ଯୌନ ଶୋଷଣ ମାମଲାରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଚିନ୍ମୟାନନ୍ଦଙ୍କୁ ମିଳିଲା ଜାମିନ

Published By : Prameya-News7 Bureau | February 03, 2020 IST

ଏଲହାବାଦ ୩।୨:  ଆଇନ ଛାତ୍ରୀ ଯୌନ ଶୋଷଣ ମାମଲାରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ସ୍ୱାମୀ ଚିନ୍ମୟାନନ୍ଦଙ୍କୁ ସୋମବାର ଜାମିନ ମିଳିଛି। ଏଲହାବାଦ ହାଇକୋର୍ଟ ଚିନ୍ମୟାନନ୍ଦଙ୍କ ପକ୍ଷରୁ କରାଯାଇଥିବା ଜାମିନ ନିବେନଦନର ଶୁଣାଣି କରିବା ସହ ତାଙ୍କୁ ଜାମିନ ପ୍ରଦାନ ନିମନ୍ତେ ନିଷ୍ପତ୍ତି ନେଇଛନ୍ତି। ଗତ ନଭେମ୍ବର ୧୬ ତାରିଖରେ ହାଇକୋର୍ଟ ତାଙ୍କ ଜାମିନ ନିବେଦନ ସମ୍ପର୍କିତ ଶୁଣାଣିର ନିଷ୍ପତ୍ତି ସଂରକ୍ଷିତ ରଖିଥିଲେ।

{"id":219646,"sizeSlug":"large"}

ଚିନ୍ମୟାନନ୍ଦଙ୍କ ବିରୋଧରେ ସ୍ୱାମୀ ଶୁକଦେବାନନ୍ଦ ଆଇନ ମହାବିଦ୍ୟାଳୟର ଜନୈକା ଛାତ୍ରୀଙ୍କ ପ୍ରତି ଦୁଷ୍କର୍ମ ଓ ଯୌନ ଶୋଷଣର ଅଭିଯୋଗ ହୋଇଥିଲା। ମାମଲାର ଏବେ ଏସଆଇଟି ଯାଞ୍ଚ ଜାରି ରହିଛି। ଏଲହାବାଦ ହାଇକୋର୍ଟଙ୍କ ଡିଭିଜନ ବେଞ୍ଚଙ୍କ ମନିଟରିଂରେ ମାମଲାର ତଦନ୍ତ କରାଯାଉଥିବା ବେଳେ ଯାଞ୍ଚ ପ୍ରକ୍ରିୟାରେ ପକ୍ଷ ହେବା ଲାଗି ଗତମାସରେ ଚିନ୍ମୟାନନ୍ଦ କରିଥିବା ନିବେଦନକୁ ହାଇକୋର୍ଟ ଅଗ୍ରାହ୍ୟ କରିଦେଇଥିଲେ। ତେବେ ଯାଞ୍ଚ ସରିବା ପରେ ଜାମିନ ନେଇ ଚିନ୍ମୟାନନ୍ଦଙ୍କ ନିବେଦନର ସଂରକ୍ଷିତ ଥିବା ନିଷ୍ପତ୍ତି କୋର୍ଟ ଘୋଷଣା କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.