ଭୀମସାର ହେଉଛି ବଦନାମ : ସହକାରୀ ପ୍ରଫେସରଙ୍କ ବିରୋଧରେ ଏଚଆଇଭି ସଂକ୍ରମିତ ଉପକରଣ ବ୍ୟବହାର କରିବାର ସଙ୍ଗୀନ ଅଭିଯୋଗ

Published By : Prameya-News7 Bureau | October 30, 2019 IST

ସମ୍ବଲପୁର ୩୦/୧୦: କ’ଣ ଚାଲିଛି ବୁର୍ଲା ଭିମ୍‌ସାର୍‌ରେ ? କେତେବେଳେ ରୋଗୀଙ୍କ  ସମ୍ପର୍କୀୟଙ୍କୁ ଡାକ୍ତର ମାଡ଼ ମାରିବା ଭଳି ଅଭିଯୋଗ ଆସୁଛି ତ କେତେବେଳେ ବିଭାଗୀୟ ମୁଖ୍ୟ ଓ ସହକାରୀ ପ୍ରଫେସରଙ୍କ ଭିତରେ ଥିବା କଳିକୁ ଭିନ୍ନ ରଙ୍ଗ ଦେଇ ସାରା ରାଜ୍ୟରେ ଚାଞ୍ଚଲ୍ୟ ଖେଳାଇବାକୁ ଉଦ୍ୟମ ହେଉଛି । ୟାରି ଭିତରେ କେବଳ ଭୀମସାର ହିଁ ବଦନାମ ହେଉଛି । ଅବସ୍ଥା ଏମିତି ହେଲାଣି ଯେ, ରୋଗୀ ଓ ସେମାନଙ୍କ ସମ୍ପର୍କୀୟ ବୁର୍ଲା ମେଡିକାଲକୁ ଯିବାକୁ ଭୟ କଲେଣି । ସୋମବାର ମେଡିକାଲରେ ଜଣେ ଏଚଆଇଭି ରୋଗୀଙ୍କ ଅପରେସନ ଓ ତା’ ପରର ପ୍ରଚାର କେମିତି ନୂଆ ଝାମେଲା ଆରମ୍ଭ ହୋଇଛି ଚାଲନ୍ତୁ ତା’ ଉପରେ ଟିକେ ନଜର ପକାଇବା । …..

{"id":177003}

ଭୁଲ୍‌ ନା’ ଫସାଇବାକୁ ଷଡ଼ଯନ୍ତ୍ର ? ଏଚଆଇଭି ସଂକ୍ରମିତ ଉପକରଣ ବ୍ୟବହାର କରି ଅନ୍ୟ ରୋଗୀଙ୍କ ଅପରେସନ । ବୁର୍ଲା ଭିମସାରରେ ଜଣେ ସହକାରୀ ପ୍ରଫେସରଙ୍କ ବିରୋଧରେ ଏଭଳି ସଂଗୀନ୍‌ ଅଭିଯୋଗ ଆଣିଛନ୍ତି ଖୋଦ୍‌ ଦନ୍ତଶଲ୍ୟ ବିଭାଗ ମୁଖ୍ୟ । ଅଭିଯୋଗ ପଛର କାହାଣୀ ଥିଲା କିଛି ଏମିତି । ସୋମବାର ଦୁର୍ଘଟଣାରେ ଆହତ ଜଣେ ଏଚଆଇଭି ସଂକ୍ରମିତ ରୋଗୀଙ୍କ ଅପରେସନ କରିଥିଲେ ପ୍ରଫେସର ଡାକ୍ତର ପ୍ରଶାନ୍ତ ସ୍ବାଇଁ । ଏହି ଅପରେସନ ପରେ କୌଣସି ପ୍ରକାର ପ୍ରତିଷେଧକ ବ୍ୟବସ୍ଥା ନକରି ଅନ୍ୟ ୨ଜଣ ରୋଗୀଙ୍କ ଅପରେସନ କରାଯାଇଥିଲା । ତେଣୁ ଏଭଳି ଅସାବଧାନତା ଯୋଗୁଁ ଅପରେସନ କରିଥିବା ଡାକ୍ତର ଓ ତାଙ୍କର ସହଯୋଗୀଙ୍କ ସହ ଅପରେସନ ହୋଇଥିବା ୨ରୋଗୀଙ୍କୁ ଏଚଆଇଭି ସଂକ୍ରମିତ ହେବାର ଆଶଙ୍କା ସୃଷ୍ଟି ହୋଇଛି ।

