Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟର ୧୬ଟି ଜିଲ୍ଲାରେ ହେବ ଆରଟି ପିସିଆର ଲ୍ୟାବ୍, ୨୦ କୋଟି ଟଙ୍କା ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ
  • ||
  • ପାଟଣା : ବଳଦ ନେଇ ଘରକୁ ଫେରୁଥିଲେ, ବଜ୍ରାଘାତରେ ଚାଲିଗଲା ରାଇଦାସଙ୍କ ଜୀବନ
  • ||
  • ମହିଳା ସାମ୍ବାଦିକ ସବନମ୍‌ ଶିରିନ୍‌ଙ୍କ ଦେହାନ୍ତ , କୋଭିଡ୍‌ରେ ଆକ୍ରାନ୍ତ ହୋଇ ଏମସ୍‌ରେ ହେଉଥିଲେ ଚିକିତ୍ସିତ
  • ||
  • ଭଦ୍ରକ : ବାପଘର ଲୋକ ଆଣିଲେ ବଧୂ ହତ୍ୟା ଅଭିଯୋଗ, ଶ୍ବଶୁରଘର କହୁଛନ୍ତି ପଡିଗଲେ ବାଥରୁମ୍‌ରେ
  • ||
  • ୧୦ ହଜାର ତଳକୁ ଖସିଲା କରୋନା ସଂକ୍ରମଣ, ରାଜ୍ୟରେ ଗତ ୨୪ଘଣ୍ଟାରେ ବାହାରିଲେ ୯୭୯୩ ପଜିଟିଭ୍
  • ||
  • ୧୦ ବର୍ଷର ଶିଶୁର ଜୀବନ ନେଲା କରୋନା…
  • ||
  • ଟ୍ରକ୍‌କୁ ଧକ୍କା ଦେଲା ବରଯାତ୍ରୀ ଗାଡି : ୫ ମୃତ, ୩ ଗୁରୁତର
  • ||
  • ଭୁବନେଶ୍ବର : ରାଜ୍ୟରେ କରୋନା ନେଲା ଆଉ ୧୮ଜଣଙ୍କ ଜୀବନ, ୨୨୧୫ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା
  • ||

ବଡ଼ ବ୍ରାଣ୍ଡ୍ ହେଲେ ଜିନିଷ ଖରାପ ; ବିଗ୍ ବଜାରର ନୟାପଲ୍ଲୀ ଷ୍ଟୋର୍ ବିରୋଧରେ ଆସିଛି ଖରାପ ମାନର ଖାଦ୍ୟ ବିକ୍ରି କରୁଥିବାର ଅଭିଯୋଗ

13/02/2019 at 9:41 PM

 ଭୁବନେଶ୍ଵର ୧୩/୨-ବଡ଼ ବ୍ରାଣ୍ଡ୍ ହେଲେ ଜିନିଷ ଖରାପ । ଏଭଳି ଅଭିଯୋଗ ଆସିଛି ବିଗ୍ ବଜାରର ନୟାପଲ୍ଲୀ ଷ୍ଟୋର୍ ବିରୋଧରେ । ଖରାପ ମାନର ଖାଦ୍ୟ ବିକ୍ରି କରୁଥିବାର ଅଭିଯୋଗ ହୋଇଛି ଷ୍ଟୋର୍ ବିରୋଧରେ।

