ଶେଷରେ ରଦ୍ଦ ହେଲା ତିନି କୃଷି ଆଇନ, ବିଧେୟକ ଉପରେ ମୋହର ମାରିଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ

Published By : Prameya-News7 Bureau | December 01, 2021 IST

ନୂଆଦିଲ୍ଲୀ ୦୧।୧୨: କୃଷି ଆଇନ ପ୍ରତ୍ୟାହାର ବିଧେୟକ ଉପରେ ମୋହର ମାରିଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ। ଶେଷରେ ତିନି କୃଷି ଆଇନ ଆନୁଷ୍ଠାନିକ ଭାବେ ରଦ୍ଦ ହୋଇ ଯାଇଛି। ଏହା ପୂର୍ବରୁ ନଭେମ୍ବର ୩୦ରେ ସଂସଦର ଶୀତକାଳୀନ ଅଧିବେଶନରେ ଲୋକସଭା ଏବଂ ରାଜ୍ୟସଭାରେ ତିନି କୃଷି ଆଇନ ପ୍ରତ୍ୟାହାର ବିଧେୟକ ଗୃହିତ ହୋଇଥିଲା। ଏହି ବିଧେୟକ  ବିରୋଧରେ ଏକ ବର୍ଷ ହେବ ରାଜଧାନୀ ଦିଲ୍ଲୀର ସୀମାରେ କୃଷକ ଡେରା ପକାଇଛନ୍ତି।

ସୋମବାର ଲୋକସଭାରେ କୃଷି ଆଇନ ପ୍ରତ୍ୟାହାର ବିଧେୟକ ପାରିତ ହୋଇଥିଲା। ଏହା ପରେ ରାଜ୍ୟସଭାରେ  ବିଧେୟକ ଗୃହୀତ ହୋଇଥିଲା। ସାଂସଦଙ୍କ ପ୍ରବଳ  ହଟ୍ଟଗୋଳ ମଧ୍ୟରେ ଧ୍ଵନିମତରେ ବିଧେୟକ ପାରିତ ହୋଇଛି। ବିଲ୍ ପ୍ରତ୍ୟାହାରକୁ ନେଇ ବିରୋଧୀଙ୍କ କହିବା କଥା ଆଗାମୀ ପାଞ୍ଚ ରାଜ୍ୟର ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ସରକାର ଏହି ପଦକ୍ଷେପ ନେଇଛନ୍ତି। କୃଷି ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର ନିଜ ବୟାନରେ କହିଛନ୍ତି ଯେ, କୃଷି ଆଇନ ବିଷୟରେ କୃଷକଙ୍କୁ ଆମେ ବୁଝାଇବାରେ ବିଫଳ ହୋଇଛୁ। ଏଥିପାଇଁ ପ୍ରଧାନମନ୍ତ୍ରୀ କୃଷି ଆଇନ ପ୍ରତ୍ୟାହାର କରିବାର ବଡ ପଣିଆ ଦେଖାଇଛନ୍ତି।

ବୁଧବାର ସିଙ୍ଘୁ ବର୍ଡରରେ ହେବାକୁ ଥିବା କୃଷକଙ୍କ ୪୦ ସଂଗଠନର ବୈଠକ ରଦ୍ଦ ହୋଇଛି। ସଂଯୁକ୍ତ କିଷାନ ମୋର୍ଚ୍ଚାର ଅନେକ ସଂଗଠନ ଏହି ବୈଠକରୁ ଦୂରେଇ ରହିଛନ୍ତି। କୁହାଯାଉଛି ସଂଯୁକ୍ତ କିଷାନ ମୋର୍ଚ୍ଚାର ବୈଠକ ଡିସେମ୍ବର ୪ରେ ହେବ। ବୈଠକରେ ଆନ୍ଦୋଳନ ସମାପ୍ତ ହେବ କି  ଜାରି ରହିବ ତା ଉପରେ ଚୂଡାନ୍ତ ନିଆଯିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.