Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବାତ୍ୟା ‘ଜଓ୍ଵାଦ’ ପ୍ରଭାବ: ଆସନ୍ତାକାଲି ୧୯ ଜିଲ୍ଲାରେ ସ୍କୁଲ ଛୁଟି
  • ||
  • ରାଜଧାନୀ ଦିଲ୍ଲୀରେ ‘ଓମିକ୍ରନ’ ଆତଙ୍କ ! ବିଦେଶ ଫେରନ୍ତା ୧୨ ରୋଗୀ LNJPରେ ଭର୍ତ୍ତି
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୯ ହଜାରରୁ ଅଧିକ କରୋନା ପଜିଟିଭ୍, ୩୯୧ ମୃତ
  • ||
  • ଓ୍ୱାଙ୍ଖଡେ ଟେଷ୍ଟରେ ମୁହାଁମୁହିଁ ହେବେ ଭାରତ ଓ ନ୍ୟୁଜିଲାଣ୍ଡ : ଫେରିଲେ ବିରାଟ, ଦେଖିବାକୁ ମିଳିବ ରୋମାଞ୍ଚକର ଫାଇଟ୍
  • ||
  • ପାଟଣା ରେଞ୍ଜରେ ହାତୀ ଆତଙ୍କ, ନଷ୍ଟ କରୁଛନ୍ତି ପାଚିଲା ଧାନ
  • ||
  • ଓଡିଶାରେ ବିରଳ ଘଟଣା : ଯୁବକଙ୍କ ପେଟରୁ ବାହାରିଲା ଭ୍ରୂଣ, ୫ ଘଣ୍ଟାର ଅପରେସନ ପରେ ବାହାର କଲେ ଡାକ୍ତର
  • ||
  • ଚିନ୍ତା ବଢାଇଲା ଓମିକ୍ରନ, ଦକ୍ଷିଣ ଆଫ୍ରିକାରେ ଲକଡାଉନ୍: ଭାରତରେ ମଧ୍ୟ ସ୍ଥିତି ସାଂଘାତିକ
  • ||
  • ଓଡିଶାରେ ଘସି ହୋଇଯିବ ଜଓ୍ୱାଦ ! ଉପକୂଳରେ ପ୍ରବଳ ବର୍ଷା, ୯୦ କିମି ବେଗରେ ବହିବ ପବନ
  • ||
  • ଚୋରା କାରବାରରେ ନାବାଳକ : ନବମ ଶ୍ରେଣୀ ଛାତ୍ରଙ୍କ ବ୍ୟାଗରୁ ମିଳିଲା ୨ କେଜି ଅଫିମ
  • ||

ଆହ୍ଲାବାଦ ହାଇକୋର୍ଟଙ୍କ ଗୁରୁତ୍ଵପୂର୍ଣ୍ଣ ରାୟ, କେବଳ ବିବାହ ପାଇଁ ଧର୍ମ ପରିବର୍ତ୍ତନ କରିବା ସ୍ଵୀକାର୍ଯ୍ୟ ନୁହେଁ

30/10/2020 at 9:43 PM

ପ୍ରୟାଗରାଜ ୩୦।୧୦: ଆହ୍ଲାବାଦ ହାଇକୋର୍ଟ ଧର୍ମ ପରିବର୍ତ୍ତନକୁ ନେଇ ଗୁରୁତ୍ଵପୂର୍ଣ୍ଣ ରାୟ ଶୁଣାଇଛନ୍ତି। ହାଇକୋର୍ଟ ନିଜର ଗୁରୁତ୍ଵପୂର୍ଣ୍ଣ ନିଷ୍ପତ୍ତିରେ କହିଛନ୍ତି କେବଳ ବିବାହ ପାଇଁ ଧର୍ମ ପରିବର୍ତ୍ତନ କରିବା ବୈଧ୍ୟ ନୁହେଁ। ହାଇକୋର୍ଟ ଅଲଗା ଅଲଗା ଧର୍ମର ବିବାହିତ ଯୋଡିଙ୍କ ଆବେଦନ ଖାରଜ କରି ସମ୍ଵନ୍ଧିତ ମାଜିଷ୍ଟ୍ରେଟ୍‌ଙ୍କ ସମ୍ମୁଖରେ ହାଜର ହୋଇ ବୟାନ ରଖିବାକୁ କହିଛନ୍ତି। ଆବେଦନରେ ସେମାନଙ୍କର ଶାନ୍ତିପୂର୍ଣ୍ଣ ବୈବାହିକ ଜୀବନରେ ହସ୍ତକ୍ଷେପ କରିବା ଉପରେ ରୋକ୍ ଲଗାଇବାକୁ ବିବାହିତ ଯୋଡି ଦାବି କରିଥିଲେ।

