Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କମିବାରେ ଲାଗିଛି କରୋନା ପ୍ରଭାବ, ସୁସ୍ଥ ହୋଇ ଘରକୁ ଫେରିଲେ ଆଉ ୭୦୭ ଆକ୍ରାନ୍ତ
  • ||
  • ବିରାଟ ବାହିନୀ ଚିତ୍‌ପଟାଙ୍ଗ, ଭାରତକୁ ୫୧ ରନରେ ହରାଇ ସିରିଜ୍ ହାତେଇଲା ଅଷ୍ଟ୍ରେଲିଆ
  • ||
  • କାର୍ତ୍ତିକ ପୂର୍ଣ୍ଣିମାରେ ପବିତ୍ର ଗଙ୍ଗା ସ୍ନାନକୁ ନେଇ ଦୁଇ ଦିନ ପାଇଁ ହରିଦ୍ୱାର ସୀମା ସିଲ୍
  • ||
  • ହାଡଭଙ୍ଗା ଶୀତ ଯୋଗୁଁ ମନାଲିରେ ଜଣକର ମୃତ୍ୟୁ, ଜିରୋ ଡିଗ୍ରୀ ତଳକୁ ଖସିଲା ପାରଦ
  • ||
  • ଡାଲିରେ ୧୫ ଟଙ୍କା ରିହାତି ଦେବେ ସରକାର
  • ||
  • ଭୁବନେଶ୍ୱର : କମିଲା କୋଭିଡ୍ ମୃତ୍ୟୁ ସଂଖ୍ୟା : ଗତ ୨୪ ଘଣ୍ଟାରେ ଯାଇଛି ୪ ମୁଣ୍ଡ, ୧୭୩୪ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୫୧୮ କରୋନା ସଂକ୍ରମିତ, ୩୧୮୩୦୭ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ସୋର : ଡକାୟତ ଗ୍ୟାଙ୍ଗ୍ ଓ ଗ୍ରାମବାସୀଙ୍କ ମଧ୍ୟରେ ଖଣ୍ଡ ଯୁଦ୍ଧ : ୪ ଗୁରୁତର, ଜଣେ ଗିରଫ
  • ||
  • ନୂଆଦିଲ୍ଲୀ : ଭାରତରେ କମୁଛି ସଂକ୍ରମଣ, ଗତ ୨୪ଘଣ୍ଟାରେ ୪୧୮୧୦ କରୋନା ଆକ୍ରାନ୍ତ ଚିହ୍ନଟ
  • ||
  • ଉଦଳା : ଜମିବାଡି ବିବାଦକୁ କେନ୍ଦ୍ରକରି ଡବଲ ମର୍ଡର ! ସଂମ୍ପର୍କୀୟ ଭାଇ ଓ ପୁତୁରାକୁ ହତ୍ୟା କଲା ଭାଇ
  • ||

ଲକ୍ ଡାଉନ୍‌ରେ ଆଶ୍ବସ୍ତି : ଖୋଲିବ ଏହି ସବୁ କ୍ଷେତ୍ର, ମିଳିବ କିଛିଟା ରିହାତି

17/04/2020 at 3:51 PM

ନୂଆଦିଲ୍ଲୀ ୧୭।୪: ଦେଶରେ କରୋନା ଭାଇରସ୍ ବିସ୍ତାରକୁ ଦୃଷ୍ଟିରେ ରଖି ସରକାର ଲକ୍ ଡାଉନ୍ ଅବଧିକୁ ମେ ୩ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି । ଏଥର ଲକ୍ ଡାଉନ୍ ରେ କିଛି କ୍ଷେତ୍ରକୁ ଜରୁରୀ ନିର୍ଦ୍ଦେଶ ସହ ଲକ୍ ଡାଉନ୍ ନିୟମରୁ ବାଦ୍ ଦିଆଯାଇଥିଲା । ଶୁକ୍ରବାର ଦିନ ଆଉ କିଛି କ୍ଷେତ୍ରକୁ ଛାଡ୍ କରାଯାଇଛି । ଏଥିମଧ୍ୟରେ ଗ୍ରାମାଞ୍ଚଳରେ ନିର୍ମାଣ କାର୍ଯ୍ୟ ଏବଂ ଜଳ ଯୋଗାଣ, ପରିମଳ, ବିଦ୍ୟୁତ୍, ଅଣ ବ୍ୟାଙ୍କିଙ୍ଗ୍ ଆର୍ଥିକ ପ୍ରତିଷ୍ଠାନ ଏବଂ ସମବାୟ କ୍ରେଡିଟ୍ ସୋସାଇଟି ସମଗ୍ର ଦେଶରେ କାର୍ଯ୍ୟ କରିବାକୁ ଅନୁମତି ପ୍ରଦାନ କରାଯାଇଛି ।

