ରାଜ୍ୟ କ୍ୟାବିନେଟର ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି: ଲୋକ ପ୍ରତିନିଧି ଓ ସରକାରୀ କର୍ମଚାରୀ ପ୍ରତିବର୍ଷ ଦେବେ ସମ୍ପତ୍ତି ତାଲିକା

Published By : Prameya-News7 Bureau | December 28, 2020 IST

ଭୁବନେଶ୍ବର୨୮/୧୨:  ସୋମବାର ମୁଖ୍ୟମନ୍ତ୍ରୀ ଅଧ୍ୟକ୍ଷତାରେ କ୍ୟାବିନେଟ୍ ବୈଠକ ଆରମ୍ଭ ହୋଇଥିଲା। ନିର୍ବାଚିତ ପ୍ରତିନିଧି ଏବଂ ସରକାରୀ କର୍ମଚାରୀ ପ୍ରଦାନ କରିବେ ସମ୍ପତ୍ତି ତାଲିକା। ଦୁର୍ନୀତି ବିରୋଧୀ ଅଭିଯାନକୁ ଆହୁରି ଜୋରଦାର କରିଛନ୍ତି ରାଜ୍ୟ ସରକାର

ବିଭିନ୍ନ ସମୟରେ ଦେଖାଯାଏ, ନେତା, ମନ୍ତ୍ରୀ ଏବଂ ସରକାରୀ କର୍ମଚାରୀ କଳାଧନରେ ନିଜର କଳା ସାମ୍ରାଜ୍ୟ ବିସ୍ତାର କରିଥାଆନ୍ତି। ତେଣୁ ନିର୍ବାଚିତ ପ୍ରତିନିଧି ଏବଂ ସରକାରୀ କର୍ମଚାରୀ ସମ୍ପତ୍ତି ତାଲିକା ଦେବା ବାଧ୍ୟତାମୂଳକ ବୋଲି କ୍ୟାବିନେଟରେ ନିଷ୍ପତ୍ତି ନେଇଛନ୍ତି। ଏହି ସମସ୍ତ ସମ୍ପତ୍ତି ତାଲିକା ଜନସାଧାରଣଙ୍କ ନିମନ୍ତେ ପବ୍ଲିକ ଡୋମେନରେ‌ ରଖାଯିବ। ପ୍ରତିବର୍ଷ ସରକାରୀ କର୍ମଚାରୀ ଏବଂ ଲୋକ ପ୍ରତିନିଧିଙ୍କ ନିଜର ସମ୍ପତ୍ତି ତାଲିକାର ଏକକିତା ନକଲ ଲୋକାୟୁକ୍ତଙ୍କ ନିକଟକୁ ପଠାଯିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.