Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଜଗତସିଂହପୁରରେ ଲଗାଣ ବର୍ଷା, ଧାନ ଫସଲ କ୍ଷତିଗ୍ରସ୍ତ
  • ||

୧୯୮୪ରୁ ଆମେରିକା ରାଷ୍ଟ୍ରପତି ନିର୍ବାଚନ ଫଳାଫଳକୁ ଠିକ ଭାବେ ପୂର୍ବାନୁମାନ କରି ଆସୁଛନ୍ତି ଆଲାନ ଲିଚଟମ୍ୟାନ, ଜାଣନ୍ତୁ ଚଳିତ ନିର୍ବାଚନକୁ ନେଇ କ’ଣ କହିଛନ୍ତି?

11/10/2020 at 11:22 AM

ଓ୍ବାଶିଂଟନ ୧୧/୧୦: ଆଉ ଦିନ କେଇଟା ପରେ ଅନୁଷ୍ଠିତ ହେବ ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ। ହ୍ବାଇଟହାଉସର ନିର୍ବାଚନ ଦୌଡ଼ରେ ସାମିଲ ଅଛନ୍ତି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ଡେମୋକ୍ରେଟିକ ପ୍ରତିନ୍ଦ୍ବନ୍ଦୀ ତଥା ପୂର୍ବତନ ଉପ ରାଷ୍ଟ୍ରପତି ଜୋ ବିଡେନ। ତେବେ ଅନେକ ଏବେ ରାଷ୍ଟ୍ରପତି ନିର୍ବାଚନ ଫଳାଫଳକୁ ନେଇ ପୂର୍ବାନୁମାନ କରିବାକୁ ଚେଷ୍ଟା ଚଳାଇଛନ୍ତି। ମାତ୍ର ସମସ୍ତଙ୍କ ଆଖି ଏବେ ଜଣକ ଉପରେ। ସେ ହେଲେ ଆଲାନ ଲିଚଟମ୍ୟାନ।

ଇତିହାସ ପଫେସର ଆଲାନ ଏଭଳି ଜଣେ ବିରଳ ବିଶେଷଜ୍ଞ ଯେ କି ୧୯୮୪ରୁ ସମସ୍ତ ଆମେରିକା ନିର୍ବାଚନର ସଠିକ ପୂର୍ବନୁମାନ କରିଆସୁଛନ୍ତି।

ଆଲାନ ‘ଦ କିଜ ଟୁ ଦ ହ୍ବାଇଟ୍ ହାଉସ’ ବା ‘13keys’ ନାଁରେ ଏକ ସିଷ୍ଟମ ତିଆରି କରିଛନ୍ତି। ଏହି ମଡେଲ ପୂରା ସାଧାରଣ ଓ ସରଳ। ଏହା ହିଁ ଆମେରିକର ନିର୍ବାଚନ ଫଳାଫଳର ପୂର୍ବାନୁମାନ ଲଗାଇବର ମୁଖ୍ୟ ମାଧ୍ୟମ। ଆଲାନ ୧୩ଟି ପ୍ରଶ୍ନ ପ୍ରସ୍ତୁତ କରିଥାନ୍ତି। ଯାହାର ଉତ୍ତର ସେ ଠିକ୍ ଓ ଭୁଲ ଭାବରେ ରଖନ୍ତି। ଏହା ଦ୍ବାରା ହିଁ ସେ ଆଗାମୀ ରାଷ୍ଟ୍ରପତିଙ୍କ ପୂର୍ବାନୁମାନ ଲଗାନ୍ତି।

