Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଫୁଟବଲର ଡିଏଗୋ ମାରାଡୋନାଙ୍କ ପରଲୋକ, ୩ ଦିନ ପୂର୍ବେ ପାଳିଥିଲେ ୬୦ତମ ଜୟନ୍ତୀ
  • ||
  • ଦୈନିକ ଆକ୍ରାନ୍ତ ତୂଳନାରେ ଆଜି କମିଲା ସୁସ୍ଥ ସଂଖ୍ୟା, ୨୪ ଘଣ୍ଟାରେ କରୋନାରୁ ଆରୋଗ୍ୟ ହେଲେ ୭୨୮
  • ||
  • ଯୋଡାମୁଣ୍ଡ ଶିଶୁ କାଳିଆର ମୃତ୍ୟୁ, ଏସସିବିରେ ଦୀର୍ଘ ଦିନ ଧରି ଥିଲେ ଚିକିତ୍ସାଧୀନ, ସୁସ୍ଥ ଅଛି ଜଗା
  • ||
  • ପରିବାର ପାଇଁ ଏତିକି ସମ୍ପତ୍ତି ଛାଡି ଯାଇଛନ୍ତି କଂଗ୍ରେସର ଚାଣକ୍ୟ ଅହମଦ ପଟେଲ
  • ||
  • ଭୁବନେଶ୍ୱର : ରାଜ୍ୟରେ ଆଉ ୧୬ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ମୃତକଙ୍କ ସଂଖ୍ୟା ୧୬୮୭ରେ ପହଞ୍ଚିଲା
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୭୩୦ କରୋନା ସଂକ୍ରମିତ, ୩୧୬୦୦୧ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ରାଜ୍ୟରେ ଦ୍ୱିତୀୟ AIIMS ପ୍ରତିଷ୍ଠା ପାଇଁ ପ୍ରସ୍ତାବ, କେନ୍ଦ୍ର ସ୍ୱାସ୍ଥ୍ୟ ସଚିବଙ୍କୁ ଚିଠି ଲେଖିଲେ ମୁଖ୍ୟ ଶାସନ ସଚିବ
  • ||
  • ପୁରୀ : ବାହାର ଭକ୍ତଙ୍କୁ ପୁରୀ ମନା, ନାଗାର୍ଜୁନ ବେଶ ପାଇଁ ଜିଲ୍ଲା ପ୍ରଶାସନର କଟକଣା
  • ||
  • ଭିଜିଲାନ୍ସ ଜାଲରେ ଓଡିଶା ବନୀକରଣ ଅତିରିକ୍ତ ପିସିସିଏଫ୍, ଭୁବନେଶ୍ବରର ୫ଟି ଓ ମୁମ୍ବାଇ ଏବଂ ପୁନେର ୭ଟି ସ୍ଥାନରେ ଚଢାଉ
  • ||
  • କଂଗ୍ରେସର ବରିଷ୍ଠ ନେତା ଅହମଦ ପଟେଲଙ୍କ ପରଲୋକ : କରୋନାରେ ସଂକ୍ରମିତ ହୋଇ ଚାଲିଥିଲା ଚିକିତ୍ସା
  • ||

ଜିଲ୍ଲାର ଅଧିକାଂଶ ଜଳାଶୟ ଏବେ ଜହର ପାଲଟିଛି : ୧୦୧୭ଟି ପୋଖରୀ ସଫା ଲାଗି ଅଣ୍ଟା ଭିଡିଲା ଜଳସଂପଦ ବିଭାଗ

16/05/2019 at 4:50 PM

ଭୁବନେଶ୍ବର ୧୬|୫: ପୁରୀର ସୁଖକୁ ଯେମିତି ଗ୍ରହଣ ଲଗାଇ ଦେଇଛି ଫୋନି । ଗୋଟିଏ ଅସୁବିଧା ଦୂର ହେଲେ ନୂଆ ଅସୁବିଧା ମୁଣ୍ଡ ଟେକୁଛି । ବାତ୍ୟା ଦୁର୍ଦ୍ଦଶାରୁ ମୁକୁଳି ନ ଥିବା ପୁରୀ ବାସିନ୍ଦାଙ୍କ ଉପରେ ଏବେ ମହାମାରୀ ଭୟ ଘାରୁଛି । ଜିଲ୍ଲାର ଅଧିକାଂଶ ଜଳାଶୟ ଏବେ ଜହର ପାଲଟିଛି । ତେବେ ନ୍ୟୁଜ୭ରେ ଏ ନେଇ ଖବର ପ୍ରସାରଣ ପରେ ଚେତିଛନ୍ତି ସରକାର । ଭାର୍ଗବୀ, ଦୟା ସହ ୧୦୧୭ଟି ପୋଖରୀ ସଫା ଲାଗି ଜଳସଂପଦ ବିଭାଗକୁ ଦାୟିତ୍ୱ ଦିଆଯାଇଛି ।

