ଝିଅ ଯୋଗାଇବାକୁ ପୋଲିସ ବାବୁ ପକାଉଥିଲେ ଚାପ : ଆର୍ମଡ୍ ଡିସିପିଙ୍କ ବିରୋଧରେ ସାଙ୍ଘାତିକ ଅଭିଯୋଗ ଆଣିଲେ ସିପାହୀଙ୍କ ପତ୍ନୀ
5/04/2021 at 2:58 PM

ଭୁବନେଶ୍ବର ୫।୪: କମାଣ୍ଡାଣ୍ଡ ଡିସିପି (ଆର୍ମଡ) ବିଜୟ କୁମାର ସାହୁଙ୍କ ନାଁରେ ସାଙ୍ଘାତିକ ଅଭିଯୋଗ ଆଣିଲେ ଜଣେ ସିପାହୀଙ୍କ ସ୍ତ୍ରୀ ।
ଅଭିଯୋଗ ଅନୁସାରେ ତାଙ୍କ ସ୍ବାମୀ ନିହାର ରଞ୍ଜନ ନାୟକ OSAP ସପ୍ତମ ବାଟାଲିଅନର ଫ୍ୟାମିଲି ୱେଲଫେୟାର ସେଣ୍ଟରରେ ଟେଲରିଂ ସିପାହୀ ଭାବେ କାର୍ଯ୍ୟ କରନ୍ତି । ବିଭିନ୍ନ ଝିଅ ଓ ମହିଳାମାନଙ୍କୁ ଟେଲରିଂ ଶିଖାନ୍ତି । ଡ଼ିସିପି ବିଜୟ ସିପାହୀ ନିହାରଙ୍କୁ ଝିଅ ଯୋଗାଇଦେବାକୁ ବାରମ୍ବାର ଜିଦ୍ କରନ୍ତି । ତେବେ ସିପାହୀ ଜଣଙ୍କ ଯେହେତୁ ଟେଲରିଂ ଦାୟିତ୍ବରେ ଅଛନ୍ତି ତାଙ୍କ ଅଧୀନରେ ପୋଲିସ କର୍ମଚାରୀଙ୍କ ୨୩ ଜଣ ମହିଳା ବିଭିନ୍ନ ପ୍ରକାରର ହସ୍ତଶିଳ୍ପ ବାବଦରେ ଶିକ୍ଷା ଲାଭ କରିବାକୁ ଆସନ୍ତି । ଉକ୍ତ ମହିଳାମାନଙ୍କୁ ଡିସିପିଙ୍କ ପାଖକୁ ନ ଯୋଗାଇଲେ ଅନ୍ୟ ଜିଲ୍ଲାକୁ ବଦଳି କରିଦେବାର ଧମକ ଦିଅନ୍ତି । ଦୁଇ ମାସ ଧରି ମାନସିକ ନିର୍ଯାତନା ଦେବା ପରେ ସିପାହୀ ଜଣଙ୍କ ଗତ ୨ ଦିନ ତଳେ ଫିନାଇଲ ପିଇ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିବା ଅଭିଯୋଗ କରିଛନ୍ତି ତାଙ୍କ ସ୍ତ୍ରୀ ସୁନୀତା ଲେଙ୍କା । ନିହାର ଏବେ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ।