ଅଲଗା ଧର୍ମ ହୋଇଥିଲେ ମଧ୍ୟ ପ୍ରାପ୍ତ ବୟସ ଯୁବକ-ଯୁବତୀଙ୍କୁ ନିଜ ଇଚ୍ଛାରେ ଜୀବନସାଥୀ ବାଛିବାର ଅଧିକାର ଅଛି-ହାଇକୋର୍ଟ

Published By : Prameya-News7 Bureau | September 17, 2021 IST

ଇଲାହାବାଦ ୧୭/୦୯ : ଇଲାହାବାଦ ହାଇକୋର୍ଟ ଏକ ମହତ୍ତ୍ୱପୂର୍ଣ୍ଣ ଆଦେଶରେ କହିଛନ୍ତି ଯେ ବିପରୀତ ଧର୍ମ ହୋଇଥିଲେ ମଧ୍ୟ ୧୮ ବର୍ଷ ହୋଇଥିବା ଯୁବତୀଙ୍କୁ ନିଜ ପସନ୍ଦର ଜୀବନସାଥୀ ବାଛିବାର ଅଧିକାର ଅଛି। ପ୍ରାପ୍ତ ବୟସ ଦମ୍ପତିଙ୍କ ବୈବାହିକ ସମ୍ବନ୍ଧ ଉପରେ କାହାକୁ ବି ଆପତ୍ତି କରିବାର ଅଧିକାର ନାହିଁ। ଏହାସହ କୋର୍ଟ ବିପରୀତ ଧର୍ମରେ ପ୍ରାପ୍ତ ବୟସ୍କ ଯୁବକ ଯୁବତୀଙ୍କ ବୈବାହିକ ଜୀବନରେ କାହାର ହସ୍ତକ୍ଷେପ କରିବା ଉପରେ ପ୍ରତିବନ୍ଧକ ଲଗାଇଛନ୍ତି ଓ ସେମାନଙ୍କ ସୁରକ୍ଷା ପାଇଁ ପୋଲିସକୁ ନିର୍ଦ୍ଦେଶ ଦେଇଛନ୍ତି।

କୋର୍ଟ କହିଛନ୍ତି ଯେ ଯୁବକ-ଯୁବତୀଙ୍କ ପିତାମାତାଙ୍କୁ ମଧ୍ୟ ସେମାନଙ୍କ ବୈବାହିକ ଜୀବନରେ ହସ୍ତକ୍ଷେପ କରିବାର ଅଧିକାର ନାହିଁ। ନ୍ୟାୟାଧୀଶ ଏମକେ ଗୁପ୍ତା ଏବଂ ନ୍ୟାୟାଧୀଶ ଦୀପକ ବର୍ମାଙ୍କ ଖଣ୍ଡପୀଠ ସିଫା ହସନ ଓ ଅନ୍ୟ ଆବେଦନ ଉପରେ ଏହି ଆଦେଶ ଦେଇଛନ୍ତି। ସିଫା ହସନ ହିନ୍ଦୁ ଯୁବକଙ୍କୁ ପ୍ରେମ ବିବାହ କରିଛନ୍ତି ଏବଂ ମୁସଲମାନରୁ ହିନ୍ଦୁ ଧର୍ମ ଆପଣେଇବାକୁ ଗୋରଖପୁର ଜିଲ୍ଲା ଅଧିକାରୀଙ୍କୁ ଅନୁମତି ମାଗିଛନ୍ତି।

ଜିଲ୍ଲା ଅଧିକାରୀ ଏ ସମ୍ବନ୍ଧରେ ଥାନାକୁ ରିପୋର୍ଟ ମାଗିଛନ୍ତି। ପୋଲିସ ରିପୋର୍ଟ ଅନୁସାରେ ଯୁବକଙ୍କ ପିତା ଏହି ବିବାହ ପାଇଁ ରାଜି ନୁହନ୍ତି କିନ୍ତୁ ଯୁବକଙ୍କ ମା' ରାଜି ଅଛନ୍ତି । କିନ୍ତୁ ଯୁବତୀଙ୍କ ପିତାମାତା ରାଜି ଅଛନ୍ତି। ଜୀବନ ପ୍ରତି ବିପଦ ଆଶଙ୍କା କରି ଦମ୍ପତି ହାଇକୋର୍ଟର ଶରଣ ନେଇଛନ୍ତି ଓ ସୁରକ୍ଷା ପାଇଁ ଗୁହାରି କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.