ଖରାପ ହସ୍ତାକ୍ଷର ପାଇଁ ଡାକ୍ତରଙ୍କୁ ପାଞ୍ଚ ହଜାର ଟଙ୍କା ଜରିମାନା କଲେ ଅଦାଲତ
4/10/2018 at 5:27 PM

ଆହ୍ଲାବାଦ ୪|୧୦: ଖରାପ ହସ୍ତାକ୍ଷର ପାଇଁ ଡାକ୍ତରଙ୍କୁ ପାଞ୍ଚ ହଜାର ଟଙ୍କା ଜରିମାନା। ଉତ୍ତରପ୍ରଦେଶର ଏକ କୋର୍ଟ ୩ ଜଣ ଡାକ୍ତରଙ୍କୁ ପାଞ୍ଚ ହଜାର ଟଙ୍କା ଜରିମାନା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଡାକ୍ତରଙ୍କ ଖରାପ ହସ୍ତାକ୍ଷର କୌଣସି ନୂଆ କଥା ନୁହେଁ। ତେବେ ଏଥିପାଇଁ କୋର୍ଟ ଡାକ୍ତରଙ୍କୁ ଜରିମାନା ଦେବାକୁ ନିର୍ଦ୍ଦେଶ ଦେବା ନିଶ୍ଚିତରୂପେ ସମସ୍ତଙ୍କୁ ଚକିତ କରିଛି। ଆହ୍ଲାବାଦର ହାଇକୋର୍ଟର ଏକ ଖଣ୍ଡପୀଠ ପୃଥକ୍ ପୃଥକ୍ ଘଟଣାରେ ଅସ୍ପଷ୍ଟ ହସ୍ତାକ୍ଷର ପାଇଁ ତିନି ଜଣ ଡାକ୍ତରଙ୍କୁ ପାଞ୍ଚ ହଜାର ଟଙ୍କା ଲେଖାଏଁ ଜରିମାନା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଗତ ସପ୍ତାହରେ ୩ଟି ଅପରାଧିକ ମାମଲାର ଶୁଣାଣି ବେଳେ କୋର୍ଟ ଏହି ରାୟ ଶୁଣାଇଛନ୍ତି। ଏହି ମାମଲାକୁ ବେଞ୍ଚ କୋର୍ଟ କାର୍ଯ୍ୟରେ ବାଧକ ଭାବେ ବିଚାର କରି ଏହି ରାୟ ଶୁଣାଇଛନ୍ତି।
Related Posts
ବୁଡି ଯାଉଥିଲେ ମାଲିକ, ପାଣିକୁ ଡେଇଁପଡିଲା କୁକୁର
25 May 2022