ଆଲ୍ଲା ରାଗିଛନ୍ତି, ସେ ଦେଇଥିବା ରୋଗ କେଉଁ ଡାକ୍ତର ଭଲ କରିପାରିବେ ନାହିଁ- ତବଲୀଗୀ ଜମାତ ମୁଖ୍ୟ

Published By : Prameya-News7 Bureau | April 03, 2020 IST

ନୂଆଦିଲ୍ଲୀ, ୦୩|୦୪:  କରୋନା ଭାଇରସ ପାଇଁ ମାନବ ଜାତି ହିଁ ଦାୟୀ । ମନୁଷ୍ୟ କରିଥିବା ପାପର ଫଳ ହେଉଛି କରୋନା ଭାଇରସ ବୋଲି କହିଛନ୍ତି ତବଲୀଗୀ ଜମାତ ମରକଜର ମୁଖ୍ୟ ମୌଲାନା ସାଦ୍ । ଏକ ଅଡିଓ ମେସେଜରେ ସେ ଏହା କହିଛନ୍ତି । ଏପରିକି ଆଲ୍ଲା ରାଗିଥିବାରୁ ଏହା ହେଉଛି ବୋଲି ସେ ଅଡିଓ ମେସେଜରେ ପ୍ରକାଶ କରିଛନ୍ତି ।

ପୋଲିସର ବିଭିନ୍ନ ଟିମ୍ ୟୁପି ଓ ଦିଲ୍ଲୀରେ ମୌଲାନା ସାଦଙ୍କୁ ଖୋଜୁଛି । ତାଙ୍କୁ ଗିରଫ କରିବା ପାଇଁ ମଧ୍ୟ ନିର୍ଦ୍ଦେଶ ରହିଛି । ସେ ଆତ୍ମଗୋପନ କରିଛନ୍ତି । ତେବେ ସେ ପୂର୍ବରୁ ଦେଇଥିବା ନିଜ ପ୍ରତିକ୍ରିୟାରୁ ପଛକୁ ହଟିଛନ୍ତି । ଜମାତ ସଦସ୍ୟମାନେ ଲକଡାଉନକୁ ଖାତିର ନକରିବା ପାଇଁ ସେ ପୂର୍ବରୁ କହିଥିଲେ ।  ଏବେ କିନ୍ତୁ ସମସ୍ତେ ଡାକ୍ତରଙ୍କ ପରାମର୍ଶ ମାନିବା ସହ ସରକାରଙ୍କ ଗାଇଡଲାଇନ ପାଳନ କରନ୍ତୁ ବୋଲି କହିଛନ୍ତି । ଏପରିକି ସେ ନିଜେ ଆଇସୋଲେସନରେ ଥିବା ପ୍ରକାଶ କରିଛନ୍ତି ।

{"id":248266,"width":748,"height":421,"sizeSlug":"large"}

ସେ ନୂଆ ଅଡିଓ ଟେପରେ କହିଛନ୍ତି, ଯଦି କେହି ମରିବାକୁ ଯାଉଛନ୍ତି ତେବେ ମରିବା ପାଇଁ ମସଜିଦଠୁ ଭଲ ସ୍ଥାନ ଆଉ ନାହିଁ । ଏହି ସମୟରେ ପ୍ରାର୍ଥନା ବନ୍ଦ କରିବା ଅନୁଚିତ । ଡାକ୍ତରଙ୍କ ପରାମର୍ଶ ମାନି ଅନ୍ୟମାନଙ୍କୁ ଦୂରେଇବା ଠିକ ନୁହେଁ । ଯେତେବେଳେ ଆଲ୍ଲା ଆମକୁ ରୋଗ ଦେଇଛନ୍ତି ତାକୁ କେଉଁ ଡାକ୍ତର ଆରୋଗ୍ୟ କରିପାରିବେ ନାହିଁ ।

ପୂର୍ବ ଭିଡିଓରେ ଏହି ସଙ୍କଟ ସମୟରେ ଆମେ ମାନେ ଏକାଠି ହୋଇ ପ୍ରାର୍ଥନା କଲେ ଆଲ୍ଲା ବିଶ୍ୱରେ ଶାନ୍ତି ପ୍ରତିଷ୍ଠା କରିବେ ବୋଲି କହିଥିଲେ ।

ସୂଚନାଯୋଗ୍ୟ, ଦିଲ୍ଲୀ ନିଜଜାମୁଦ୍ଦୀନରେ ଥିବା ଜମାତରେ ଏକ ସମ୍ମିଳନୀରେ ଯୋଗଦେଇଥିବା ପ୍ରାୟ ୬୦୦ରୁ ଅଧିକ ସଦସ୍ୟ କରୋନା ସଂକ୍ରମିତ ହୋଇଥିଲେ । ଏହାପରେ ବିବାଦ ଘନେଇବା ସହ ପୋଲିସ ଜମାତର ମୌଲାନା ସାଦଙ୍କୁ ଖୋଜୁଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.