{"id":177008}

ବୁର୍ଲା ଭିମ୍‌ସାରର ଦନ୍ତଶଲ୍ୟ ବିଭାଗୀୟ ମୁଖ୍ୟ ଡାକ୍ତର ଅନୁପ ଶତପଥୀ, ଡାକ୍ତର ପ୍ରଶାନ୍ତ ସ୍ବାଇଁଙ୍କ ବିରୋଧରେ ଏଭଳି ସଂଗୀନ ଅଭିଯୋଗ ଆଣିଛନ୍ତି । ସେପଟେ ଏଚଆଇଭି ସଂକ୍ରମିତ ରୋଗୀଙ୍କ ଅପରେସନ ପରେ ଏଥିରେ ବ୍ୟବହାର କରାଯାଇଥିବା ଉପକରଣଗୁଡ଼ିକୁ ବିଶୋଧନ ପାଇଁ ପଠାଯାଇଥିବା ଏବଂ ଏଥିରେ କୌଣସି ଭୁଲ୍‌ ହୋଇନଥିବା କହିଛନ୍ତି ଡାକ୍ତର ପ୍ରଶାନ୍ତ ସ୍ବାଇଁ । ଏହା ତାଙ୍କ ବିରୋଧରେ ଷଡ଼ଯନ୍ତ୍ର ବୋଲି ପାଲଟା ଅଭିଯୋଗ କରିଛନ୍ତି । ଏଥିରେ କିଏ ସତ କହୁଛି, କାହାର ଭୁଲ୍‌ ଅଛି, ନା ଏହା କେବଳ ଏକ ଷଡ଼ଯନ୍ତ୍ର । ତା’ର ଉତ୍ତର ପାଇଁ  ତଦନ୍ତ ଆରମ୍ଭ କରିଛନ୍ତି ଭୀମସାର ଅଧୀକ୍ଷକ । ସେହିଭଳି ସ୍ବାସ୍ଥ୍ୟମନ୍ତ୍ରୀ ମଧ୍ୟ ଏହି ଘଟଣାରେ ଏନକ୍ବାରୀ ପାଇଁ ନିର୍ଦେଶ ଦେଇଛନ୍ତି ।

{"id":177009}

ସେପଟେ ଏଭଳି ଅଭିଯୋଗ ପରେ ପୂର୍ବରୁ ସର୍ଜରୀ ଓ୍ବାର୍ଡ଼ରେ ଥିବା ରୋଗୀ ଓ ସେମାନଙ୍କ ସମ୍ପର୍କୀୟ ଆତଙ୍କିତ ହୋଇପଡ଼ିଛନ୍ତି । ସେମାନଙ୍କ କହିବା କଥା, ଗଲା ୧୩ ତାରିଖରୁ ସଂପୃକ୍ତ ଏଚଆଇଭି ସଂକ୍ରମିତ ରୋଗୀଙ୍କୁ ଭୀମସାର ସର୍ଜରୀ ଓ୍ବାର୍ଡ଼ରେ ବେଡ୍‌ ନମ୍ବର ୧୬୫ରେ ରଖାଯାଇଥିଲା । ତାଙ୍କର ରକ୍ତଶ୍ରାବ ହେଉଥିଲା ଏବଂ ତାହା ମଧ୍ୟ ଓ୍ବାର୍ଡ଼ ଭିତରେ ପଡ଼ି ରହୁଥିଲା ।

{"id":177010}

୧୬ଦିନ ପରେ ତାଙ୍କର ଅପରେସନ କରାଯାଇଥିବା ବେଳେ ପୂର୍ବରୁ ତାଙ୍କର ଏଚଆଇଭି ଟେଷ୍ଟ କାହିଁକି  କରାଯାଇନଥିଲା ?  ଯଦି କରାଯାଇଥିଲା ତାହେଲେ ଡାକ୍ତରଖାନା କର୍ତ୍ତୃପକ୍ଷ କାହିଁକି କୌଣସି ପ୍ରତିଷେଧକ ବ୍ୟବସ୍ଥା ଗ୍ରହଣ କରିନଥିଲେ ? ଏବେ ରୋଗୀଙ୍କ ନୂଆ ଅଭିଯୋଗ ପୂରା ଘଟଣାରେ ଡାକ୍ତରଖାନା କର୍ତ୍ତୃପକ୍ଷଙ୍କ ଉପରେ ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଏସବୁ ଅଭିଯୋଗ ପୂରା ଡାକ୍ତରଖାନାର ବ୍ୟବସ୍ଥା ଉପରେ ଅଙ୍ଗୁଳି ନିର୍ଦେଶ କରୁଛି । ଏମିତିରେ କିଏ ସତ କହୁଛି, ଆଉ କେଉଁଠି ଭୁଲ୍‌ ରହିଛି ତା’ର ତଦନ୍ତ ହେବା ନିହାତି ଦରକାର । ନିଜ ସ୍ବାର୍ଥ ପାଇଁ ରୋଗୀଙ୍କ ଜୀବନ ସହ ଖେଳୁଥିବା ଡାକ୍ତରଙ୍କ ଆଚରଣ ପାଇଁ ବଦନାମ ହୋଇଥିବା ଭିମସାର୍‌ ଉପରୁ ଏବେ ରୋଗୀଙ୍କ ଭରସା ଉଠିବାରେ ଲାଗିଲାଣି ।

{"id":177011}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.