ଦେଖନ୍ତୁ ଏହି ଷ୍ଟ୍ରବେରୀକୁ । ଛତୁ ଫୁଟି ପଚି ଯାଇଛି । ଦୁର୍ଗନ୍ଧ ବି ହେଉଛି । ଏଭଲି ଷ୍ଟ୍ରବେରୀ କେଉଁ  ଅର୍ଡିନାରୀ ଦୋକାନରେ ମିଳୁନି । ୟେ ହେଉଛି ବିଗ୍ ବଜାରର ଖାଦ୍ୟ ସାମଗ୍ରୀର ମାନ । ଭୁବନେଶ୍ବର ନୟାପଲ୍ଲୀ ବିଗ୍ ବଜାର ବିରୋଧରେ ଆସିଛି ଏଭଳି ଅଭିଯୋଗ । ବାହାର ବଜାରଠାରୁ ବେଶ୍ ଉଚ୍ଚା ଦରରେ ଏହି ଷ୍ଟ୍ରବେରୀ ବିକ୍ରି କରୁଛି ବିଗ୍ ବଜାର । ଚକ୍ ଚକ୍ ଡବାରେ ଆସୁଛି । ହେଲେ କିମି ସାରିବା ପରେ ଘରେ ଯାଇ ଡବା ଖୋଲି ଦେଖିଲେ ଗ୍ରାହକଙ୍କ ଅକଲ୍ ଗୁଡୁମ୍ । ପୂରା ପଚା ସଢା ଜିନିଷ । ଖାଲି ଗୋଟିଏ ଡବା ନୁହେଁ, ଏମିତି ଅନେକ ଡବାରେ ଏହି ଭଲି କ୍ବାଲିଟିର ଷ୍ଟ୍ରବେରୀ ବିକ୍ରି କରୁଛି ନୟାପଲ୍ଲୀ ବିଗ୍ ବଜାର । ସବୁଠାରୁ ଆଶ୍ଚର୍ଯ୍ୟର କଥା, ଏଥିରେ ବାର୍ କୋଡ୍ ବି ନାହିଁ । ମାନୁଆଲି ହାତରେ ଲେଖି କାମ ସାରି ଦିଆଯାଇଛି ।

ଖାଦ୍ୟ ସାମଗ୍ରୀକୁ ନେଇ ଅଧିକ ଯତ୍ନଶୀଳ ହେବାକୁ ସମସ୍ତ ବ୍ୟବସାୟୀ ପରାମର୍ଶ ଦିଆଯାଏ । କାହିଁକି ନା ଏହାର ସିଧାସଳଖ ପ୍ରଭାବ ମଣିଷର ସ୍ବାସ୍ଥ୍ୟ ଉପରେ ରହିଛି । ହେଲେ ଏଠି ବଡ଼ ବ୍ରାଣ୍ଡ୍ଙ୍କ କାର୍ଯ୍ୟ ଏମିତି । ଏ ନେଇ ଆମେ ଭୁବନେଶ୍ବର ଫୁଡ୍ ଇନସ୍ପେକ୍ଟରଙ୍କ ସହ ଯୋଗାଯୋଗ କରିଥିଲୁ ।

ସେ ଏ ସଂପର୍କରେ ଯାଞ୍ଚ ହେବ ବୋଲି କହିଛନ୍ତି । ତେବେ ପ୍ରଶ୍ନ ଉଠୁଛି, ରାସ୍ତା କଡ଼ ଦୋକାନୀଙ୍କ ଉପରେ ତାଉ ଦେଖାଉଥିବା ବିଭାଗୀୟ ଅଧିକାରୀମାନେ, ବଡ଼ ବଡ଼ ଷ୍ଟୋରକୁ ଯାଉଛନ୍ତି ତ? ଚକ୍ ଚକ୍ ,ଷ୍ଟୋର୍ ଆଢୁଆଳରେ ଖାଦ୍ୟର ମାନ କଣ ରହୁଛି ତାକୁ ନିୟମିତ ପରଖା ଯାଉନାହିଁ କଣ ପାଇଁ? ଗ୍ରାହକଙ୍କ ସ୍ବାସ୍ଥ୍ୟ ପ୍ରତି ବିଗ୍ ବଜାର ଯତ୍ନବାନ ନୁହେଁ କାହିଁକି? ତେବେ ବିଗ୍ ବଜାର ବିରୋଧରେ ଫୁଡ୍ ଇନସ୍ପେକ୍ଟର କଣ କାର୍ଯ୍ୟାନୁଷ୍ଠାନ ନେଉଛନ୍ତି ତାକୁ ହିଁ ଅପେକ୍ଷା ।

   Related Posts