ହୀରାକୁଦ ଜଳଭଣ୍ଡାରର ସମସ୍ତ ଗେଟ୍ ବନ୍ଦ

Published By : Prameya-News7 Bureau | August 23, 2019 IST

ସମ୍ବଲପୁର ୨୩|୮ : ଉପରମୁଣ୍ଡରେ ବର୍ଷାର ପରିମାଣ କମିଯାଇଛି । ଫଳରେ ହୀରାକୁଦ ଜଳଭଣ୍ଡାରର ଜଳସ୍ତର କମିଯାଇଥିବା ବେଳେ ଭଣ୍ଡାରର ସବୁ ଗେଟ୍ ବନ୍ଦ କରାଯାଇଛି । ଏବେ ଜଳଭଣ୍ଡାରର ଜଳସ୍ତର ୬୧୯.୬୫ ଫୁଟ ରହିଛି । ପ୍ରତି ସେକେଣ୍ଡରେ ଜଳ ଭଣ୍ଡାରକୁ ୬୧ ହଜାର ଜଳ ପ୍ରବେଶ କରୁଛି ।

ଧୀରେ ଧୀରେ ଜଳ ପ୍ରବାହ କମିବାରୁ ପର୍ଯ୍ୟାୟ କ୍ରମେ ଗେଟ୍ ବନ୍ଦ କରାଯାଇଥିଲା । ଉପରମୁଣ୍ଡରେ ବର୍ଷାର ପରିମାଣ ବଢିଥିବାରୁ ଗତ ୧୬ ତାରିଖରେ ହୀରାକୁଦ ଜଳଭଣ୍ଡାରରୁ ସର୍ବାଧିକ ୨୦ଟି ଗେଟ୍ ଯୋଗେ ବନ୍ୟାଜଳ ନିଷ୍କାସନ କରାଯାଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.