Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୁଣି ନକଲି ଘିଅ କାରଖାନାରେ ରେଡ୍‌, ମାଲିକ ଫେରାର
  • ||
  • ବିଧାନସଭା ଆଗରେ ମାଆ ଓ ପୁଅଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ସ୍ପଷ୍ଟୀକରଣ ରଖିଲା ଜଗତସିଂହପୁର ପୋଲିସ
  • ||
  • ଲିଭର ପ୍ରତ୍ୟାରୋପଣ ପାଇଁ ସମ୍‌ ହସ୍ପିଟାଲ ଓ ଏସିଆନ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ ଗ୍ୟାଷ୍ଟ୍ରୋଏନଟେରୋଲୋଜି (ଏଆଇଜି ) ମଧ୍ୟରେ ବୁଝାମଣା ସ୍ଵାକ୍ଷରିତ
  • ||
  • ଆନ୍ଦୋଳନରତ କୃଷକଙ୍କୁ ଗୃହ ମନ୍ତ୍ରୀ ଶାହାଙ୍କ ସନ୍ଦେଶ, ସରକାର ଆପଣଙ୍କ ଦାବି ଓ ସମସ୍ୟା ଉପରେ ଆଲୋଚନା କରିବାକୁ ପ୍ରସ୍ତୁତ
  • ||
  • ଡିସେମ୍ବର ମାସ ପାଇଁ ଗାଇଡ୍‌ ଲାଇନ୍ ଜାରି କଲେ ରାଜ୍ୟ ସରକାର
  • ||
  • ଭାଇ ହେଲା ଭଗାରୀ: ଜମିବାଡି ଲୋଭରେ ନିଜ ରକ୍ତ ସଂପର୍କର ଭାଇ-ପୁତୁରାକୁ ଦେଲା ହାଣି
  • ||
  • ଅଭୟକାନ୍ତଙ୍କ ଲିଙ୍କ୍‌ର ଖୋଳତାଡ଼: ସମସ୍ତଙ୍କୁ ଯିବ ନୋଟିସ୍, କିଏ ବଫାଦାର- କିଏ ଗଡ଼ ଫାଦର?
  • ||
  • ପରୀ ହତ୍ୟା ମାମଲା: ଅରୁଣ ବୋଥ୍ରାଙ୍କ ନେତୃତ୍ବରେ ୫ ଜଣିଆ ଏସ୍‌ଆଇଟି ଟିମ୍‌ ଗଠିତ, ହାଇକୋର୍ଟଙ୍କୁ ଅବଗତ କଲେ ସରକାର
  • ||
  • ସୋର : ବେଙ୍ଗାଲୁରୁରୁ ଲୁଟ୍ ହୋଇଥିବା ୪ଲକ୍ଷ ଟଙ୍କା ମିଳିଲା ଚାଉଳ ଡବାରୁ
  • ||
  • ତେଲକୋଇ : ମଞ୍ଚାରେ ଶୋଇଥିବା ବେଳେ ଲାଗିଗଲା ନିଆଁ, ପୋଡି ହୋଇ ମହିଳା ଗୁରୁତର
  • ||

ହାଇକୋର୍ଟଙ୍କ ଗୁରୁତ୍ତ୍ୱପୂର୍ଣ ଫଇସଲା: ସ୍ତ୍ରୀ ଧୋକାବାଜ୍ ନା ନୁହେଁ ଡିଏଏନ୍‌ଏ ଟେଷ୍ଟ ଦ୍ୱାରା କରିପାରିବେ ପ୍ରମାଣ