ତେବେ ଏହି ମଡେଲ ଅନୁସାରେ ଅଧିକାଂଶ ପ୍ରଶ୍ନର ଉତ୍ତର ଠିକ୍ ଆସିଥାଏ। ତାଙ୍କର ୧୩ଟି ପ୍ରଶ୍ନରେ ସାମିଲ ଥାଏ ମଧ୍ୟମ ଲାଭ, ନାମାଙ୍କନ ବେ​‌ଳେ କୌଣସ ପ୍ରତିଦ୍ବନ୍ଦିତା ନ ରହିବା, ଆଶାୟୀ ରାଷ୍ଟ୍ରପତି ପୁନଃନିର୍ବାଚନ ପାଇଁ ଇଚ୍ଛୁକ ଥିବା, କୌଣସି ଥାର୍ଡ ପାର୍ଟି ନିର୍ବାଚନ ଲଢ଼ୁ ନ ଥିବ, ଶକ୍ତିଶାଳୀ ଦୀର୍ଘକାଳୀନ ଅର୍ଥନୀତି,  ଶକ୍ତିଶାଳୀ କ୍ଷୁଦ୍ର ଅର୍ଥନୀତି, ପ୍ରମୁଖ ନୀତି, ଦୁର୍ନୀତି, ବିଦେଶୀ/ମିଲିଟାରି ବିଫଳତା, ବିଦେଶୀ/ମିଲିଟାରି ଅସଫଳତା, ସାମଜିକ ଅସ୍ଥିରତା ନ ଥିବ, ରାଷ୍ଟ୍ରପତିଙ୍କ ଚରିତ୍ର ଓ ଚାଲେଞ୍ଜର ଚରିତ୍ର।

ଅନେକ ଜ୍ୟୋତିଷବିଦ୍, ଅର୍ଥନୀତି ବିଶେଷଜ୍ଞ, ରାଜନେତା ତଥା ବହୁ ବ୍ୟକ୍ତିବିଶେଷଙ୍କ ଅଧ୍ୟନ ଜାରି ରହିଛି ଯେ ଚଳିତବର୍ଷ ଆମେରିକା ରାଷ୍ଟ୍ରପତି କିଏ ଜିତିବ। ତେବେ ଏହାରି ଭିତରେ ଆଲାନ ତାଙ୍କ ଉତ୍ତର ଜଣାଇଛନ୍ତି। ବିଲ କ୍ଳିନଟନଙ୍କ ପରେ ଡୋନାଲ୍ଡ ଟ୍ରମ୍ପ ପ୍ରଥମ ସିଟିଂ ରାଷ୍ଟ୍ରପତି ରହିବେ।

ତେବେ ଜଣେ ଏକ୍ସପର୍ଟ ଐତିହାସିକଙ୍କ ଭାବେ ଚଳିତବର୍ଷ ତାଙ୍କର ‘13 keys# ପ୍ରଶ୍ନରୁ ସେ ସାତଟି ଭୁଲ ଓ ୬ଟି ଠିକ୍ ଉତ୍ତର ରଖିଛନ୍ତି। କେବେ ବି ଭୁଲ ପ୍ରମାଣିତ ହୋଇ ନ ଥିବା ତାଙ୍କ ମଡେଲର ଏ ନିୟମ କହୁଛି ଯେ ଟ୍ରମ୍ପ ତାଙ୍କର ବସ୍ତାନି ବାନ୍ଧି ଏଥର ହ୍ବାଇଟହାଉସ ଛାଡ଼ିବେ। ଏହାର ଗୋଟିଏ କାରଣ ହେଉଛି କରୋନା ଭାଇରସ। କାରଣ ସେ ଏହାକୁ ଭଲ ଭାବେ ନିୟନ୍ତ୍ରଣ କରିପାରି ନାହାନ୍ତି।

ନଭେମ୍ବର ୩ରେ ହେବାକୁ ଥିବା ଏ ନିର୍ବାଚନକୁ ଲୋକମାନେ ଆମେରିକା ଇତିହାସର ସବୁଠୁ ଅପ୍ରତ୍ୟାଶିତ ନିର୍ବାଚନ ବୋଲି କହୁଛନ୍ତି। ମାତ୍ର ସମସ୍ତେ ଆଲାନଙ୍କ ପୂର୍ବାନୁମାନଙ୍କ ଉପରେ ଜୋର୍ ଦେଉ ନାହାନ୍ତି। ତେବେ ଆଲାନଙ୍କ ଏ ପୂର୍ବାନୁମାନ ଜାରି ରହୁଛି କି ନାହିଁ ତାହା ଏବେ ଦେଖିବାକୁ ବାକି ରହିଲା।

   Related Posts