Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ବର : STF ମୋଷ୍ଟ ୱାଣ୍ଟେଡ ଲିଷ୍ଟରେ ଅନୀଲ ପାଣ୍ଡି, ସୂଚନା ଦେଲେ ମିଳିବ ପୁରସ୍କାର
  • ||
  • ଭୁବନେଶ୍ବର : ୩ ନିର୍ବାହୀ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଓ ଜଣେ ଆରଆଇ ଚାକିରୀରୁ ବହିଷ୍କୃତ
  • ||
  • ନୂଆଦିଲ୍ଲୀ : ବାତ୍ୟା ଅପଡେଟ୍ : ୩ରୁ ଓଡିଶାରେ ବର୍ଷା, ୪ରେ ପବନର ବେଗ ଛୁଇଁବ ୯୦ କି.ମି.
  • ||
  • ନୂଆଦିଲ୍ଲୀ : ଶୁକ୍ରବାରଠୁ ରାଜଧାନୀରେ ସମସ୍ତ ସ୍କୁଲ ବନ୍ଦ, ଘୋଷଣା କଲେ କେଜ୍ରିଓ୍ୱାଲ୍‌ ସରକାର
  • ||
  • ବାଇକକୁ ପିଟିଲା ଜୁସ୍ ବୋଝେଇ ଟ୍ରକ୍, ୨ ଆରୋହୀ ମୃତ
  • ||
  • କଣ୍ଟାବାଞ୍ଜି : ମମିତା ମେହେର ହତ୍ୟାକାଣ୍ଡ ମାମଲା : ADG କୋର୍ଟରେ ଜାମିନ ଆବେଦନ କଲା ଗୋବିନ୍ଦ ସାହୁ
  • ||
  • ସାନଖେମୁଣ୍ଡି : ୩୦ ଏକର ଗଞ୍ଜେଇ ଚାଷ ନଷ୍ଟ କଲା ପ୍ରଶାସନ
  • ||
  • ଘାରିଛି ଓମିକ୍ରନ ବିପଦ : ବିଳମ୍ବିତ ହେବ ଟିମ୍ ଇଣ୍ଡିଆର ଦକ୍ଷିଣ ଆଫ୍ରିକା ଗସ୍ତ ! ସମୟ ମାଗିଲା ବିସିସିଆଇ
  • ||
  • ରାଇରଙ୍ଗପୁର : ଗୁଣିଗାରେଡି ସନ୍ଦେହକୁ ନେଇ ହତ୍ୟାକାଣ୍ଡ : ୩ ସୁପାରୀ କିଲର ଗିରଫ
  • ||
  • ନୂଆଦିଲ୍ଲୀ : ଦୁଇ ସରକାରୀ ବ୍ୟାଙ୍କର ଘରୋଇକରଣ ପ୍ରସ୍ତାବକୁ ବିରୋଧ, ଆସନ୍ତା ୧୬ରୁ ଦୁଇ ଦିନିଆ ହରତାଳ ଚେତାବନୀ ଦେଲା ୟୁଏଫବିୟୁ
  • ||

ବ୍ରିଟେନର ପ୍ରତ୍ୟେକ ଯୁବତୀ ଯୌନ ଉତ୍ପୀଡ଼ନର ଶିକାର ହେଉଛନ୍ତି, ଜାତିସଂଘ ସର୍ଭେରେ ସାଙ୍ଘାତିକ ତଥ୍ୟ

11/03/2021 at 4:05 PM

 ଲଣ୍ଡନ ୧୧/୦୩: ନାରୀ ନିର୍ଯାତନା ଏବଂ ଯୌନ ଶୋଷଣ ଭଳି ମାମଲା କେବଳ ଭାରତରେ ନୁହେଁ ବରଂ ବିଶ୍ବରେ ମୁଣ୍ଡବିନ୍ଧାର କାରଣ ପାଲଟିଛି। ବୁଧବାର ରାଜ୍ୟସଭାରେ କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ଦିଆଯାଇଥିବା ରିପୋର୍ଟରୁ ଜଣାପଡ଼ିଛି ଭାରତରେ ଦୁଷ୍କର୍ମ ମାମଲା କମିଛି। କିନ୍ତୁ ବ୍ରିଟେନ ଭଳି ବିକଶିତ ରାଷ୍ଟ୍ରରେ ଯୌନ ଉତ୍ପୀଡନ ମାମଲାକୁ ନେଇ ମିଳିଥିବା ରିପୋର୍ଟ ଭାବିବାକୁ ବାଧ୍ୟ କରିବ। ଜାତିସଂଘର ମହିଳା ଓ୍ବିଙ୍ଗ ଦ୍ବାରା କରାଯାଇଥିବା ସର୍ଭେରୁ ଜଣାପଡ଼ିଛି ସାଂଘାତିକ ତଥ୍ୟ। ତଥ୍ୟ କହୁଛି ବ୍ରିଟେନର ପ୍ରତି ଯୁବତୀ ଯୌନ ଉତ୍ପୀଡ଼ନର ଶିକାର ହୋଇଛନ୍ତି।

