ଅକ୍ଟୋବରରେ ଖୋଲିବ ରାଜ୍ୟର ସମସ୍ତ ପର୍ଯ୍ୟଟନ ସ୍ଥଳୀ: କଡ଼ାକଡ଼ି ପାଳନ ହେବ ନିୟମ

Published By : Prameya-News7 Bureau | September 27, 2020 IST

ଭୁବନେଶ୍ବର୨୭/୯: ଅକ୍ଟୋବର ମାସରେ ଖୋଲିବ ରାଜ୍ୟର ସମସ୍ତ ପର୍ଯ୍ୟଟନ ସ୍ଥଳୀ। କରୋନା କଟକଣା ଭିତରେ ପର୍ଯ୍ୟଟନ ସ୍ଥଳୀଗୁଡିକ ଖୋଲାଯିବ। ଏ ସଂପର୍କରେ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ସୂଚନା ଦେଇଛନ୍ତି। ବର୍ତ୍ତମାନ ରାଜ୍ୟର ସମସ୍ତ ପର୍ଯ୍ୟଟନ ସ୍ଥଳୀ ବନ୍ଦ ରହିଛି।

ଅନ୍ୟପଟେ  ଆଜି ହେଉଛି ବିଶ୍ବ ପର୍ଯ୍ୟଟନ ଦିବସ । ରାଜ୍ୟରେ ପର୍ଯ୍ୟଟନ ବିକାଶ ସହିତ ବିଦେଶୀ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ଲାଗି ରାଜ୍ୟ ପର୍ଯ୍ୟଟନ ବିଭାଗ ପକ୍ଷରୁ ବିଭିନ୍ନ ପଦକ୍ଷେପ ହାତକୁ ନିଆଯାଉଛି। ଏହି ପରିପ୍ରେକ୍ଷୀରେ ରାଜ୍ୟର ବିଭିନ୍ନ ସ୍ଥାନରେ କାର୍ଯ୍ୟକ୍ରମମାନ ଆୟୋଜନ କରାଯାଉଛି ।

ଆଜି ସକାଳୁ ଭୁବନେଶ୍ବର ଇନଫୋସିଟି ଛକରୁ ଧଉଳି ପର୍ଯ୍ୟନ୍ତ ଏକ ବାଇକ୍‌ ରାଲି କରାଯାଇଛି । ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ଏହି ରାଲିର ଶୁଭାରମ୍ଭ କରିଥିବା ବେଳେ ଏଥିରେ ବିଭିନ୍ନ ବର୍ଗର ଲୋକେ ସାମିଲ ହୋଇଛନ୍ତି। ସେହିଭଳି ରାଜ୍ୟ ପର୍ଯ୍ୟଟନ ବିଭାଗ ଓ କଳିଙ୍ଗ ରାଇଡର୍‌ ପକ୍ଷରୁ ଓଡିଶା ବାଏ ରୋଡ୍‌ର ଶୁଭାରମ୍ଭ କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.