ଏବେ ଆଉ କେହି ଚୋରି କରିପାରିବେନି ଗାଡ଼ି : ଅପ୍ରେଲ୍ ୧ରୁ ବଦଳିବ ସବୁ ଗାଡ଼ିର ନମ୍ବର ପ୍ଲେଟ୍

Published By : Prameya-News7 Bureau | January 05, 2019 IST

ନୂଆଦିଲ୍ଲୀ ୫/୧:ଏବେ ହାଇ ସିକ୍ୟୁରିଟି ରେଜିଷ୍ଟ୍ରେସନ୍ ନମ୍ବର ପ୍ଲେଟ ଅପ୍ରେଲ୍ ୧ତାରିଖରୁ ସମସ୍ତ ଗାଡ଼ିରେ ଦେଖିବାକୁ ମିଳିବ। ସଂସଦରେ ପରିବହନ ମନ୍ତ୍ରୀ ନିତିନ ଗଡ଼କାରୀ ଲିଖିତ ଜବାବ ଦେଇ କହିଛନ୍ତି ଯେ ଅପ୍ରେଲ୍ ୧ତାରିଖରୁ ସମସ୍ତ ଗାଡ଼ି ନିର୍ମାତାଙ୍କ ପାଇଁ ହାଇ ସିକ୍ୟୁରିଟି ରେଜିଷ୍ଟ୍ରେସନ୍ ନମ୍ବର ପ୍ଲେଟସ୍  ଦେବା ଅପରିହାର୍ଯ୍ୟ ହେବ। ଏଥିରେ ତୃତୀୟ ରେଜିଷ୍ଟ୍ରେସନ୍ ମାର୍କ ମଧ୍ୟ ରହିବ। ଗଡ଼କାରୀ କହିଛନ୍ତି ସେଣ୍ଟ୍ରାଲ୍ ମୋଟର ଭେହିକଲସ୍ ନିୟମ ୧୯୮୯ରେ ସଂଶୋଧନ ଏବଂ ହାଇ ସିକ୍ୟୁରିଟି ରେଜିଷ୍ଟ୍ରେସନ୍ ନମ୍ବର ପ୍ଲେଟ ଆଦେଶ୨୦୦୧କୁ ରିଭିଜନ ପାଇଁ ପବ୍ଲିକ୍ ଡୋମେନରେ ପଠାଯାଇଛି।

ହାଇ ସିକ୍ୟୁରିଟି ରେଜିଷ୍ଟ୍ରେସନ୍ ନମ୍ବର ପ୍ଲେଟକୁ ନେଇ ଗ୍ରାହକଙ୍କ ମନରେ ଅନେକ ପ୍ରଶ୍ନ ରହିଛି। ସେଥିପାଇଁ କେତେକ ତଥ୍ୟ ଜାଣିରଖିବା ଉଚିତ୍।

ସଡ଼କ ପରିବହନ ମନ୍ତ୍ରଣାଳୟଙ୍କ ତରଫରୁ ଦିଆଯାଇଥିବା ଆଦେଶ ପରେ ଏବେ ଗାଡ଼ି ନିର୍ମାଣ କରୁଥିବା କମ୍ପାନୀ ତୃତୀୟ ରେଜିଷ୍ଟ୍ରେସନ୍ ମାର୍କ ପ୍ରସ୍ତୁତ କରିବ। ଏଥିରେ ଗାଡ଼ିରେ କେଉଁ ଇନ୍ଧନ ବ୍ୟବହାର ହେବ ତାହା ମଧ୍ୟ କଲର କୋଡିଙ୍ଗ୍ କରାଯିବ। ଗାଡ଼ି ହସ୍ତାନ୍ତର କରିବା ପୂର୍ବରୁ ପ୍ରଥମେ ଡିଲର ଏହି ଗାଡ଼ିକୁ ଓ୍ବିଣ୍ଡ ସିଲଡରେ ଲଗାଇବେ।

ହାଇ ସିକ୍ୟୁରିଟି ରେଜିଷ୍ଟ୍ରେସନ୍ ନମ୍ବର ପ୍ଲେଟ ସାହାଯ୍ୟରେ ଚୋରି କିମ୍ବା ଦୁର୍ଘଟଣା ପରେ ତୁରନ୍ତ ସେହି ଗାଡ଼ି ଏବଂ ଗାଡ଼ିର ମାଲିକ ସହ ଜଡ଼ିତ ସମସ୍ତ ସୂଚନା ହାସିଲ ହୋଇପାରିବ।

ହାଇ ସିକ୍ୟୁରିଟି ରେଜିଷ୍ଟ୍ରେସନ୍ ନମ୍ବର ପ୍ଲେଟରେ ଗ୍ରାହକଙ୍କୁ ୫ବର୍ଷର ଗ୍ୟାରେଣ୍ଟି ମିଳିବ। ତୃତୀୟ ରେଜିଷ୍ଟ୍ରେସନ୍ ମାର୍କକୁ ଥରେ ବାହାର କଲେ ଏହା ଖରାପ ହୋଇଯିବ। ଷ୍ଟିକରରେ ରେଜିଷ୍ଟ୍ରେସନ୍ ନମ୍ବର ,ରେଜିଷ୍ଟ୍ରେସନ୍ କରିଥିବା କର୍ତ୍ତୃପକ୍ଷ ,ଲେଜର ବ୍ରାଣ୍ଡେଡ୍ ପରମାନେଣ୍ଟ ନମ୍ବର ଏବଂ ଚେସିସ ନମ୍ବରର ସୂଚନା ମିଳିବ। ଏହା ଦ୍ବାରା ଯେକୈାଣସି ଗାଡ଼ିକୁ ଚୋରି କରିବା ବହୁତ କଠିନ ହେବ।

ହାଇ ସିକ୍ୟୁରିଟି ରେଜିଷ୍ଟ୍ରେସନ୍ ନମ୍ବର ପ୍ଲେଟ ନିମନ୍ତେ ଗ୍ରାହକଙ୍କୁ କୈାଣସି ପ୍ରକାର  ଅତିରିକ୍ତ ଶୁଳ୍କ ଦେବାକୁ ପଡ଼ିବ ନାହିଁ। ହାଇ ସିକ୍ୟୁରିଟି ରେଜିଷ୍ଟ୍ରେସନ୍ ନମ୍ବର ପ୍ଲେଟ ଆଲୁମିନିୟମରେ ପ୍ରସ୍ତୁତ ହୋଇଥାଏ ଯେଉଁଥିରେ ରିଫ୍ଲେକ୍ସନ୍ ଟେପସ୍ ଲାଗିଥାଏ। ଏହି ନମ୍ବର ପ୍ଲେଟକୁ ଭଙ୍ଗାରୁଜା କରିବା ଅତ୍ୟନ୍ତ ମୁସ୍କିଲ କାରଣ ଏହା କ୍ରୋମିୟମରେ ତିଆରି ହୋଇଥାଏ।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.