ବିଦେଶୀ ଜମାତିଙ୍କୁ ଲୁଚାଇ ରଖିଥିବା ଆହ୍ଲାବାଦ ୟୁନିଭର୍ସିଟିର ପ୍ରଫେସର ସାହିଦ ସସ୍‌ପେଣ୍ଡ

Published By : Prameya-News7 Bureau | April 24, 2020 IST

ପ୍ରୟାଗରାଜ ୨୪।୦୪: ଲଗାତାର ଚେତାବନୀ ପରେ ମଧ୍ୟ ସୂଚନା ଲୁଚାଇବା ଏବଂ ବିଦେଶୀଙ୍କୁ ଶରଣ ଦେଇଥିବା ଆହ୍ଲାବାଦ ୟୁନିଭର୍ସିଟିର ପ୍ରଫେସର ମହମ୍ମଦ ସାହିଦଙ୍କୁ ସସପେଣ୍ଡ କରାଯାଇଛି। ଦିଲ୍ଲୀରେ ଆୟୋଜିତ ତବଲିଗି ଜମାତର କାର୍ଯ୍ୟକ୍ରମରେ ସାମିଲ ହୋଇ ଫେରିଥିବା ପ୍ରଫେସରଙ୍କ ବିରୋଧରେ ପ୍ରୟାଗରାଜର ଶିବକୁଟି ପୋଲିସ୍ ମହାମାରୀ ଆକ୍ଟ ସମେତ ଅନେକ ଧାରାରେ ମୋକଦ୍ଦମା ରୁଜୁ କରି ଜେଲ୍‌ ପଠାଇ ଦେଇଛି।

ପ୍ରଫେସର ସାହିଦ ବିରୋଧରେ ଏପ୍ରିଲ ୯ରେ ଏଫଆଇଆର ରୁଜୁ ହୋଇଥିଲା। ଏପ୍ରିଲ ୨୧ରେ ଗିରଫଦାରୀ ପରେ ତା ପର ଦିନ ଜେଲ୍ ପଠାଇ ଦିଆଯାଇଥିଲା। ପ୍ରଫେସରଙ୍କ ଉପରେ ନିଜାମୁଦ୍ଦିନ ମରକଜରେ ସାମିଲ ହେବାର ସୂଚନା ଲୁଚାଇବା ଏବଂ ଜମାତିଙ୍କୁ ପ୍ରୟାଗରାଜ ମସଜିଦରେ ଲୁଚାଇ ରଖିବା ଆରୋପରେ ଦୁଇଟି ଥାନାରେ ମୋକଦ୍ଦମା ରୁଜୁ ହୋଇଥିଲା।

ପ୍ରଥମ ମୋକଦ୍ଦମା ଜମାତ କାର୍ଯ୍ୟକ୍ରମରେ ସାମିଲ ହେବାର ସୂଚନା ଲୁଚାଇବା ଆରୋପରେ ମହାମାରୀ ଆକ୍ଟ ଆଧାରରେ ଶିବକୁଟି ଥାନାରେ ଏତଲା ଦାୟର କରାଯାଇଛି। ଦ୍ଵିତୀୟ ମୋକଦ୍ଦମା ଶାହଗଞ୍ଜ ଥାନାରେ ଜମାତିଙ୍କୁ ଶେଖ ଅବଦୁଲ୍ଲା ମସଜିଦରେ ଲୁଚାଇ ରଖିବା ଆରୋପରେ ଏତଲା ଦାୟର ହୋଇଛି। ଯେଉଁ ବିଦେଶୀ ଜମାତିଙ୍କୁ ପ୍ରଫେସର ସାହିଦ ମସଜିଦରେ ଲୁଚାଇ ରଖିଥିଲେ, ସେମାନଙ୍କ ମଧ୍ୟରୁ ଜଣେ ଜମାତି କରୋନା ପଜିଟିଭ୍ ବାହାରିଥିଲେ। ଆଶ୍ଵସ୍ତିକର କଥା ପ୍ରଫେସର ସାହିଦଙ୍କ ରିପୋର୍ଟ ନେଗେଟିଭ୍ ଆସିଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.