Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ବର : ବହୁ ଚର୍ଚ୍ଚିତ ଅଞ୍ଜନା ମିଶ୍ର ଗଣଦୁଷ୍କର୍ମ ମାମଲା, ବୁଧବାର ମୁଖ୍ଯ ଅଭିଯୁକ୍ତ ବିବନର ହେବ ଟିଆଇ ପରେଡ
  • ||
  • ଭୁବନେଶ୍ବର : ବହୁ ଚର୍ଚ୍ଚିତ ଅଞ୍ଜନା ମିଶ୍ର ଗଣଦୁଷ୍କର୍ମ ମାମଲା, ମୁଖ୍ଯ ଅଭିଯୁକ୍ତ ବିବନକୁ ୨ ଦିନିଆ ରିମାଣ୍ଡରେ ନେବ ସିବିଆଇ
  • ||
  • ଆଠଗଡ : ଟାୟାର ଫାଟି ଓଲଟିଲା ଟ୍ରକ୍, ଡ୍ରାଇଭର ଆହତ
  • ||
  • ବାଲେଶ୍ବର : ସୋସିଆଲ୍ ମିଡିଆରେ ସ୍ତ୍ରୀର ଉଲଗ୍ନ ଫଟୋ : ସ୍ବାମୀକୁ ଗିରଫ କରି ଦଫା ଲଗାଇଛି ପୋଲିସ, ଅଭିଯୁକ୍ତ କହୁଛି- ମୁଁ ଅପଲୋଡ୍ କରିନି
  • ||
  • ନୂଆପଡା : ୫ ଡକାୟତ ଗିରଫ, ଲୁଟ୍ ହୋଇଥିବା ଟଙ୍କା ସହ ଅଳଙ୍କାର ଜବତ
  • ||
  • ଭୁବନେଶ୍ବର : ୧୦ ବରିଷ୍ଠ ଅଧିକାରୀଙ୍କୁ ୧୦ ଜିଲ୍ଲା ଦାୟିତ୍ବ
  • ||
  • ଭୁବନେଶ୍ବର : ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୧୭ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ବର : ରାଜ୍ୟରେ ଚିହ୍ନଟ ହେଲେ ଆଉ ୭୪ କୋଭିଡ୍ ପଜିଟିଭ୍, ୩୩୭୩୫୧ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଭୁବନେଶ୍ବର : ଭିସୁଟ୍‌ ଛାତ୍ରଛାତ୍ରୀ କରୋନା ପଜିଟିଭ୍ ରିପୋର୍ଟ ଥିଲା ଭୁଲ୍, ଆଣ୍ଟିଜେନ୍ କିଟ୍ ଖରାପରୁ ୨୫ଜଣଙ୍କର ରିପୋର୍ଟ ଆସିଥିଲା ପଜିଟିଭ୍
  • ||
  • କୋରାପୁଟ : ଜବତ ହେଲା ୭ କୋଟି ୯୦ ଲକ୍ଷ ଟଙ୍କାର ଜାଲ ନୋଟ୍, ୩ ଅଟକ
  • ||

ବିବାହିତା ହୋଇ ପର ପୁରୁଷ ସହ ଲିଭ୍‌ଇନ୍‌ରେ ରହିବା ଅପରାଧ-ହାଇକୋର୍ଟଙ୍କ ରାୟ

20/01/2021 at 12:34 PM

ପ୍ରୟାଗରାଜ ୨୦/୦୧ : ଇଲାହାବାଦ ହାଇକୋର୍ଟ ଲିଭଇନ ରିଲେସନସିପକୁ ନେଇ ରାୟ ଶୁଣାଇଛନ୍ତି। ହାଇକୋର୍ଟ କହିଛନ୍ତି ବିବାହିତ ହୋଇ ପର ପୁରୁଷ ସହ ସ୍ୱାମୀ-ସ୍ତ୍ରୀ ଭଳି ଲିଭଇନରେ ରହିବା ସମ୍ପର୍କ ନୁହେଁ, ଏହା ଅପରାଧ। ପର ପୁରୁଷ ସହ ଲିଭଇନରେ ରହିବା ଅରପଡ଼ା ଶ୍ରେଣୀଭୁକ୍ତ। ଜଷ୍ଟିସ୍ ଏସପି କେଶରୱାନି, ଡ.ୱାଇକେ ଶ୍ରୀବାସ୍ତବଙ୍କ ଖଣ୍ଡପୀଠ ହାଥରସ ଜିଲ୍ଲା ଶାସନୀ ଥାନା ଅଞ୍ଚଳରେ ରହୁଥିବା ଆଶା ଦେବୀ ଓ ଅରବିନ୍ଦଙ୍କ ଆବେଦନକୁ ଖାରଜ କରି ଏହିଭଳି ରାୟ ଦେଇଛନ୍ତି। ଆଶା ଦେବୀଙ୍କ ବିବାହ ମହେଶ ଚନ୍ଦ୍ରଙ୍କ ସହିତ ହୋଇଛି। ଦୁହିଁଙ୍କର ବିବାହ ବିଚ୍ଛେଦ ହୋଇନି। ଏବେ ବି ସେମାନେ ସ୍ୱାମୀ-ସ୍ତ୍ରୀ। କିନ୍ତୁ ଆଶା ଦେବୀ ନିଜ ସ୍ୱାମୀଙ୍କୁ ଛାଡି ଆଉ ଜଣେ ପୁରୁଷଙ୍କ ସହ ସ୍ୱାମୀ ସ୍ତ୍ରୀ ଭଳି ରୁହନ୍ତି।

