Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବୈଠକ ପରେ ବୈଠକ କିନ୍ତୁ ଫଳ ଶୂନ ! ୧୯’ରେ ପୁଣି ଚାଷୀ-ସରକାର ଆଲୋଚନା
  • ||
  • ବରଗଡ଼: ବ୍ୟବସାୟୀଙ୍କ ଘରୁ ଲକ୍ଷାଧିକ ଟଙ୍କାର ସୁନା-ଗହଣା ଲୁଟ, ୩ ଲୁଟେରା ଗିରଫ
  • ||
  • ବ୍ରିସବେନ୍ ଟେଷ୍ଟ୍ : ପ୍ରଥମ ଦିନରେ ଲାବୁସେନଙ୍କ ଶତକ, କଙ୍ଗାରୁ ଟିମ୍ ୨୭୪/୫
  • ||
  • ଭୁବନେଶ୍ବର: ଗୁରୁତର-ଗର୍ଭବତୀ-ହସ୍ପିଟାଲରେ ଆଡମିଟ୍‌ ବ୍ୟକ୍ତିଙ୍କୁ ଦିଆଯିବ ନାହିଁ ଟିକା, ପରିବାର କଲ୍ୟାଣ ନିର୍ଦ୍ଦେଶକ ଡାକ୍ତର ବିଜୟ ପାଣିଗ୍ରାହୀ
  • ||
  • ଶ୍ରମିକମାନଙ୍କ ସହ ମିଶି ମାଟି ଖୋଳିଲେ ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକ
  • ||
  • ଭୁବନେଶ୍ବର : ରାଜ୍ୟରେ ଆଉ ଦୁଇ ଜଣ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୮୯୮ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ଚିଲିକାରେ ଆରମ୍ଭ ହୋଇଛି ଫ୍ଲୋରା ଫୋନା ସର୍ଭେ
  • ||
  • ଯାଜପୁର ଶିଶୁ ନିଖୋଜ ଘଟଣା: ନିଖୋଜ ପିହୁ ପରିବାରକୁ ଭେଟିଲେ ଏସ୍‌ପି ରାହୁଲ ପି.ଆର
  • ||
  • ନକଲି ସାମଗ୍ରୀର ପେଣ୍ଠସ୍ଥଳୀ ପାଲଟିଛି କଟକ, ପୁଣି ଅପମିଶ୍ରିତ ଗୁଣ୍ଡି ଜବତ
  • ||
  • ଗଞ୍ଜାମ: ଅଜଣା ଜନ୍ତୁ ଆତଙ୍କ, ଭୟଭୀତ ଅବସ୍ଥାରେ ସ୍ଥାନୀୟ ଲୋକେ
  • ||

ଆସନ୍ତା ୪ରୁ ଖୋଲିବ ଗଞ୍ଜାମ ଜିଲ୍ଲାର ସମସ୍ତ ମନ୍ଦିର, ରବିବାର ମା’ ତାରା ତାରିଣୀଙ୍କୁ ଦର୍ଶନ କରିବେ ଭକ୍ତ

2/01/2021 at 2:13 PM

ବ୍ରହ୍ମପୁର ୨।୧: ଆସନ୍ତା ୪ ତାରିଖରେ ଗଞ୍ଜାମ ଜିଲ୍ଲାର ସମସ୍ତ ମନ୍ଦିର ଖୋଲିବ । ଏ ନେଇ ସୂଚନା ଦେଲେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ । ସେପଟେ ଆସନ୍ତାକାଲି ଖୋଲିବାକୁ ଯାଉଛି ଜିଲ୍ଲାର ପ୍ରସିଦ୍ଧ ଶକ୍ତିପୀଠ ମା’ ତାରା ତାରିଣୀଙ୍କ ମନ୍ଦିର। ଭକ୍ତ ମନ୍ଦିରକୁ ଯିବାବେଳେ ସମସ୍ତ କୋରନା କଟକଣା ମାନିବାକୁ ପରାମର୍ଶ ଦେଇଛନ୍ତି ଜିଲ୍ଲାପାଳ।

ଦୀର୍ଘ ୧୦ମାସ ପରେ ଠାକୁର ଓ ଭକ୍ତଙ୍କ ମଧ୍ୟରେ ହେବ ସାକ୍ଷାତ।  ଭକ୍ତଙ୍କ ମନ ବ୍ୟାକୁଳ କହିଲେ ନସରେ । କେତେବେଳେ ମନ୍ଦିର ଯିବୁ, ଠାକୁରଙ୍କୁ ଦର୍ଶନ କରିବୁ। ସମସ୍ତ କରୋନା କଟକଣା ମାନି ଠାକୁର ଦର୍ଶନ କରି ପୂଜାର୍ଚ୍ଚନା କରିବୁ ବୋଲି କହିଛନ୍ତି ଭକ୍ତ । ସେପଟେ ମନ୍ଦିର କମିଟି ମଧ୍ୟ ଖୁସି ଜାହିର କରିଛନ୍ତି ।  ଜିଲ୍ଲା ପ୍ରଶାସନର ସମସ୍ତ କରୋନା କଟକଣା ମାନି ଭକ୍ତଙ୍କୁ ମନ୍ଦିର ଭିତରେ ପ୍ରବେଶ କରି ପୂଜାର୍ଚ୍ଚନା କରିବାର ପଦକ୍ଷେପ ଗ୍ରହଣ କରାଯିବ ବୋଲି ମନ୍ଦିର କମିଟି କର୍ତ୍ତୃପକ୍ଷ କହିଛନ୍ତି।

   Related Posts