Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପାକିସ୍ତାନରେ ଅଧ ଘଣ୍ଟା କାଳ ଲାଲ ରହିଲା ଟ୍ରାଫିକ ସିଗ୍ନାଲ,ଏହା ପଛର କାରଣ ହେଉଛି ଭାରତ, ଜାଣନ୍ତୁ ପୂରା ଘଟଣା

30/08/2019 at 6:43 PM

ଇସ୍ଲାମାବାଦ୩୦|୮: ପାକିସ୍ତାନର ରାଜଧାନୀ ଇସ୍ଲାମାବାଦରେ ଶୁକ୍ରବାର ଦିନ ୧୨ଟାରୁ ସାଢ଼େ ୧୨ଟା ପର୍ଯ୍ୟନ୍ତ ସବୁ ଟ୍ରାଫିକ ସିଗ୍ନାଲକୁ ଲାଲ କରିବା ପାଇଁ ନିର୍ଦେଶ ଦିଆଯାଇଥିଲା।ଇସ୍ଲାମାବାଦର ଜନଗହଳି ପୂର୍ଣ୍ଣ ସ୍ଥାନରେ ଥିବା ଟ୍ରାଫିକ ଲାଇଟ ଲାଲ ହେବା ପଛର କାରଣ ହେଉଛି ଭାରତ। ଜମ୍ମୁ-କାଶ୍ମୀରରୁ ଧାରା ୩୭୦ ହଟିବା ପରେ ପାକିସ୍ତାନ ସବୁବେଳେ କାଶ୍ମୀରବାସୀଙ୍କ ପ୍ରତି ମିଛ ସହାନଭୂତି ଦେଖାଇ ଆସିଛି।କାଶ୍ମୀର ପ୍ରସଙ୍ଗକୁ ନେଇ ଆଜି ଇସ୍ଲାମାବାଦରେ  ‘କାଶ୍ମୀର ଆଓ୍ବାର’ ଘୋଷଣା କରାଯାଇଥିଲା। କାଶ୍ମୀର ଓ ପାକିସ୍ତାନ ଲୋକଙ୍କୁ ଏକାଠି କରିବା ପାଇଁ ଉଦ୍ୟମ କରାଯାଇଥିଲା।ଏଥିପାଇ ଟିଭି, ରେଡିଓରେ ଜାତୀୟ ସଂଗୀତ ପ୍ରସାରଣ କରାଯାଇଥିଲା।

ପାକିସ୍ତାନର ଗଣମାଧ୍ୟମରେ ପ୍ରସାରଣ ହୋଇଥିବା ଖବର ମୁତାବକ, ଦିନ ୧୨ଟାରୁ ସାଢ଼େ ୧୨ ଭିତରେ ପାକିସ୍ତାନ ଓ  ଜମ୍ମୁ-କଶ୍ମୀରର ଜାତୀୟ ସଂଗୀତ ମାଧ୍ୟମରେ କାଶ୍ମୀର ଆଓ୍ବାର ପାଳନ କରାଯାଇଥିଲା।ଦୁଇଟି ଜାତୀୟ ସଂଗୀତ ଟିଭି ,ଏଫଏମ ଓ ରେଡିଓରେ ପ୍ରସାରଣ କରାଯାଇଥିଲା।ସେଥିଲାଗି ପାକିସ୍ତାନର ଇସ୍ଲାମାବାଦରେ ଦୀର୍ଘ ଅଧଘଣ୍ଟା କାଳ ଟ୍ରାଫିକ ଲାଇଟ ଲାଲ କରିବା ସହ ଲୋକଙ୍କ ମାନଙ୍କୁ ଅଟକାଇ କାଶ୍ମୀର ଆଓ୍ବାର ସଂପର୍କରେ ସଚେତନତା କରାଯାଇଥିଲେ।

ଯାନ ବାହନ ଚଳାଚଳ ବନ୍ଦ କରାଯିବା ସହ ଜାତୀୟ ସଂଗୀତ ଟ୍ରାଫିକ ଗୁଡିକରେ ଯାତ୍ରୀଙ୍କୁ ଶୁଣା ଯାଇଥିଲା।ଏଥିସହ ଆମ୍ବୁଲାନ୍ସ ଯିବା ପାଇଁ ଅନୁମତି ମଧ୍ୟ ଦିଆଯାଇଲା। ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ କହିଛନ୍ତି ଯେ, କାଶ୍ମୀର ସହ ପାକିସ୍ତାନ ସବୁବେଳେ ରହିଛି ଏବଂ କାଶ୍ମୀରର ମହିଳାମାନଙ୍କ ପ୍ରତି ଅତ୍ୟାଚାର ହେଲେ ପାକିସ୍ତାନ ପ୍ରତିବାଦର ସ୍ବର ଉଠାଇବ।

   Related Posts