ଆବେଦନକାରୀ ଆଶା ଦେବୀ ମହେଶ ଚନ୍ଦ୍ରଙ୍କ ବିବାହିତା ସ୍ତ୍ରୀ। ଉଭୟଙ୍କ ତଲାକ ହୋଇନି। କିନ୍ତୁ ସେ ସ୍ୱାମୀଙ୍କ ସହ ନ ରହି ଅରବିନ୍ଦ ନାମକ ପୁରୁଷ ବନ୍ଧୁଙ୍କ ସହ ଲିଭଇନରେ ରୁହନ୍ତି। କୋର୍ଟ କହିଛନ୍ତି ଏହା ଲିଭଇନ ରିଲେସନ ନୁହେଁ ବରଂ ଦୁରାଚାର ବା ଅପରାଧ ଯେଉଁଥିପାଇଁ ପୁରୁଷ ଅପରାଧୀ। ଆବେଦନକାରୀ କହିଛନ୍ତି ଯେ ସେମାନେ ଲିଭଇନ ରିଲେସନରେ ଅଛନ୍ତି। ସେଥିପାଇଁ ସେମାନଙ୍କୁ ତାଙ୍କ ପରିବାର ଠାରୁ ସୁରକ୍ଷା ପ୍ରଦାନ କରାଯାଉ। କୋର୍ଟ କହିଛନ୍ତି, ବିବାହିତା ମହିଳାଙ୍କ ସହ ଧର୍ମ ପରିବର୍ତ୍ତନ କରି ଲିଭଇନ୍ ରିଲେସନରେ ରହିବା ମଧ୍ୟ ଅପରାଧ। ଅବୈଧ ସମ୍ବନ୍ଧ ରଖୁଥିବା ପୁରୁଷ ମଧ୍ୟ ଅପରାଧୀ।

ଇଲାହାବାଦ କୋର୍ଟ କହିଛନ୍ତି, ଆଇନଗତ ଅଧିକାରକୁ କାର୍ଯ୍ୟକାରୀ କରିବା କିମ୍ବା ସୁରକ୍ଷା ଦେବା ପାଇଁ ଏହି ଆଦେଶ ଦିଆଯାଇପାରେ କିନ୍ତୁ କୌଣସି ଅପରାଧୀକୁ ସୁରକ୍ଷା ଦେବା ପାଇଁ ନୁହେଁ। ଯଦି ଅପରାଧୀକୁ ସୁରକ୍ଷା ଦେବାକୁ ଆଦେଶ ଦିଆଯାଏ ତାହେଲେ ଏହା ଅପରାଧକୁ ସୁରକ୍ଷା ଦେବା ସହ ସମାନ। ଯେଉଁ ପୁରୁଷ କୌଣସି ବିବାହିତା ମହିଳାଙ୍କ ସହ ଲିଭଇନରେ ରହୁଛନ୍ତି, ସେ ଭାରତୀୟ ଦଣ୍ଡ ବିଧାନ ସଂହିତା ୪୯୪ ଓ ୪୯୫ (ସ୍ୱାମୀ କିମ୍ବା ସ୍ତ୍ରୀ ଜୀବିତ ଥାଇ ଦ୍ୱିତୀୟ ବିବାହ କରିବା) ଅନୁଯାୟୀ ଦୋଷୀ। ଠିକ୍ ସେହିଭଳି ଧର୍ମ ପରିବର୍ତ୍ତନ କରି ବିବାହିତାଙ୍କ ସହ ରହିବା ମଧ୍ୟ ଅପରାଧ।

   Related Posts