Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବ୍ୟାଟସମ୍ୟାନଙ୍କ ପରେ ବିଫଳ ହେଲେ ଆରସିବି ବୋଲର, ‘କର ବା ମର’ ମ୍ୟାଚରେ ୫ ଓ୍ୱିକେଟରେ ଜିତିଲା ହାଇଦ୍ରାବାଦ
  • ||
  • ଗହଣା ଦୋକାନରୁ ଚୋରି, ଛାତ କଣା କରି ଲୁଟିନେଲେ ୨ କିଲୋର ସୁନା ଅଳଙ୍କାର
  • ||
  • ସାରୁଅ ଜମି କେଳେଙ୍କାରୀ : ଓଡିଶା ଇନଫ୍ରାଟେକ୍‌ର ଦୁଇ କର୍ମଚାରୀ ଗିରଫ, ଶ୍ରମିକଙ୍କୁ ଧମକ ଅଭିଯୋଗରେ ବାନ୍ଧିଲା ବାଘମାରୀ ପୋଲିସ
  • ||
  • IPL 2020: ବୁମରା ଓ ବୋଲ୍ଟଙ୍କ ଶାଣିତ ବୋଲିଂ ପରେ ଇଶାନଙ୍କ ଅର୍ଦ୍ଧଶତକ, ୯ ଓ୍ଵିକେଟ୍‌ରେ ଜିତିଲା ମୁମ୍ବାଇ ଇଣ୍ଡିଆନ୍ସ, ଦିଲ୍ଲୀର କ୍ରମାଗତ ଚତୁର୍ଥ ପରାଜୟ
  • ||
  • ଭୁବନେଶ୍ୱର : ଆସିଲା ଅନଲକ୍ ୬.୦ ଗାଇଡ଼ଲାଇନ୍‌
  • ||
  • ଭୁବନେଶ୍ୱର : ରାଜ୍ୟରେ ଆଉ ୧୨ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ଭୁବନେଶ୍ୱର : ରାଜ୍ୟରେ ୧୪୭୦ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଭୁବନେଶ୍ୱର : ୧୬ତାରିଖରେ ଖୋଲିବ ସ୍କୁଲ, ନବମରୁ ଦ୍ୱାଦଶ ଶ୍ରେଣୀ ଯାଏଁ ପିଲା ପଢିବାକୁ ଆସିବେ
  • ||
  • ଝରକା ତାଡ଼ି ବ୍ୟାଙ୍କରୁ ଲୁଟ୍ ! ପୋଲିସର ତଦନ୍ତ ଜାରି
  • ||
  • ଭୟଙ୍କର ଭୂକମ୍ପରେ ଥରିଲା ତୁର୍କୀ ଓ ଗ୍ରୀସ : ମୃତ୍ୟୁ ସଂଖ୍ୟା ୧୭କୁ ବୃଦ୍ଧି, ୭ ଶହରୁ ଅଧିକ ଆହତ
  • ||

ବିଏମ୍‌ସିର ସାଙ୍ଘାତିକ ଅବହେଳା, ୩ଦିନ ଧରି କଲବଲ ପରେ ହସ୍ପିଟାଲ ଗଲେ କରୋନା ସଂକ୍ରମିତ

19/07/2020 at 3:32 PM

ଭୁବନେଶ୍ୱର ୧୯।୦୭: ରାଜଧାନୀରେ ହଜାରରୁ ଅଧିକ କୋଭିଡ୍‌ ବେଡ୍‌ ଅଛି । ଏଇଠି ସବୁ କିଛି ସୁବିଧା । ପ୍ରତିଦିନ ବିଏମ୍‌ସି ଲମ୍ବା ଲମ୍ବା ଗାଇଡଲାଇନ୍‌ ଜାରି କରୁଛି । କିନ୍ତୁ ଜଣେ କରୋନା ସଂକ୍ରମିତ ରୋଗୀ ୩ଦିନ ଧରି କଲବଲ ହୋଇଥିଲେ ବି କୋଭିଡ୍‌ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇପାରିନାହାନ୍ତି । ଏ କଥା ନୁହେଁ ଯେ ବିଏମ୍‌ସି ପାଖରେ ଖବର ନାହିଁ । ରୋଗୀ ତଥା ଚିକିତ୍ସିତ ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ନେହୁରା ବିଏମ୍‌ସିର ପଥର କାନକୁ ତରଳାଇ ପାରିନି । ଜଣେ ଡାକ୍ତରଙ୍କ ଏଭଳି ଅଭିଯୋଗ ପରେ ବିଏମ୍‌ସିର ସାଙ୍ଘାତିକ ଅବହେଳା ପଦାକୁ ଆସିଛି ।

