ଜାନୁଆରୀରୁ ମାର୍ଚ୍ଚ ମଧ୍ୟରେ ପ୍ରୟାଗରାଜରେ ସମସ୍ତ ବିବାହ ରଦ୍ଦ କରିଛନ୍ତି ଯୋଗୀ, ଜାଣନ୍ତୁ କାହଁକି...

Published By : Prameya-News7 Bureau | December 01, 2018 IST

ଲକ୍ଷ୍ନୈା ୧/୧୨ : ଆପଣ ଯଦି ଆସନ୍ତା ଜାନୁଆରୀ ରୁ ମାର୍ଚ୍ଚ ମଧ୍ୟରେ ବିବାହର ଆୟୋଜନ କରୁଛନ୍ତି ତାହେଲେ ଭୁଲି ଯାଆନ୍ତୁ | ଅଥବା ବିବାହ ସ୍ଥଳ ପରିବର୍ତ୍ତନ କରିଦିଅନ୍ତୁ | ଏହିସବୁ ନିୟମ ରହିଛି ଉତ୍ତର ପ୍ରଦେଶବାସୀଙ୍କ ପାଇଁ | ଆସନ୍ତା ୨୦୧୯ କୁମ୍ଭ ମେଳା ସମୟ, ଅର୍ଥାତ ଜାନୁଆରୀ ରୁ ମାର୍ଚ୍ଚ ଯାଏଁ କେହି ମଧ୍ୟ ବିବାହ କରିପାରିବେ ନାହିଁ ବୋଲି ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଘୋଷଣା କରିଛନ୍ତି | ତେବେ ଯେଉଁମାନେ ବିବାହ ମଣ୍ଡପ କିମ୍ବା ରୋଷେଇ ପାଇଁ ଅଗ୍ରିମ ଦେଇସାରିଛନ୍ତି ସେମାନେ ବିବାହ ତାରିଖ ଘୁଞ୍ଚାଇବେ ବୋଲି କହିଛନ୍ତି ରାଜ୍ୟ ସରକାର | ଅନେକ ଲୋକେ ପାଖାପାଖି ଜିଲ୍ଲାକୁ ବିବାହ ସ୍ଥଳ ବଦଳାଇବେ ବୋଲି କହିଛନ୍ତି ଯୋଗୀ ସରକାର | ତେବେ ବିବାହ ଋତୁ ଉପରେ ନିର୍ଭରଶୀଳ ବ୍ୟବସାୟୀଙ୍କ ପାଇଁ ମଧ୍ୟ ସମାନ ବିକଳ୍ପ ଜାରି କରାଯାଇଛି | ଘୋଷଣା ଅନୁଯାୟୀ, କୁମ୍ଭ ସ୍ନାନର ଗୋଟିଏ ଦିନ ପୂର୍ବରୁ ଏବଂ ପରେ ବିବାହକୁ ଅନୁମତି ଦିଆଯାଇନାହିଁ | ରାଜ୍ୟର ସମସ୍ତ ବିବାହ ଅୟୋଜନକାରୀ ସଂସ୍ଥା ଏବଂ ହୋଟେଲଗୁଡିକୁ ଏହି ସମୟରେ ବୁକ ହୋଇଥିବା ବିବାହ ଉତ୍ସବକୁ ବାତିଲ କରିବା ପାଇଁ ଜିଲ୍ଲା ପ୍ରଶାସନ ତରଫରୁ ନିର୍ଦେଶନାମ ଜାରି କରାଯାଇଛି | କୁମ୍ଭ ମେଳା ସମୟରେ ବହୁ ସଂଖ୍ୟକ ଭକ୍ତ ଏଠାରେ ଉପସ୍ଥିତ ହୋଇଥାନ୍ତି | କୁମ୍ଭ ମେଳା ସମୟରେ ମୁଖ୍ୟତଃ ୫ଟି ସ୍ନାନର ପରମ୍ପରା ରହିଛି | ଜାନୁଆରୀରେ ମକର ସଂକ୍ରାନ୍ତି ଏବଂ ପୌଷ ପୁର୍ଣିମା ସ୍ନାନ, ଫେବୃଆରୀରେ ମୌନି ଅମାବାସ୍ୟା, ବସନ୍ତ ପଞ୍ଚମୀ ଏବଂ ମାଘି ପୁର୍ଣିମା ସ୍ନାନ ଏବଂ ମାର୍ଚ୍ଚରେ ମହାଶିବରାତ୍ରି ସ୍ନାନ | ଆସନ୍ତା ଡିସେମ୍ବର ୧୫ ତାରିଖରୁ ୨୦୧୯ ମସିହା ମାର୍ଚ୍ଚ ୧୫ ତାରିଖ ଯାଏଁ କାନପୁରର ସମସ୍ତ ଧର୍ମଶାଳାକୁ ବନ୍ଦ କରିବା ପାଇଁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ନିର୍ଦେଶ ଦେଇଛନ୍ତି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.