Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସାଲେପୁର : ଆମ୍ବୁଲାନ୍ସକୁ ପିଟିଲା କାର୍, ଡ୍ରାଇଭର ଆହତ
  • ||
  • କଟକ : ସି-ସୋର ଘାଟରୁ ଅଜଣା ମୃତଦେହ ଉଦ୍ଧାର, ଭାସି ଆସିଥିବା ସନ୍ଦେହ
  • ||
  • ଚଣ୍ଡିଗଡ : ପଦ୍ମ ବିଭୂଷଣ ଫେରାଇଲେ ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ପ୍ରକାଶ ସିଂହ ବାଦଲ
  • ||
  • ନୂଆଦିଲ୍ଲୀ : ଅନଲାଇନ୍‌ରେ ହେବନାହିଁ CBSE ବୋର୍ଡ ପରୀକ୍ଷା, ପୂର୍ବଭଳି ପରୀକ୍ଷା ଦେବେ ଛାତ୍ରଛାତ୍ରୀ
  • ||
  • ଝାରସୁଗୁଡା : ବାପା ନା’ ରାକ୍ଷସ, ନିଶାଶକ୍ତ ଅବସ୍ଥାରେ ୧୧ ବର୍ଷର ଝିଅ ସହ କଲା ଦୁଷ୍କର୍ମ !
  • ||
  • କନ୍ଧମାଳ : ହଜିଗଲା ମା’ର ମମତା, ୪ ବର୍ଷ ଝିଅର ଗାଲ କାଟିଦେଲା ସାବତ ମା’ !
  • ||
  • ବଡବିଲ : ହାତୀ ଆକ୍ରମଣରେ ଚାଲିଗଲା ଜଣଙ୍କ ଜୀବନ, ଆତଙ୍କ ଖେଳାଇଛନ୍ତି ୧୧ଟିକିଆ ହାତୀ ପଲ
  • ||
  • ଓ୍ବାଶିଂଟନ୍ : ‘ପିଜ୍ଜା ହଟ୍’ର ଶୁଭାରମ୍ଭ କରିଥିବା ଫ୍ରାଙ୍କ୍ କାର୍ନିଙ୍କ ପରଲୋକ
  • ||
  • ବଲାଙ୍ଗୀର : ଭିଜିଲାନ୍ସ ପଞ୍ଝାରେ ରେଞ୍ଜର, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଏକକାଳୀନ ୩ଟି ସ୍ଥାନରେ ଚଢାଉ
  • ||
  • ଭୁବନେଶ୍ବର : ଅଫଲାଇନ୍‌ରେ ହେବ ମାଟ୍ରିକ୍ ଏବଂ ଯୁକ୍ତ ୨ ପରୀକ୍ଷା : ଗଣଶିକ୍ଷା ମନ୍ତ୍ରୀ
  • ||

ଗାଈକୁ ସୁସ୍ଥ କରିବା ବଦଳରେ ପଙ୍ଗୁ କରି ଦେଲେ ପ୍ରାଣୀ ଚିକିତ୍ସକ: ଏମିିତି ଅଭିଯୋଗ ନେଇ ଥାନାର ଦ୍ବାରସ୍ଥ ହେଲେ ମାଲିକ

11/11/2020 at 7:11 PM

ସାଲେପୁର୧୧/୧୧: ଗାଈର ଖଲିଆ ଅପରେସନ୍ କରି ଠିକ୍ କରିବା ବଦଳରେ ସମ୍ପୂର୍ଣ୍ଣ ପଙ୍ଗୁ କରି ଦେଲେ ଡାକ୍ତର। ଥାନାରେ ଏଭଳି ଅଭିଯୋଗ କରିଛନ୍ତି ଗାଈ ମାଲିକ ପରୀକ୍ଷିତ ବେହେରା। ସାଲେପୁର ବାଲିସାହି ଗାଁରେ ଏଭଳି ଘଟଣା ଘଟିଛି।  ଏ ନେଇ ପଶୁ ସମ୍ପଦ ବିଭାଗର ଡାକ୍ତର ବିବେକାନନ୍ଦ ସାହୁଙ୍କ ବିରୋଧରେ ସେ ଥାନାରେ ଅଭିଯୋଗ ମଧ୍ୟ କରିଛନ୍ତି। ଗାଈ ମାଲିକଙ୍କ ଅଭିଯୋଗ ମୁତାବକ, ଗାଈର ଖଲିଆ ଅପରେସନ୍ ପାଇଁ ଡାକ୍ତର ୨ ହଜାର ଟଙ୍କା ନେଇଥିଲେ। ଅପରେସନ୍ ପରେ ଗାଈଟି ସମ୍ପୂର୍ଣ୍ଣ ପଙ୍ଗୁ ହୋଇଯାଇଥିଲା।

ଏହାପରେ ଡାକ୍ତରଙ୍କୁ ଗାଈ ମାଲିକ ଫୋନ୍‌ କରିଥିଲେ। ହେଲେ ସେ ଫୋନ୍ ରିସିଭ୍‌ କରି ନଥିଲେ। ତେଣୁ ବାଧ୍ୟ ହୋଇ ଗାଈ ମାଲିକ ପରୀକ୍ଷିତ ବେହେରା ଡାକ୍ତରଙ୍କୁ ଭେଟ୍ କରିଥିଲେ। ହେଲେ ତାଙ୍କ କଥା ବୁଝିବା ବଦଳରେ ତାଙ୍କୁ ଗାଳିଗୁଲଜ କରିଥିଲେ। ଡାକ୍ତର କହିଥିଲେ, ତମ ଗାଈ ଏଠି ଚାକିରି କରି ନାହିଁ। ଏଠାରୁ ଚାଲିଯାଅ। ଏମିତି କି ତାଙ୍କୁ ଧମକଚମକ ଦେଇଥିଲେ ଡାକ୍ତର।  ଶେଷରେ ସାଲେପୁର ଥାନାରେ ଗାଈ ମାଲିକ ଏତଲା ଦେଇଛନ୍ତି।

   Related Posts