କଟକର ଗାଇଡ୍ ହାଟ : ରକ୍ସି ବଜାର, ବକ୍ସିବଜାର ଆଉ ବାଦାମବାଡି

Published By : Prameya-News7 Bureau | February 20, 2019 IST

କଟକ ୨୦|୨ : କଟକର ରକ୍ସି ବଜାର, ବକ୍ସିବଜାର ଆଉ ବାଦାମବାଡି। ଦୂରରୁ ଦେଖିଲେ ଲାଗେ ଯେମିତି କେଉଁ ପୁରୁଣା ଲାଇବ୍ରେରୀ ଭଳି। କାରଣ ରାସ୍ତାର ଯେଉଁ ପଟକୁ ଚାହିଁଲେ ବି ବହି ଦୋକାନର ଅଭାବ ନାହିଁ। ହେଲେ ଆଜି ଆମେ ସେଇଠି ଖୋଜିବା ଗାଇଡ୍ ମାନଙ୍କୁ। ପରିଚୟ ଥାଇ ବି ନଥିବା ଭଳି ଏମିତି କିଛି ଗାଇଡ ଏଠାରେ ମିଳିବେ ଯିଏ ହାତ ନଥାଇ ବି ବର୍ଷ ବର୍ଷ ଧରି ଶିକ୍ଷାଦାନ କରି ଆସୁଛନ୍ତି ସ୍କୁଲ, କଲେଜ ଛାତ୍ରଛାତ୍ରୀଙ୍କୁ।

{"id":87112}

କଟକ ନଗର ଧବଳ ଟଗର। ପିଲାଦିନେ ଚାଟଶାଳୀର ପଢ଼ିଥିବା ଏ ପଂକ୍ତି ଯେତିକି ମଧୂର ସେତିକି ଲୋକପ୍ରିୟ। ହେଲେ ଏହାଠାରୁ ବି ଅଧିକ ଲୋକପ୍ରିୟ କଟକରେ ମିଳୁଥିବା ଗାଇଡ୍। ଏ ଗାଇଡର ହାତ ନାହିଁ ତଥାପି ସେ ବର୍ଷ ବର୍ଷ ଧରି ପାଠ ପଢ଼ାଇ ଆସୁଛନ୍ତି ସ୍କୁଲ କଲେଜର ଛାତ୍ରଛାତ୍ରୀଙ୍କୁ। ଆମେ କହୁଛୁ ଟେଷ୍ଟ ପେପରର କଥା। ସରକାରୀ ସ୍କୁଲ ହେଉ କି ବେସରକାରୀ, ଓଡିଆ ମିଡିୟମ୍ ହେଉ କି ଇଂଲିଂଶ୍ , ଯାହାକୁ ଦେଖିବ ପାଖରେ ବହି ଥାଉ ନଥାଉ , କିନ୍ତୁ ଥିବ ଟେଷ୍ଟ ପେପର୍ ବା ଗାଇଡ୍। ଏମବିଡି, ଟିବିଡବ୍ଲ୍ୟୁ, ଅଲଓସ୍ତା, ଓଷ୍ଟା ଆହୁରି କେତେକଣ ନାଁ ଅଛି। ପୁଣି ପବ୍ଲିସର୍ସଙ୍କୁ ଦେଖି ଦାମ୍। ଅବଶ୍ୟ ଏ ଦାମ୍ ରେ ବି ଡିସକାଉଣ୍ଟ ଅଛି। ରହିବନି ବା କେମିତି ଏମଆରପିର ଅଗଦଈ ବା ସେମାନେ କାଇଁ ବୁଝିବେ ଯେଉଁମାନେ କ୍ଲାସରୁମ ଅପେକ୍ଷା ଗାଇଡ୍ ଉପରେ ଅଧିକ ଭରସା ଆଉ ବିଶ୍ବାସ ରଖିଛନ୍ତି।

{"id":87113}

ଏ ବ୍ୟବସ୍ଥାର ଉତ୍ପତି କାହାଠାରୁ ତାହା କାହାକୁ ଜଣା ନାହିଁ। ଯାହାକୁ ଡିଗ୍ରୀ ଦରକାର ସେ ବି ପଢ଼େ, ଯାହାକୁ ବିଲକୁଲ ପଢ଼ିବାର ନାହିଁ ସେ ବି ପଢ଼େ। ଅଗଣିତ ଛାତ୍ରଛାତ୍ରୀ ସମସ୍ତଙ୍କୁ ଦରକାର ଗାଇଡର ସାହାରା। କୁହାଯାଇପାରେ ଶିକ୍ଷା ବ୍ୟବସ୍ଥାରେ ଶିକ୍ଷକ ଯେବେ ଜନଗଣନା, ମଧ୍ୟାହ୍ନ ଭୋଜନରେ ବ୍ୟସ୍ତ ରହିଲେ, ଅନେକ କକ୍ଷ ପାଇଁ ଜଣେ ଲେଖାଏ ଶିକ୍ଷକ ପାଠ ପଢ଼ାଇବା ବଦଳରେ ପିଲାଙ୍କ ପାଇଁ କେବଳ ଜଗୁଆଳ ସାଜିଲେ , ସେବେ ଟେଷ୍ଟପେପରବା ଗାଇଡ୍ ଜନ୍ମ ନେଲା। ନାଁ ଲେଖିଲେ ପବ୍ଲିସର୍ସ ଟଙ୍କା ଦେବାକୁ ପଡିବ ବୋଲି ଏ ଗାଇଡରେ ଲେଖିବା ବାଲାର ନାଁ ନାହିଁ କିନ୍ତୁ ପଢ଼ିବା ବାଲା ଜାଣିଛି ଏହାକୁ ନିଶ୍ଚୟ କେହି ଶିକ୍ଷକ ହିଁ ଲେଖିଛନ୍ତି। କେବେ ଭାବିଲେ ଅନୁଭବ କରିପାରନ୍ତି, କ୍ଲାସରୁମ୍, କୋଚିଂ କିଛି ନଥିଲେ ବି ମାତ୍ର ୩୫୦ ଟଙ୍କାର ଏ ଗାଇଡ୍ ଜଣକୁ ପରୀକ୍ଷାରେ ପାସ କରିଦେଇପାରେ। କାରଣ ଏଥିରେ ସବୁପ୍ରଶ୍ନର ଉତ୍ତର ଥାଏ ଆଉ ପରୀକ୍ଷାରେ ପଡିବାକୁ ଥିବା କିଛି ସମ୍ଭାବ୍ୟ ପ୍ରଶ୍ନପତ୍ର। ଅବଶ୍ୟ ପରୋକ୍ଷରେ ଏହାକୁ ସ୍ବୀକାର କରିଛନ୍ତି ଅଭିଭାବକ ଓ ଶିକ୍ଷକ।

{"id":87114}

ଓ୍ବାର୍ଲ୍ଡ ଚାମ୍ପିୟନର ଜମାନାରେ ଏ ଗାଇଡ୍ କାହାକୁ ନା କାହାକୁ ଚାମ୍ପିୟାନ କରିପାରେ। କିନ୍ତୁ ଏ ଚାମ୍ପିୟନ ଯଦି ପଢ଼ାପିଲା ନହୋଇ ଘୋଷାବଳଦ ହୋଇଗଲା , ତେବେ ଶିକ୍ଷାର ମାନ କେଉଁ ସ୍ତରକୁ ଯିବ ତାହା ଚିନ୍ତା କରିବାର ବିଷୟ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.