କୋର୍ଟ ଯାଚିକାକୁ ସମ୍ବନ୍ଧିତ ମାଜିଷ୍ଟ୍ରେଟ୍‌ଙ୍କ ସମ୍ମୁଖରେ ରଖି ନିଜର ବୟାନ ଦେବାକୁ କହିଛନ୍ତି। ମୁଜଫରନଗର ଜିଲ୍ଲାର ବିବାହିତ ଯୋଡି ପରିବାର ଲୋକଙ୍କୁ ସେମାନଙ୍କର ଶାନ୍ତିପୂର୍ଣ୍ଣ ବୈବାହିକ ଜୀବନରେ ହସ୍ତକ୍ଷେପ ନକରିବାକୁ କହିଥିଲେ। ମାତ୍ର କୋର୍ଟ ଆବେଦନ ଉପରେ ହସ୍ତକ୍ଷେପ କରିବାକୁ ମନା କରି ଏହାକୁ ଖାରଜ କରିଛନ୍ତି।

ବିବାହ ପାଇଁ ଧର୍ମ ପରିବର୍ତ୍ତନ ସ୍ଵୀକାର୍ଯ୍ୟ ନୁହେଁ

ବିଚାରପତି ଏମସି ତ୍ରିପାଠୀ ପ୍ରିୟାଂଶୀ ଓରଫ ସମରିନ ଏବଂ ଅନ୍ୟଙ୍କ ଆବେଦନ ଉପରେ ଏହି ଆଦେଶ ଦେଇଛନ୍ତି। କୋର୍ଟ କହିଛନ୍ତି ଗୋଟିଏ ଆବେଦନ ମୁସଲିମ ତ ଅନ୍ୟ ଆବେଦନ ହିନ୍ଦୁର। ଯୁବତୀ ଜୁନ ୨୯ରେ ହିନ୍ଦୁ ଧର୍ମ ସ୍ଵୀକାର କରିଥିଲେ ଏବଂ ଜୁଲାଇ ୩୧ରେ ବିବାହ କରିଥିଲେ। କୋର୍ଟ କହିଛନ୍ତି ରେକର୍ଡକୁ ସ୍ପଷ୍ଟ ଯେ, ବିବାହ ପାଇଁ ହିଁ ଧର୍ମ ପରିବର୍ତ୍ତନ ହୋଇଛି। କୋର୍ଟ ନୁର ଜହାନ ବେଗମ କେସ୍‌ର ନିଷ୍ପତ୍ତିର ଯୁକ୍ତି ଦେଇ କହିଛନ୍ତି ବିବାହ ପାଇଁ ଧର୍ମ ପରିବର୍ତ୍ତନ କରିବା ସ୍ଵୀକାର୍ଯ୍ୟ ନୁହେଁ।

ଉକ୍ତ କେସ୍‌ରେ ହିନ୍ଦୁ ଯୁବତୀ ଧର୍ମ ପରିବର୍ତ୍ତନ କରି ମୁସଲିମ ଯୁବକଙ୍କୁ ବିବାହ କରିଥିଲେ। ପ୍ରଶ୍ନ ଏହା ଥିଲା ଯେ, କଣ ହିନ୍ଦୁ ଯୁବତୀ ଧର୍ମ ପରିବର୍ତ୍ତନ କରି ମୁସଲିମ ଯୁବକଙ୍କୁ ବିବାହ କରି ପାରିବେ ଏବଂ ଏହି ବିବାହ କଣ ବୈଧ୍ୟ। କୁରାନର ହଦିସର ଯୁକ୍ତି ବାଢି କୋର୍ଟ  କହିଛନ୍ତି ଇସଲାମ  ବିଷୟରେ କିଛି ନଜାଣି, ବିନା ଆସ୍ଥା ଏବଂ ବିଶ୍ଵାସରେ ଧର୍ମ ପରିବର୍ତ୍ତନ କରିବା ସ୍ଵୀକାର୍ଯ୍ୟ ନୁହେଁ। ଏହା ଇସଲାମ ବିରୋଧୀ। ଏହି ନିଷ୍ପତ୍ତି ଶୁଣାଇ କୋର୍ଟ ମୁସଲିମରୁ ହିନ୍ଦୁ ହୋଇ ବିବାହ କରିଥିବା ଯୁବତୀଙ୍କ ଆବେଦନକୁ ଖାରଜ କରିଛନ୍ତି।

   Related Posts