Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୟୁପିରେ ବଡ ଧରଣର ଦୁର୍ଘଟଣା, ଖେରୀ ଘାଘରା ନଦୀରେ ଓଲଟିଲା ଡଙ୍ଗା, ୧୦୦ ଭାସିଗଲେ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୨ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୫୯ କୋଭିଡ୍ ପଜିଟିଭ୍
  • ||
  • ଓ୍ୱାର୍ମ ଅପ୍ ମ୍ୟାଚରେ ମୁହାଁମୁହିଁ ହେବେ ଭାରତ-ଅଷ୍ଟ୍ରେଲିଆ, କଙ୍ଗାରୁ ବାହିନୀକୁ ମାତ୍ ଦେବାକୁ ତୟାର ବିରାଟ ଏଣ୍ଡ କୋ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୪ ହଜାରରୁ ଅଧିକ କରୋନା ପଜିଟିଭ୍, ୧୯୭ ମୃତ
  • ||
  • ଆଜି କୁମାର ପୂର୍ଣ୍ଣିମା : ମା’ ବୃନ୍ଦାବତୀଙ୍କ ନିକଟରେ ଆଞ୍ଜୁଳି ଟେକିଲେ କୁମାରୀ
  • ||
  • ପୁରୀ : ଦାଦାବଟିକୁ କେନ୍ଦ୍ରକରି ମହିଳାଙ୍କୁ ଗୁଳିମାଡ଼, ପୂର୍ବରୁ ମିଳିଥିଲା ଧମକ
  • ||
  • ଜଗତସିଂହପୁର : କେନାଲର ଭାସୁଛି ଏକ ଗଳିତ ମୃତଦେହ, ୩ ଅଭିଯୁକ୍ତ ଅଟକ
  • ||

ଏମାର ମଠରୁ ମିଳିଲା ସମସ୍ତ ରୁପା ଇଟା, ୨୦୧୦ରେ ଦିଆଯାଇଥିଲା ମହନ୍ତଙ୍କ ଜିମାରେ, ରଖାଯାଇଥିଲା ଚଟାଣ ତଳେ !

10/04/2021 at 4:32 PM

ପୁରୀ ୧୦।୦୪: ପୁରୀ ଏମାର ମଠରୁ ମିଳିଲା ସମସ୍ତ ୪୭ ରୁପା ଇଟା। ମଠର ୪ ନମ୍ବର କୋଠରୀରୁ ଶନିବାର ଏହି ସମସ୍ତ ଇଟା ମିଳିଥିବା ଜଣା ପଡିଛି। ପ୍ରଥମେ ୮ ଖଣ୍ଡ, ପରେ ୩୭ ଏବଂ ଶେଷରେ ୨ ଖଣ୍ଡ ଇଟା ମିଳିଛି। ଏହି ପରି ମୋଟ୍ ୪୭ ଖଣ୍ଡ ରୁପା ଇଟା ଏମାର ମଠରୁ ମିଳିଛି। ୨୦୧୦ରେ  ୪୭ ଖଣ୍ଡ ରୁପା ଇଟା ମହନ୍ତଙ୍କ ଜିମାରେ ଦିଆଯାଇଥିଲା।

ସୂଚନା ଅନୁଯାୟୀ ଏମାର ମଠର ପରିଚାଳନା ଭାର ନୂଆ ଟ୍ରଷ୍ଟ ବୋର୍ଡକୁ ହସ୍ତାନ୍ତର କରଯାଉଥିବା ବେଳେ ମଠ ମହନ୍ତଙ୍କ ମାର୍ଫତରେ ଥିବା ୪୭ ଖଣ୍ଡ ରୁପା ଇଟା ସମ୍ପର୍କରେ ସୂଚନା ମିଳିଥିଲା । ଦେବତ୍ତୋର ବିଭାଗର ତାଲିକାରେ ଥିବା ଏହି ୪୭ ଖଣ୍ଡ ରୁପା ଇଟା ୨୦୧୦ ମସିହାରେ ମଠକୁ ଇନଭେଣ୍ଟ୍ରୀ କରାଯାଇ ତାଲିକା ଭୁକ୍ତ କରାଯାଇଥିଲା।  ଏହି ରୁପା ଇଟାକୁ ହସ୍ତାନ୍ତର ସମୟରେ ଗୋପନୀୟ ଭାବେ ମଠର ଚଟାଣ ତଳେ ଲୁଚେଇ ରଖାଯାଇଥିବା ସୂଚନା ମିଳିଥିଲା। ଦେବତ୍ତୋର ନିରୀକ୍ଷକ, ନୂତନ ଟ୍ରଷ୍ଟ ବୋର୍ଡ ଓ ପୋଲିସ ଉପସ୍ଥିତିରେ ଚଟାଣ ଖୋଳାଯାଇ ଏହି ରୁପା ଇଟା ହସ୍ତାନ୍ତର କରାଯାଉଥିବା ବିଶ୍ବସ୍ତ ସୂତ୍ରରୁ ଜଣାପଡିଛି ।

ପ୍ରଥମେ ନୂଆ ଟ୍ରଷ୍ଟ ବୋର୍ଡକୁ ସହଯୋଗ କରୁନଥିବା ମଠର ପୂର୍ବ ମହନ୍ତ ରାଜଗୋପାଳ ରାମାନୁଜ ଦାସ ଏବେ ସହଯୋଗ କରୁଛନ୍ତି। ମଠ ଭିତରୁ ଅନେକ ରୁପାର ପୂଜା ସାମଗ୍ରୀ, ଅଳଙ୍କାର, ଅସ୍ତ୍ର ଇତ୍ୟାଦି ବାହାରୁ ଥିବାରୁ ସେଗୁଡିକର ଗଣତି କରାଯାଉଛି। ପୂର୍ବତନ ମହନ୍ତ କେବଳ ମଠରେ ପୂଜା, ନୀତିକାନ୍ତି କରିପାରିବାର ନିର୍ଦ୍ଦେଶ ରହିଛି। ନୂଆ ଟ୍ରଷ୍ଟ ବୋର୍ଡ ମନ୍ଦିର ଆର୍ଥିକ ପରିଚାଳନା କରିପାରିବେ।

   Related Posts