ସୂଚନାଯୋଗ୍ୟ ଯେ, ରାଜଗାଙ୍ଗପୁରର ବାସିନ୍ଦା ଡଃ. ତାହସିନ୍‌ ଅନୱର ଗତ ୧୩ ତାରିଖରେ ମା’ଙ୍କୁ ନେଇ ରାଜଧାନୀକୁ ଆସିଥିଲେ । କିଡ୍‌ନୀ ଜନିତ ସମସ୍ୟା ପାଇଁ ତାଙ୍କ ମା’ଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ହୋଇ ପଡିଥିଲା। ବିବେକାନନ୍ଦ ହସ୍ପିଟାଲରେ ତାଙ୍କର ଆଡମିଶନ୍‌ ହୋଇଥିଲା । ସେଠାରେ ଆଇସିୟୁରେ ରଖି ଚିକିତ୍ସା ଚାଲିଲା । ୧୪ ତାରିଖରେ କରୋନା ପରୀକ୍ଷା ପାଇଁ ତାଙ୍କ ନମୁନା ପଠାଯାଇଥିଲା । ୧୬ ତାରିଖରେ ରିପୋର୍ଟ ପଜିଟିଭ୍‌ ଆସିଲା । ତାଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ତୁରନ୍ତ କୋଭିଡ୍‌ ହସ୍ପିଟାଲକୁ ପଠାଯିବା କଥା।

ହସ୍ପିଟାଲ କର୍ତ୍ତୃପକ୍ଷ ତୁରନ୍ତ ଏ ନେଇ ବିଏମ୍‌ସିକୁ ଅବଗତ କରିଥିଲେ । ଶୀଘ୍ର କୋଭିଡ୍‌ ହସ୍ପିଟାଲକୁ ନେଇଯିବାକୁ ଇ- ମେଲ୍‌ ଓ ଫୋନ୍‌ ମାଧ୍ୟମରେ ଜଣାଇଥିଲେ । କିନ୍ତୁ ବିଏମ୍‌ସି କର୍ତ୍ତୃର୍ପକ୍ଷ ଏହାକୁ ହେୟଜ୍ଞାନ କରିଥିଲେ। ସେ ଦିନ ଯାଇ ତା ପରଦିନ ବି ରୋଗୀଙ୍କୁ କୋଭିଡ୍‌ ହସ୍ପିଟାଲକୁ ନିଆଗଲାନି ।  ସେପଟେ କୋଭିଡ୍‌ ହସ୍ପିଟାଲ ହୋଇନଥିବାରୁ ଉକ୍ତ ରୋଗୀଙ୍କ ଜରୁରୀ ଚିକିତ୍ସା କରିବା ସମ୍ଭବ ହେଲାନି । କେବଳ ଆଇସିୟୁରେ ରଖାଯାଇଥିଲା । ଗତକାଲି ଦିନତମାମ ରୋଗୀ ସେମିତି ଯନ୍ତ୍ରଣାରେ ଛଟପଟ ହେଲେ । ତଥାପି ବିଏମ୍‌ସି ତାଙ୍କୁ ହସ୍ପିଟାଲକୁ ନେଲାନି । ପୁଣି ଦିନ ବିତିଲା । ରାତି ବେଳକୁ ରୋଗୀଙ୍କୁ କୋଭିଡ୍‌ ହସ୍ପିଟାଲକୁ ନେବାକୁ ବିଏମ୍‌ସିର ସମୟ ହେଲା । ଶନିବାର ଅପରାହ୍ନରେ ଆମ୍ବୁଲାନ୍ସ ପଠାଇ ଉକ୍ତ ରୋଗୀଙ୍କୁ ହସ୍ପିଟାଲକୁ ନିଆଯାଇଛି ।  

କେବଳ ଏହି ଗୋଟିଏ ଘଟଣା ନୁହେଁ, ଏମିତି ପୁଳା ପୁଳା ଘଟଣାରେ କୋଭିଡ୍‌ ରୋଗୀଙ୍କୁ ହସ୍ପିଟାଲ ପଠାଇବାରେ ମାତ୍ରାଧିକ ବିଳମ୍ବ ହେଉଛି । ୧୬ ତାରିଖ ସନ୍ଧ୍ୟାରେ କ୍ୟାପିଟାଲ ହସ୍ପିଟାଲର ଦୁଇ କର୍ମଚାରୀ ପଜିଟିଭ୍‌ ଆସିଥିଲେ । ବାରମ୍ବାର ଗୁହାରି ସତ୍ତେ୍ୱ ଉଭୟଙ୍କୁ କୋଭିଡ୍‌ କେୟାର ସେଣ୍ଟରକୁ ନେବାକୁ ୪୮ଘଣ୍ଟା ସମୟ ଲାଗିଯାଇଥିଲା । ଆକ୍ରାନ୍ତଙ୍କୁ ହସ୍ପିଟାଲକୁ ନେବାରେ ହେଉଥିବା ଅବହେଳାକୁ ନେଇ ଲୋକଙ୍କ ଭିତରେ ଭୀଷଣ ଆକ୍ରୋଶ ସୃଷ୍ଟି ହେଲାଣି ।

   Related Posts