Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗତ ୨୪ ଘଣ୍ଟାରେ କରୋନାରୁ ଆରୋଗ୍ୟ ହେଲେ ୨୦୧୦ ସଂକ୍ରମିତ
  • ||
  • ମୋଦୀ ସରକାରଙ୍କ ବଡ ନିଷ୍ପତ୍ତି: ଜାମ୍ମୁ-କାଶ୍ମୀରରେ ଯେ କେହି ବି ଜାଗା କିଣି ପାରିବେ, ବିଜ୍ଞପ୍ତି ଜାରି କଲା ଗୃହ ମନ୍ତ୍ରଣାଳୟ
  • ||
  • ରାଜ୍ୟରେ ଆଉ ୧୩ କରୋନା ସଂକ୍ରମିତଙ୍କ ମୃତ୍ୟୁ, ୧୨୭୨ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ୧୨୪୭ କରୋନା ସଂକ୍ରମିତ, ୨୮୩୯୪୨ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଢେଙ୍କାନାଳ : କେନାଲରୁ ମୃତଦେହ ଉଦ୍ଧାର, ଶୌଚ ହେବାକୁ ଯାଇ ବୁଡିଯାଇଥିବା ସନ୍ଦେହ
  • ||
  • ଢେଙ୍କାନାଳ : ସ୍ତ୍ରୀର ଚରିତ୍ରକୁ ସନ୍ଦେହ କରି ଠେଙ୍ଗାରେ ପିଟି ପିଟି ମାରିଦେଲା, ଅଭିଯୁକ୍ତ ସ୍ବାମୀ ଫେରାର
  • ||
  • ଅନୁଗୋଳ : ଶ୍ରମିକଙ୍କ ସନ୍ଦେହଜନକ ମୃତ୍ୟୁ, ବିଷାକ୍ତ ମଦ ପିଇ ମୃତ୍ୟୁ ଅଭିଯୋଗ
  • ||
  • କଳାହାଣ୍ଡି : ଯୁବକଙ୍କ କ୍ଷତ ବିକ୍ଷତ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକ
  • ||
  • ଜଲାପୁଟ ଜଳ ଭଣ୍ଡାରରେ ମାଛଧରା ଡଙ୍ଗା ବୁଡି ୩ ନିଖୋଜ, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ପାକିସ୍ତାନ : ପେଶାଓ୍ୱାରରେ ବୋମା ବିସ୍ଫୋରଣରେ ୭ ମୃତ, ୫୫ ଆହତ
  • ||

ସମସ୍ତ ଟିଭି ଚାନେଲ କରିପାରିବେ ରଥଯାତ୍ରାର ସିଧାପ୍ରସାରଣ : ସମ୍ମାନ ରକ୍ଷା ପାଇଁ ଡୋନେସନ୍ ରଖିବ ଶ୍ରୀମନ୍ଦିର ପ୍ରଶାସନ

11/06/2019 at 6:30 PM

ପୁରୀ ୧୧/୬ : ପୁରୀ ରଥ ଯାତ୍ରାର ଟିଭି ଟେଲିକାଷ୍ଟ ନେଇ ଉପଜିଥିବା ବିବାଦର ସମାଧାନ ସୂତ୍ର ବାହାର କରିଛି ଶ୍ରୀମନ୍ଦିର ପ୍ରଶାସନ । ସମସ୍ତ ଟିଭି ଚ୍ୟାନେଲ ପୂର୍ବଭଳି ରଥଯାତ୍ରାର ସିଧାପ୍ରସାରଣ କରିପାରିବେ । ତେବେ ଟିଭି ଚ୍ୟାନେଲଗୁଡ଼ିକୁ ଶ୍ରୀମନ୍ଦିରକୁ କିଛି ଅର୍ଥ ଦେବା ଲାଗି କୁହାଯିବ । ତେବେ ପ୍ରଶ୍ନ ଉଠୁଛି ଯଦି ସେୟା କରିବାର ଥିଲା ତେବେ ବିବାଦ ଭିତରେ କାହିଁକି ଗୋଡ଼ ଦେଲା ପ୍ରଶାସନ।

