ପ୍ରିନ୍ସିପାଲଙ୍କ ଦବଙ୍ଗଗିରି : '.. FIR ନାଟକ ସରିଲା ପରେ ଦରମା ଦେବି..' ଅଡିଓ ଭାଇରାଲ୍ କେମିତି ଚାଲିଛି କଲେଜ ?

Published By : Prameya-News7 Bureau | October 22, 2020 IST

ଉଦଳା ୨୨।୧୦: କଲେଜରେ ପ୍ରିନ୍ସିପାଲ ଚଳାଇଛନ୍ତି ଦବଙ୍ଗଗିରି । କଲେଜ ଟଙ୍କାକୁ ଆତ୍ମସାତ କରୁଥିବା ବେଳେ କର୍ମଚାରୀ ଏବଂ ଅଧ୍ୟାପକ ନିଜ ଦରମା ମାଗିବାରୁ ତାଙ୍କୁ ଧମକ ମିଳୁଛି । ଯାହାର ଏକ୍ସକ୍ଲୁସିଭ୍ ଅଡିଓ ଲାଗିଛି ନ୍ୟୁଜ୍ ସେଭେନ ହାତରେ ।

{"id":348733,"sizeSlug":"large"}

ଶୁଣନ୍ତୁ କ'ଣ କହୁଛନ୍ତି କଲେଜ ପ୍ରିନ୍ସିପାଲ...

wp:html /wp:html

“ମୋ ନାଁରେ ଯେଉଁ ଏଫଆଇଆର ହୋଇଛି ଏବଂ ମୋ ବିରୋଧରେ ଯେଉଁ ନାଟକ ଚାଲିଛି ତାହା ସରିଲା ପରେ ଦରମା ଦେବି । ନ ହଲେ ଦରମା ନାହିଁ ।” ଏ କଥା ଆମେ କହୁନାହୁଁ ଏହା କହୁଛନ୍ତି କଲେଜ ଅଧ୍ୟକ୍ଷ । ତାହା ପୁଣି କଲେଜରେ କାର୍ଯ୍ୟରତ ଅଧ୍ୟାପକ ଏବଂ ଅଧ୍ୟାପିକାଙ୍କ ଦରମା ପ୍ରଦାନ କରିବା କଥାରେ ।

{"id":348742,"sizeSlug":"large"}

ଉଦଳା ରାଢୋ ଲୁଇପା ଡିଗ୍ରୀ ମହାବିଦ୍ୟାଳୟର କଲେଜ ଅଧ୍ୟକ୍ଷ ଆଦିକନ୍ଦ ଦେ କଲେଜରେ କାର୍ଯ୍ୟରତ ନନ ଡିପି ଷ୍ଟାଫମାନଙ୍କ ଦରମା ବାବଦର ଟଙ୍କା ବ୍ୟାଙ୍କରୁ ଉଠାଇ ଆଣିଥିବା ବେଳେ ୫ ମାସ ହେବ ସେମାନଙ୍କୁ ଦରମା ପ୍ରଦାନ କରିନାହାନ୍ତି । ଯାହାକୁ ନେଇ ନନ ଡିପି ଷ୍ଟାଫମାନେ ଏ ନେଇ କଲେଜ ଅଧ୍ୟକ୍ଷ ଏବଂ ପରିଚାଳନା କମିଟିର ସଭାପତିଙ୍କୁ ଜଣାଇଥିଲେ ସୁଦ୍ଧା କୌଣସି ସୁଫଳ ମିଳିପାରି ନଥିଲା ।

{"id":348743,"sizeSlug":"large"}

ଶେଷରେ ଅଧ୍ୟକ୍ଷଙ୍କ ଅନୁପସ୍ଥିତି ସମୟରେ କଲେଜର ଦାୟିତ୍ବରେ ଥିବା ଇନଚାର୍ଜ ଦରମା ବାବଦରେ କଲେଜ ଅଧ୍ୟକ୍ଷଙ୍କୁ ଫୋନ୍ କରିଥିଲେ । ହେଲେ କଲେଜ ଅଧ୍ୟକ୍ଷ ଆଦିକନ୍ଦ ଦେ କଲେଜରେ ନିଜର ହିଟଲରି ଶାସନ ଚଳାଇବା ଭଳି ତାଙ୍କ ନାଁରେ ପୂର୍ବରୁ ହୋଇଥିବା ଏଫଆଇଆର ଏବଂ ଅଭିଯୋଗ ଶେଷ ନ ହେବା ପର୍ଯୟନ୍ତ ଦରମା ଦେବେ ନାହିଁ ବୋଲି ସିଧାସିଧା ଶୁଣାଇ ଦେଇଥିଲେ ।

{"id":348735,"sizeSlug":"large"}

ଅନ୍ୟପଟେ କଲେଜ ଅଧ୍ୟକ୍ଷ ଗତ ଅକ୍ଟୋବର ୧ ତାରିଖରେ ଷ୍ଟାଫମାନଙ୍କୁ ଦରମା ଦେବା ନିମନ୍ତେ ୩ ଲକ୍ଷ ୮୬ ହଜାର ଟଙ୍କା ଉଠାଇ ଆଣିଥିବା ତାଙ୍କ ବ୍ୟାଙ୍କ ଷ୍ଟେଟମେଣ୍ଟରେ ସ୍ପଷ୍ଟ ହୋଇଛି । ପ୍ରିନ୍ସିପାଲ ଆଦିକନ୍ଦ ଦେ କଲେଜରେ କୋଟି କୋଟି ଟଙ୍କାର ଦୁର୍ନୀତିରେ ବୁଡି ରହିଥିବାରୁ ଏହାକୁ ନେଇ ସ୍ବର ଉଠାଇଛନ୍ତି କଲେଜର ଅନ୍ୟ ଷ୍ଟାଫ୍ । ଯାହାଫଳରେ ଏବେ ସେମାନଙ୍କୁ ଦରମା ନ ଦେବା ପାଇଁ ଧମକ ଦେଉଛନ୍ତି ଅଧ୍ୟକ୍ଷ । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.