ଅମ୍ଳଜାନ ଅଭାବ ମୃତ୍ୟୁ ମାମଲା : କଠୋର ହେଲେ ଆହ୍ଲାବାଦ ହାଇକୋର୍ଟ, କହିଲେ ନରସଂହାରଠୁ କମ୍ ନୁହେଁ

Published By : Prameya-News7 Bureau | May 05, 2021 IST

ୟୁପି ୫/୫ : ଉତ୍ତର ପ୍ରଦେଶରେ ସଂଗୀନ ହେଉଛି ସ୍ଥିତି । ବିଭିନ୍ନ ହସ୍ପିଟାଲରେ ଅକ୍ସିଜେନ ଅଭାବରୁ ମୃତ୍ୟୁ ଦୈନିକ ଟେନସନ ବଢାଉଛି । ଏସବୁ ଦେଖି ଆହ୍ଲାବାଦ ହାଇକୋର୍ଟ ଶକ୍ତ ଟିପ୍ପଣୀ ଦେବା ସହ ଅସନ୍ତୋଷ ପ୍ରକାଶ କରିଛନ୍ତି ।

ଆଦେଶରେ ଆହ୍ଲାବାଦ ହାଇକୋର୍ଟ ସ୍ପଷ୍ଟ କରିଛନ୍ତି ହସ୍ପିଟାଲରେ ଅକ୍ସିଜେନ ଯୋଗାଣ ନ ହେବାରୁ କୋଭିଡ ରୋଗୀଙ୍କ ମୃତ୍ୟୁକୁ ଅପରାଧିକ ଦର୍ଶାଇ ନରସଂହାର ବୋଲି କହିଛନ୍ତି । କୋର୍ଟ କହିଛନ୍ତି ଯେ, ନରସଂହାର ପାଇଁ ସେହିମାନେ ଦାୟୀ, ଯେଉଁମାନଙ୍କ ହାତରେ ଅକ୍ସିଜେନ ଯୋଗାଇବା ପାଇଁ ଦାୟିତ୍ୱ ରହିଛି । ଅକ୍ସିଜେନ ଅଭାବରୁ ଲକ୍ଷ୍ନୌ ଏବଂ ମେରଠ ଜିଲ୍ଲାରେ କୋଭିଡ ରୋଗୀଙ୍କ ଜୀବନ ଯାଇଛି ।

ୟୁପିରେ ସଂକ୍ରମଣ ମାତ୍ରା ଏତେ ଅଧିକ ରହିଛି ଯେ, ରୋଗୀଙ୍କ ଅବସ୍ଥା ଗୁରୁତର ହୋଇଯାଉଛି । ଅନେକ କ୍ଷେତ୍ରରେ ଅମ୍ଳଜାନ ସ୍ତର ବି କମିଯାଉଛି । ଯେହେତୁ ଡାକ୍ତରଖାନାରେ ରୋଗୀଙ୍କ ସଂଖ୍ୟା ବୃଦ୍ଧିପାଉଛି, ସେହି ଅନୁପାତରେ ଅକ୍ସିଜୋନେ ଯୋଗାଣ ହୋଇପାରୁନି । ସେଥିପାଇଁ ରୋଗୀ ମୃତ୍ୟୁ ବଢିବାରେ ଲାଗିଛି । କୋର୍ଟ ଲକ୍ଷ୍ନୌ ଏବଂ ମେରଠ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଯେ, ସେମାନେ ୪୮ ଘଣ୍ଟା ମଧ୍ୟରେ ଯାଂଚ ରିପୋର୍ଟ ଦାଖଲ କରନ୍ତୁ ଏବଂ ଆଗାମୀ ଅନଲାଇନ୍‌ ଶୁଣାଣୀରେ ଉପସ୍ଥିତ ରୁହନ୍ତୁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.