ଯାହା ଥିଲା ସେୟା ଥାଉ । ଯିଏ ଯେମିତି ପ୍ରସାରଣ କରୁଥିଲେ ସେମିତି କରିବେ । ଖାଲି ଯାହା ସମ୍ମାନ ରକ୍ଷା ପାଇଁ ଏବେ ଟିଭି ଚ୍ୟାନେଲଗୁଡ଼ିକରୁ ଡୋନେସନ ରଖିବ ଶ୍ରୀମନ୍ଦିର ପ୍ରଶାସନ। ଏଥିପାଇଁ ସବୁ ଟିଭି ଚ୍ୟାନେଲର କର୍ତ୍ତୃପକ୍ଷଙ୍କୁ ଡକାଯାଇ ଏକ ବୈଠକ କରାଯିବ। ରଥଯାତ୍ରାର ସିଧାପ୍ରସାରଣର ଅଧିକାର ବାଣ୍ଟିବା ପାଇଁ ଶ୍ରୀମନ୍ଦିର ନିଲାମି ଡାକିଥିବା ବେଳେ ଗତକାଲି ନିଲାମ ଖୋଲିଥିଲା ।

ଏହା ପରେ ଆଜି ଚୂଡ଼ାନ୍ତ ନିଷ୍ପତ୍ତି କିନ୍ତୁ ଏକ ଭିନ୍ନ ଧାରାରେ ଯାଇଛି। ନିଲାମ ନିଷ୍ପତ୍ତିକୁ ଶୀତଳ ଭଣ୍ଡାରରେ ରଖି କେବଳ ଟିଭି ଚ୍ୟାନେଲଗୁଡ଼ିକ ଠାରୁ ଡୋନେସନ ସଂଗ୍ରହ ନିଷ୍ପତ୍ତି ନେଇଛି ମନ୍ଦିର ପ୍ରଶାସନ।  ଏ ସଂପର୍କରେ ଆଲୋଚନା କରିବା ଲାଗି ଆଜି ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ବସିଥିଲା।ଯେଉଁଥିରେ ସରଗରମ ଆଲୋଚନା ପରେ ନିଜ ନିଷ୍ପତ୍ତି ଜଣାଇଛି ପ୍ରଶାସନ।

ପ୍ରଶ୍ନ ଉଠୁଛି ଶ୍ରୀମନ୍ଦିର ପ୍ରଶାସନ କାହିଁକି ନିଜ ନିଷ୍ପତ୍ତି ବଦଳାଇଲା। ନିଲାମ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରି ହାଇକୋର୍ଟରେ ମାମଲା ରୁଜୁ ହେବା ପରେ ଶ୍ରୀମନ୍ଦିର ପ୍ରଶାସନ ନିଷ୍ପତ୍ତି ବଦଳାଇଲା କି। ନା ଭକ୍ତଙ୍କ ଭାବାବେଗ କାଳେ ଆଘାତ ହେବାକୁ ଏହାକୁ ନେଇ ଚିନ୍ତା ଘାରିଲା। ତେବେ ଯଦି ନିଷ୍ପତ୍ତି ନେବାର ଥିଲା ତେବେ ଏତେ ଅଡୁଆ ଭିତରେ କାହିଁକି ପଶିଲା ଶ୍ରୀମନ୍ଦିର ପ୍ରଶାସନ।

ଏବେ ଟିଭି ଚ୍ୟାନେଲ୍‌ଗୁଡ଼ିକ ସହିତ ଏକାଠି ବସି ସରଳ ସୂତ୍ର ବାହାର କରିବ ପ୍ରଶାସନ । ସ୍ନାନ ପୂର୍ଣ୍ଣିମାଠାରୁ ନିଳାଦ୍ରିବିଜେ ପର୍ଯ୍ୟନ୍ତୁ ପୂର୍ବବର୍ଷ ଭଳି ସବୁ ଚ୍ୟାନେଲରେ ସିଧାପ୍ରସାରଣ ଉପଲବ୍ଧ ହେବ। ଏବେ ଭକ୍ତ ହିଁ ନିଷ୍ପତ୍ତି ନେବେ କେଉଁ ଚ୍ୟାନେଲରେ ସେମାନେ ଶ୍ରୀଜଗନ୍ନାଥଙ୍କୁ ଦେଖିବେ। ଅବଶ୍ୟ ଏଥିପାଇଁ ଆପଣଙ୍କ ପ୍ରିୟ ଚ୍ୟାନେଲ ନ୍ୟୁଜ ସେଭେନରେ ସମସ୍ତ ବ୍ୟବସ୍ଥା ହିଁ କରାଯାଉଛି।

   Related Posts