18/11/2020 at 4:42 PM

ପ୍ରୟାଗରାଜ ୧୮/୧୧ : ଆହ୍ଲାବାଦ ହାଇକୋର୍ଟ ପାରିବାରିକ ବିବାଦ ମାମଲାରେ ଗୁରୁତ୍ତ୍ୱପୂର୍ଣ୍ଣ ଫଇସଲା ଶୁଣାଇଛନ୍ତି। କୋର୍ଟ କହିଛନ୍ତି ଯେ ଡିଏଏନ୍‌ଏ ଟେଷ୍ଟ ଦ୍ୱାରା ପ୍ରମାଣ କରିପାରିବେ ଯେ ସ୍ତ୍ରୀ ଧୋକାବାଜ୍ ନା ନୁହେଁ। ଏକ ମାମଲାର ଶୁଣାଣି ବେଳେ କୋର୍ଟ ଏହି ଗୁରୁତ୍ତ୍ୱପୂର୍ଣ୍ଣ ଫଇସଲା ଶୁଣାଇଛନ୍ତି। ଜଣେ ସ୍ୱାମୀ ଛାଡପତ୍ର ପାଇଁ କୋର୍ଟରେ ଆବେଦନ କରିଥିଲେ। ପ୍ରସଙ୍ଗ ଥିଲା ଯେ ଜଣେ ସ୍ୱାମୀ ନିଜ ସ୍ତ୍ରୀର ଡିଏଏନ୍‌ଏ ଟେଷ୍ଟ କରାଇ ପାରିବେ କି କିମ୍ବା ନିଜର ଡିଏଏନ୍‌ଏ ଟେଷ୍ଟ ପାଇଁ ଅସ୍ବୀକାର କରିପାରିବେ କି ?

ଜଷ୍ଟିସ ବିବେକ ଅଗ୍ରୱାଲ ଆବେଦନର ଶୁଣାଣି ବେଳେ କହିଛନ୍ତି ଯେ, ଡିଏଏନ୍‌ଏ ଟେଷ୍ଟ ସବୁଠାରୁ ଅଧିକ ବୈଧ ଓ ବୈଜ୍ଞାନିକ ତରିକା ଯାହାଦ୍ୱାରା ସ୍ୱାମୀ-ସ୍ତ୍ରୀ ଧୋକାବାଜ ନା ନୁହେଁ ତାହା ପ୍ରମାଣ କରିପାରିବେ। ତାଛଡା ଡିଏଏନ୍‌ଏ ଟେଷ୍ଟ ଦ୍ୱାରା ସ୍ୱାମୀ ପ୍ରମାଣ କରିପାରିବ ଯେ ସ୍ତ୍ରୀ ଧୋକାବାଜ୍ ବା ବ୍ୟଭିଚାରୀ ନୁହେଁ।

ମାମଲା ଅନୁସାରେ, ମାମଲା ୨୦୧୩ ମସିହାର।୨୦୧୩ ଜାନୁଆରୀ ୧୫ ତାରିଖରୁ ସେ ନିଜ ସ୍ତ୍ରୀ ସହ ରହୁନଥିଲେ। ୨୦୧୪ ଜୁନ ୨୫ ତାରିଖରେ ଉଭୟଙ୍କ ତଲାକ୍ ହୋଇଯାଇଥିଲା। ସ୍ୱାମୀ କହିଥିଲେ ଯେ ସ୍ତ୍ରୀ ସହ ତାଙ୍କର କୌଣସି ଶାରୀରିକ ସମ୍ବନ୍ଧ ନଥିଲା। ସ୍ତ୍ରୀ ନିଜ ମା ଘରେ ରହୁଥିଲେ। ୨୦୧୬ ଜାନୁଆରୀ ୨୬ ତାରିଖରେ ସେ ଏକ ଶିଶୁ ଜନ୍ମ ଦେଲେ। ମହିଳା ଦାବି କରି କହିଥିଲେ ଯେ ଶିଶୁ ତାଙ୍କ ସ୍ୱାମୀଙ୍କର। କିନ୍ତୁ ସ୍ୱାମୀ କହିଥିଲେ ଯେ ୨୦୧୩ ଜାନୁଆରୀ ୧୫ ତାରିଖରୁ ଉଭୟଙ୍କ ମଧ୍ୟରେ କୌଣସି ସମ୍ବନ୍ଧ ନଥିଲା। ଏହି ମାମଲାରେ ସ୍ୱାମୀ ଡିଏଏନ୍‌ଏ ଟେଷ୍ଟ କରିବାକୁ ଆବେଦନ କରିଥିଲେ। ଫ୍ୟାମିଲି କୋର୍ଟରେ ଏହି ଆବେଦନ ଖାରଜ ହୋଇଥିଲା। ଏହାପରେ ମାମଲା ହାଇକୋର୍ଟରେ ପହଞ୍ଚିଲା। ହାଇକୋର୍ଟ ଏହି ଗୁରୁତ୍ତ୍ୱପୂର୍ଣ୍ଣ ମାମଲାର ଶୁଣାଣି କରିଛନ୍ତି।

   Related Posts