Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୪୩ କୋଭିଡ୍ ପଜିଟିଭ୍
  • ||
  • ବୋହୂକୁ ପଥରରେ ଛେଚି ଦେଲା ଶାଶୂ, ପାରିବାରିକ କଳହରୁ ଜଘନ୍ୟ ହତ୍ୟାକାଣ୍ଡ…
  • ||
  • ପ୍ରବଳ ବର୍ଷା ପରେ ଭୂସ୍ଖଳନ: ୧୮ ମୃତ ଓ ଅନେକ ନିଖୋଜ, ମୁଖ୍ୟମନ୍ତ୍ରୀ ଲୋଡିଲେ ସେନା ସହାୟତା
  • ||
  • ଆଜିଠୁ ଓଜେଇଇ କାଉନସେଲିଂ, ପଞ୍ଜୀକରଣ ଓ ଚଏସ ଲକିଂ କରିପାରିବେ ଛାତ୍ରଛାତ୍ରୀ
  • ||
  • ଆଫଗାନିସ୍ତାନ ପ୍ରସଙ୍ଗରେ ନଭେମ୍ୱରରେ ବସିବ ବୈଠକ : ପାକିସ୍ତାନକୁ ନିମନ୍ତ୍ରଣ କଲା ଭାରତ
  • ||
  • ପଞ୍ଚାୟତ ନିର୍ବାଚନ ପାଇଁ ୩ ଦଳ ପ୍ରସ୍ତୁତ, ସଂରକ୍ଷଣ ତାଲିକା ପ୍ରକାଶ ପରେ ଗଦାଗଦା ଅଭିଯୋଗ
  • ||
  • ମନୀଷ ଅନୁରାଗ ମୃତ୍ୟୁ ମାମଲା : ରବିବାର ୩ ଅଭିଯୁକ୍ତଙ୍କ ରିମାଣ୍ଡ ଆବେଦନର ଶୁଣାଣି
  • ||

ଆଲ୍ଲାହାବାଦ ହାଇକୋର୍ଟ ବିଚାରପତି ବି.କେ ଶ୍ରୀବାସ୍ତବଙ୍କ ଦେହାନ୍ତ, କରୋନାରେ ହୋଇଥିଲେ ଆକ୍ରାନ୍ତ

28/04/2021 at 9:56 PM

ଲକ୍ଷ୍ନୌ ୨୮/୦୪ : ଉତ୍ତର ପ୍ରଦେଶରେ କରୋନା ଜନୀତ ମୃତ୍ୟୁ ସଂଖ୍ୟା ବୃଦ୍ଧିପାଇବାରେ ଲାଗିଛି । ଆଲହାବାଦ ହାଇକୋର୍ଟର ବିଚାରପତି ବୀରେନ୍ଦ୍ର କୁମାର ଶ୍ରୀବାସ୍ତବଙ୍କର କରୋନାରେ ପରଲୋକ ହୋଇଛି । କରୋନା ସଂକ୍ରମିତ ଚିହ୍ନଟ ହେବାପରେ ବିଚାରପତି ବୀରେନ୍ଦ୍ର କୁମାର ଶ୍ରୀବାସ୍ତବଙ୍କୁ ଲକ୍ଷ୍ନୌର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ବୁଧବାର ତାଙ୍କର ସ୍ବାସ୍ଥ୍ୟବସ୍ଥା ବିଗିଡିଥିଲା ଏବଂ ସେ ଶେଷ ନିଃଶ୍ବାସ ତ୍ୟାଗ କରିଥିଲେ । ଅନ୍ତିମ ସଂସ୍କାର ପାଇଁ ତାଙ୍କ ମରଶରୀରକୁ ଜନ୍ମମାଟି ଜନପଦ ମହରାଜଗଞ୍ଜକୁ ନିଆଯିବ ବୋଲି ସୂଚନା ମିଳିଛି ।

ନ୍ୟାୟମୂର୍ତ୍ତି ବି.କେ. ଶ୍ରୀବାସ୍ତବଙ୍କ ଜନ୍ମ ୧୯୬୨ ମସିହା ଜାନୁଆରୀ ୧ ତାରିଖରେ ହୋଇଥିଲା । ୧୯୮୬ ମସିହାରେ ସ୍ନାତକ ଏବଂ ୧୯୮୮ ମସିହାରେ ସ୍ନାତକତ୍ତର ଶେଷ କରିଥିଲେ । ୨୦୦୫ ମସିହାରେ ନ୍ୟାୟିକ ସେବାରେ ଚୟନ ହୋଇଥିଲେ । ୨୦୧୬ ମସିହାରେ ଜିଲ୍ଲା ଜଜ୍‌ ଏବଂ ୨୦୧୮ ନଭେମ୍ବର ୨୨ରେ ସେ ଆଲ୍ଲାହାବାଦ ହାଇକୋର୍ଟର ବିଚାରପତି ଭାବେ ନିଯୁକ୍ତ ହୋଇଥିଲେ । ତାଙ୍କର କାର୍ଯ୍ୟକାଳ ୨୦୨୩ ଡିସେମ୍ବର ୩୧ ଯାଏଁ ଥିଲା ।

   Related Posts