କରୋନା ଭାଇରସ୍ ମୁକାବିଲା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମାର୍ଚ୍ଚ ୨୪ରୁ ଅପ୍ରେଲ ୧୪ ପର୍ଯ୍ୟନ୍ତ ଦେଶବ୍ୟାପୀ ଲକ୍ ଡାଉନ୍ ଘୋଷଣା କରିଥିଲେ । କିନ୍ତୁ ବର୍ତ୍ତମାନ ଏହାର ଅବଧି ମେ ୩ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ଗୃହ ମନ୍ତ୍ରଣାଳୟ ବୁଧବାର ଦିନ ଲକ୍ ଡାଉନ୍ ଗାଇଡ୍ ଲାଇନ୍ ଜାରି କରି ବିଭିନ୍ନ ଲୋକ ତଥା ସେବା ପାଇଁ ଅନୁମତି ପ୍ରଦାନ କରିଥିଲେ ।

କୃଷି କ୍ଷେତ୍ର :

କେନ୍ଦ୍ର ରାଜ୍ୟ ସଚିବ ଅଜୟ ଭାଲା ସମସ୍ତ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳକୁ ପଠାଯାଇଥିବା ନିର୍ଦ୍ଦେଶାବଳୀରେ କହିଛନ୍ତି ଯେ କାଠ ଗଛ ବ୍ୟତୀତ ଜଙ୍ଗଲର ଅନ୍ୟ ଗଛ, ଜଙ୍ଗଲଜାତ ଦ୍ରବ୍ୟ ସଂଗ୍ରହ, ଅମଳ ତଥା ପ୍ରକ୍ରିୟାକରଣରେ ଆଦିବାସୀ ତଥା ଜଙ୍ଗଲବାସୀଙ୍କୁ ଆସନ୍ତା ୩ ତାରିଖ ପର୍ଯ୍ୟନ୍ତ ଏହି ଲକ୍ ଡାଉନ୍ ରୁ ଛାଡ୍ କରାଯିବ।

ନିର୍ମାଣ କ୍ଷେତ୍ର :

ଗ୍ରାମାଞ୍ଚଳରେ ନିର୍ମାଣ କାର୍ଯ୍ୟ, ଜଳ ଯୋଗାଣ, ପରିମଳ, ବିଦ୍ୟୁତ୍, ଟେଲି ଯୋଗାଯୋଗ ଲାଇନ୍ ଏବଂ କେବଲିଂ ପାଇଁ ଅନୁମତି ଦିଆଯାଉଛି ।

ଆର୍ଥିକ କ୍ଷେତ୍ର :

ଦେଶବ୍ୟାପୀ ଅଣ ବ୍ୟାଙ୍କିଙ୍ଗ ଆର୍ଥିକ ପ୍ରତିଷ୍ଠାନ, ହାଉସିଂ ଫାଇନାନ୍ସ କମ୍ପାନୀ, ଛୋଟ ଫାଇନାନ୍ସ ପ୍ରତିଷ୍ଠାନଗୁଡିକୁ ବନ୍ଦସମୟରେ ସର୍ବନିମ୍ନ କର୍ମଚାରୀଙ୍କ ସହ କାମ କରିବାକୁ ଅନୁମତି ଦିଆଯାଇଛି । ବାଉଁଶ, ନଡିଆ, ସୁପାରୀ, କୋକୋ, ମସଲା ଚାଷ, ସେଗୁଡିକର ଅମଳ, ପ୍ରକ୍ରିୟାକରଣ, ପ୍ୟାକେଜିଂ, ବିକ୍ରୟ ଏବଂ ମାର୍କେଟିଂ ଲକ୍ ଡାଉନ୍ ସମୟରେ ଛାଡ କରାଯାଉଛି ।

   Related Posts