ଭାଙ୍ଗିଯାଇଥିବା ଗୋଡ଼ର ଏକ୍ସରେ କରିବା ପାଇଁ କହିଥିଲେ । ଏହି ଏକ୍ସରେ ରିପୋର୍ଟ ଆସିବା ପରେ ଗୋଡ଼ ଭାଙ୍ଗିଯାଇଛି କହି ୫ ହଜାର ଟଙ୍କା  ନେଇ ବ୍ୟାଣ୍ଡେଜ କରିଦେବେ ବୋଲି କହିଥିଲେ ।  ଏହାପରେ ଡାକ୍ତର ଶିଶୁର ଗୋଡ଼କୁ ବ୍ୟାଣ୍ଡେଜ କରିଥିଲେ ଓ ଫିସ୍ ବି ନେଇଥିଲେ । ଏହାପରେ ପରିବାର ଲୋକେ ଶିଶୁକୁ ଧରି ଘରକୁ ଚାଲି ଆସିଥିଲେ ।

{"id":150480}

ତେବେ ଗତ ୨୦ଦିନ ଧରି ଶିଶୁକୁ କୌଣସି ଉପଶମ ମିଳିନଥିଲା। ଶିଶୁଟି ଇଶାରାରେ ଗୋଡ଼ ଯନ୍ତ୍ରଣା ହେଉଥିବା ଜାଣାଇବା ପରେ ପରିବାର ଲୋକେ ପୁଣି ନବରଙ୍ଗପୁର ଆଣି ଏକ୍ସରେ କରିବା ପରେ ଭଙ୍ଗା ଗୋଡଟି ଯେମିତିକୁ ସେମିତି ଭଙ୍ଗା ଅବସ୍ଥାରେ ରହିଥିବା ଜଣାପଡିଥିଲା । ଏହାପରେ ଏହି ଏକ୍ସରେ ରିପୋର୍ଟକୁ ଡାକ୍ତରଙ୍କ  ନିକଟକୁ ପଠାଇ ବୁଝିବାରୁ ସେ ଉପରେ ଖାଲି ବ୍ୟାଣ୍ଡେଜ ବନ୍ଧା ହୋଇଛି । ଭାଙ୍ଗି ଥିବା ହାଡ଼ଟି ବଢି ଯାଇଛି ଏହାକୁ ଅପରେସନ କରିବାକୁ ପଡିବ ବୋଲି କହିଥିଲେ ।  ଏହି ବିଷୟରେ ଡାକ୍ତରଙ୍କୁ ଫୋନରେ କହିବାରୁ ସେ ଏମିତି ହିଁ ଠିକ୍ କରାଯିବ ବୋଲି ଧମକାଇଥିବା ପରିବାରଲୋକେ ଅଭିଯୋଗ କରିଛନ୍ତି । ତେବେ ଏଠାରେ ପ୍ରଶ୍ନ ଉଠୁଛି ଏସବୁ ପାଇଁ ଦାୟୀ କିଏ ? ଏବେ ଚିକିତ୍ସା ପାଇଁ ଶିଶୁଟିକୁ ପରିବାର ଲୋକେ ବିଶାଖାପାଟନମ୍ ନେଉଥିବା ଜଣାପଡିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.