୧୮-୨୪ ବର୍ଷ ମଧ୍ୟରେ ମଧ୍ୟ ବୟସ୍କ ମହିଳାମାନଙ୍କୁ ନେଇ କରାଯାଇଥିବା ସର୍ଭେରେ ଜଣାପଡ଼ିଛି ପାଖାପାଖି ୯୭ ପ୍ରତିଶତ ମହିଳା ଜୀବନରେ ଅତିକମରେ ଥରେ ଲେଖାଏଁ ଯୌନ ଉତ୍ପୀଡ଼ନର ସାମ୍ନା କରିଛନ୍ତି । ସେମାନଙ୍କ ମଧ୍ୟରୁ ୮୦ ପ୍ରତିଶତ ମହିଳା କହିଛନ୍ତି ସେମାନେ ସର୍ବସାଧାରଣ ସ୍ଥାନରେ ଲୋକଙ୍କ ଖରାପ ନଜରରେ ଶିକାର ହୋଇଛନ୍ତି। ଏହି ରିପୋର୍ଟ ମାନବାଧିକାର ପ୍ରତି ବିପଦ ଏବଂ ଏହାକୁ ବନ୍ଦ କରିବା କାଠିକର ପାଠ ବୋଲି ୟୁଏନ୍‌ ଓ୍ବିମେନ କାର୍ଯ୍ୟକାରୀ ଅଧ୍ୟକ୍ଷ କ୍ଲାରି ବର୍ନେଟ୍‌ କହିଛନ୍ତି।

ଏହି ସର୍ଭେରେ ହଜାରେ ମହିଳା ଭାଗ ନେଇଥିଲେ। ଅନ୍ତର୍ଜାତୀୟ ଗଣମାଧ୍ୟମ ଗାର୍ଡିଆନ୍‌ରେ ପ୍ରଦର୍ଶିତ ହୋଇଥିବା ଏହି ଛାତିଥରା ସତ୍ୟ ସାମ୍ନାକୁ ଆସିବା ପରେ ବ୍ରିଟେନ୍‌ ସରକାରଙ୍କ ପ୍ରତି ମହିଳାମାନଙ୍କର ଆସ୍ଥା କମୁଥିବା ଦେଖିବାକୁ ମିଳିଛି। ତେବେ ବାହାର ଦୁନିଆର ଖରାପ ନଜରରୁ ବଞ୍ଚିବା ପାଇଁ ଯୁବତୀମାନେ ନିଜ ବ୍ୟବହାରରେ ପରିବର୍ତ୍ତନ ଆଣିଥିବା ପରିଲକ୍ଷିତ ହୋଇଛି। ଯୁବତୀମାନଙ୍କ ବ୍ୟତୀତ ବୟସ୍କ ମହିଳାମାନେ ରାତି ସମୟ ଏବଂ ଶୀତ ଦିନରେ ଖରାପ ପରିସ୍ଥିତିର ସାମ୍ନା କରୁଥିବା ନେଇ ପ୍ରତିକ୍ରିୟା ପ୍ରକାଶ କରୁଥିବା କହିଛନ୍ତି ବର୍ନେଟ୍‌।

YouGov ସର୍ଭେରେ ଭାଗ ନେଇଥିବା ମହିଳାମାନଙ୍କ ମଧ୍ୟରେ ୯୬ ପ୍ରତିଶତ ମହିଳା ତାଙ୍କ ପ୍ରତି ହୋଇଥିବା ଯୌନ ଉତ୍ପୀଡ଼ନକୁ ନେଇ ଅଭିଯୋଗ କରିନାହାନ୍ତି। ଏହା ବ୍ୟତୀତ ୪୫ ପ୍ରତିଶତ ମହିଳା ଜାଣିଶୁଣି ଅଭିଯୋଗ କରିନାହାନ୍ତି। ସେମାନଙ୍କର କହିବା କଥା ହେଲା ଅଭିଯୋଗ ପରେ ବି ସ୍ଥିତି ବଦଳିପାରିବ ନାହିଁ। ଏଭଳି ସାଂଘାତିକ ପରିସ୍ଥିତିର ପର୍ଦ୍ଦାଫାସ ହେବା ପରେ ଜାତିସଂଘ ସର୍ବସାଧାରଣ ସ୍ଥାନକୁ ମହିଳାଙ୍କ ଉପଯୋଗୀ କରିବା ପାଇଁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରୁଥିବା ଜଣାପଡ଼ିଛି।

   Related Posts