ବାତ୍ୟାମା଼ଡ଼ ଦୁଃଖ ଯାଇନି, ଏବେ ମହାମାରୀ ଭୟ ଘାରିଲାଣି ।  ବାତ୍ୟା ବିପର୍ଯ୍ୟୟରେ ପୁରୀ ଜିଲ୍ଲାର ଅଧିକାଂଶ ଜଳାଶୟ ଦୂଷିତ । ବ୍ରହ୍ମଗିରିର ଚିତ୍ର ଉତ୍କଟ । ନଦୀ ପୋଖରୀରେ ପାଣି ହିଁ ଏବେ ବିପଦ ସୃଷ୍ଟି କଲାଣି। ନଦୀରେ ଭାସୁଛି ମଡ଼ା ।  ପୁରୀର ଲାଇଫ ଲାଇନ୍ ଭାର୍ଗବୀ ଅବସ୍ଥା ବି ଶୋଚନୀୟ । ନଦୀ, ପୋଖରୀରେ ଗଛ, ଡାଳ ପତ୍ର ପଡ଼ି ପଚିଗଲାଣି । ପଶୁ, ପକ୍ଷୀଙ୍କ ଶବ ବି ଭାସୁଛି । ବାତ୍ୟା ପରେ ଜଳାଶୟ ଗୁଡ଼ିକର ପାଣି  କଳା ପାଲଟି ଯାଇଛି । ଦୁର୍ଗନ୍ଧ ବି ଆସୁଛି । ହେଲେ ପାଣି ବିନା ଡହଳବିକଳ ହେଉଥିବା ଜିଲ୍ଲାବାସୀ ଏହି ଦୂଷିତ ଜଳକୁ ବ୍ୟବହାର କରିବାକୁ ବାଧ୍ୟ ହେଉଛନ୍ତି । ଫଳରେ ମହାମାରି ଶିକାର ହେଉଛନ୍ତି ଶହ ଶହ ଲୋକେ ।

ଏଭଳି ସ୍ଥିତିକୁ ନେଇ ବାରମ୍ବାର ଖବର ଦେଖାଇ ଆସୁଛି ନ୍ୟୁଜ୭ ।  ଆଉ ଚେତିଛନ୍ତି ରାଜ୍ୟ ସରକାର । ଦୂଷିତ ଜଳାଶୟକୁ ସଫା କରିବାକୁ ଜଳସଂପଦ ବିଭାଗକୁ ଦାୟିତ୍ୱ ଦିଆଯାଇଛି । ମତ୍ସ୍ୟ ଓ ପଶୁ ସଂପଦ ବିଭାଗର ସହଭାଗିତାରେ ଆରମ୍ଭ ହୋଇଛି ମିଶନ୍ ଭାର୍ଗବୀ । ଭାର୍ଗବୀ ଓ ଦୟା ନଦୀ ସହ ପୁରୀ ସଦର, ବ୍ରହ୍ମଗିରି, କୃଷ୍ଣପ୍ରସାଦ, କଣାସ ଓ ସତ୍ୟବାଦୀ ବ୍ଲକର ୧୦୧୭ଟି ପୋଖରୀକୁ ସଫା କରୁଛନ୍ତି ୯୦ଟି ଟିମ୍ । ଅଳିଆକୁ ଜଳାଶୟରୁ ହଟାଇବାକୁ ପୁରୀ ମେନ୍ କେନାଲରୁ ପାଣି ଛଡ଼ାଯାଇଛି । ଜିୟଲାଇଟ ଦ୍ୱାରା ଜଳ ବିଶୋଧନ କାର୍ଯ୍ୟ ହାତକୁ ନିଆଯାଇଛି । ତେବେ ଏହି କାର୍ଯ୍ୟ ୩ ଦିନରେ ସାରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ମହାମାରୀ ଭୟକୁ ନେଇ ସ୍ବାସ୍ଥ୍ୟ ବିଭାଗ ସମୀକ୍ଷା କରିଛି।  ୫ଟି ଜିଲ୍ଲାକୁ ସତର୍କ ରହିବା ଲାଗି କୁହାଯାଇଛି। ହସ୍ପିଟାଲକୁ ଆସୁଥିବା ରୋଗୀଙ୍କଠାରୁ ନମୁନା ସଂଗ୍ରହ କରି ପରୀକ୍ଷା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ତେବେ କୌଣସି ସ୍ଥାନରେ ମହାମାରୀ ବ୍ୟାପିନାହିଁ ବୋଲି ସ୍ବାସ୍ଥ୍ୟ ବିଭାଗ ସ୍ପଷ୍ଟ କରିଛି। ୧୨୦ଟି ଭ୍ରାମ୍ୟମାଣ ସ୍ବାସ୍ଥ୍ୟକେନ୍ଦ୍ର ବୁଲୁଥିବା ସୂଚନା ଦେଇଛନ୍ତି ସଚିବ।

ପୁରୀରେ ବାତ୍ୟା ସମୟର ଦୁର୍ଦ୍ଦଶାଠାରୁ ବାତ୍ୟା ପରର ଚିତ୍ର ଆହୁରି ଅସମ୍ଭାଳ ହେଉଛି । ତେବେ ଏହି ସମୟରେ ଲୋକେ ମଧ୍ୟ ସତର୍କ ରହିବା ଜରୁରୀ

   Related Posts