ପାପ ଲୁଚାଇବାକୁ ମହାପାପ:ନାବାଳିକାର ଗର୍ଭପାତ କରାଇ ଅଡ଼ୁଆରେ ଡାକ୍ତର ଓ ପୋଲିସ୍‌, ସାବତ ବାପା ସହ ୫ଜଣଙ୍କ ନାମରେ କେସ୍‌

Published By : Prameya-News7 Bureau | June 24, 2020 IST

ରାଉରକେଲା୨୪/୬: ବେଆଇନ୍‌ ଭାବେ ନାବାଳିକାଙ୍କ ଗର୍ଭପାତ କରି ଏବେ ହରଡ଼ଘଣାରେ ଡାକ୍ତର ଏବଂ ପୋଲିସ୍‌ ଅଧିକାରୀ। ସୁନ୍ଦରଗଡ ବୀରମିତ୍ରପୁର ଡାକ୍ତରଖାନାରେ ଗତ ୧୪ ତାରିଖ ରାତିରେ ବେଆଇନ୍‌ ଭାବେ ଜଣେ ନାବାଳିକାଙ୍କ ଗର୍ଭପାତ କରାଯାଇଛି। ଏହି ଘଟଣାରେ ସଂପୃକ୍ତ ଡାକ୍ତର ଏବଂ ଥାନା ଅଧିକାରଙ୍କ ସମେତ ୬ ଜଣଙ୍କ ନାଁରେ ରାଏବଗା ଥାନାରେ ମାମଲା ରୁଜୁ ହୋଇଛି।

ନାବାଳିକା ଗର୍ଭବତୀ ପରେ କରାଗଲା ଗର୍ଭପାତ। ସୁନ୍ଦରଗଡ଼ ଜିଲ୍ଲା ବୀରମିତ୍ରପୁର ରାଏବଗା ଅଞ୍ଚଳର ଜଣେ ୧୩ ବର୍ଷିୟା ନାବାଳିକା ଗର୍ଭବତୀ ହୋଇଥିଲେ। ଏହା ପରେ ଡାକ୍ତର ତାଙ୍କର ଗର୍ଭପାତ କରାଇଥିଲେ। ଏହି ଘଟଣାରେ ଗତ ୧୪ ତାରିଖ ରାତି ପ୍ରାୟ ୧୧ଟାରେ ବୀରମିତ୍ରପୁର ଥାନା ଅଧତ୍କାରୀ ସୁନ୍ଦରଗଡର ସିଡବ୍ଲୁସି ଅଧ୍ୟକ୍ଷଙ୍କୁ ଫୋନ୍‌ କରି ଜଣାଇଥିଲେ। ସେ କହିଥିଲେ ଯେ, ଜଣେ ଅସହାୟ ନାବାଳିକୁ ଉଦ୍ଧାର କରାଯାଇଛି।ଏହି କଥା ଶୁଣିବା ପରେ ସିଡବ୍ଲୁସି ଅଧ୍ୟକ୍ଷ କହିଥିଲେ ଯେ, ବର୍ତ୍ତମାନ ରାତି ଅନେକ ହେଲାଣି, ତେଣୁ କାଲି ଚାଇଲ୍ଡ ଲାଇନ୍‌ କିମ୍ବା ସିଡ୍ଲୁସିକୁ ହସ୍ତାନ୍ତର କରନ୍ତୁ।

କିନ୍ତୁ ସିଡବ୍ଲୁସି ଅଧ୍ୟକ୍ଷଙ୍କ କହିବା ଅନୁସାରେ ଥାନା ଅଧିକାରୀ ସେମିତି କରିନଥିଲେ। ସେହିଦିନ ରାତିରେ ବୀରମିତ୍ରପୁର ହସ୍ପିଟାଲ ଡାକ୍ତରଙ୍କ ସହ ଥାନା ଅଧିକାରୀ ଯୋଗାଯୋଗ କରିଥିଲେ। ରାତିରାତି ଥାନା ଅଧିକାରୀ ଏବଂ ଡାକ୍ତର ମିଶି ନାବାଳିକଙ୍କ ଗର୍ଭପାତ କରାଇଥିଲେ। ତା ପର ଦିନ ଅର୍ଥାତ ୧୫ ତାରିଖ ଦିନ ପୀଡିତାଙ୍କୁ ନେଇ ଚାଇଲ୍‌ଡ ଲାଇନ୍‌ରେ ହସ୍ତାନ୍ତର କରିଥିଲେ। ଏହି ଘଟଣା ପୁରା ଚାପି ଦିଆଯାଇଥିଲା। ନାବାଳିକାକୁ କାଉନସିଲ କରିବା ପରେ ଗୁମର ଖୋଲିଥିଲା। ପୀଡିତାଙ୍କ ବୟାନ ସମସ୍ତଙ୍କୁ ଚକିତ କରି ଦେଇଥିଲା। ସେ କହିଥିଲେ ତାଙ୍କୁ ବାରମ୍ବାର ଦୁଷ୍କର୍ମ କରାଯାଇଛି।

ଏହି ଘଟଣା ଲୋକ ଲୋଚନକୁ ଆସିବା ପରେ ଚାଇଲ୍‌ଡ ଲାଇନ୍‌ ପରିଦର୍ଶନରେ ସୁନ୍ଦରଗଡ଼ ଜିଲ୍ଲାପାଳ ଯାଇଥିଲେ। ଏହି ସମସ୍ତ ଘଟଣା ଶୁଣିବା ପରେ ତୁରନ୍ତ ତଦନ୍ତ ପାଇଁ ସୁନ୍ଦରଗଡ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ। ଏହି ଘଟଣାକୁ ଗୁରୁତର ସହ ନେଇଥିଲା ଜିଲ୍ଲା ଶିଶୁ ସୁରକ୍ଷା କମିଟି (ସିଡ୍ଲୁସି)।ସୁନ୍ଦରଗଡ଼ ଏସ୍‌ପି ପ୍ରକୃତ ଘଟଣା ତଦନ୍ତ କରି ଜିଲ୍ଲାପାଳଙ୍କୁ ନିକଟରେ ରିପୋର୍ଟ ଦାଖଲ କରିଛନ୍ତି।

ରିର୍ପୋଟ୍ ଆଧାରରେ ସୁନ୍ଦରଗଡ଼ ଜିଲ୍ଲା  ଶିଶୁ ସୁରକ୍ଷା ଅଧତ୍କାରୀ  ରାଏବଗା ଥାନାରେ (୧) ବୀରମିତ୍ରପୁର ଥାନା ଅଧତ୍କାରୀ (୨) ବୀରମିତ୍ରପୁର ଥାନାର ଏସଆଇ(୩) ନାବାଳିକାର ସାବତ ବାପା (୪) ସାବତ ବାପାଙ୍କ ସାଙ୍ଗ (୫) ନାଁରେ ଏତଲା ଦାୟର କରିଛନ୍ତି। ଏହାପରେ ବି ବେଆଇନ୍ ଭାବେ ଗର୍ଭପାତ କରାଇଥିବା ବୀରମିତ୍ରପୁର ଡାକ୍ତରଖାନାର ସଂପୃକ୍ତ ଡ଼ାକ୍ତରଙ୍କ ବିରୋଧରେ ମଧ୍ୟ ମାମଲା ରୁଜୁ ହୋଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.