ଆଜିଠୁ ଖୋଲିଲା ମାର୍କେଟ ବିଲ୍ଡିଂର ସବୁ ଦୋକାନ, SOP ମାନିବାକୁ ବ୍ୟବସାୟୀ ସଂଘର ରାଜି ପରେ ମିଳିଲା ଅନୁମତି
17/06/2020 at 9:10 AM

ଭୁବନେଶ୍ୱର ୧୭।୦୬: ଆଜିଠୁ ଭୁବନେଶ୍ବର ମାର୍କେଟ ବିଲ୍ଡିଂର ସବୁ ଦୋକାନ ଖୋଲୁଛି । ଗତ ୧୩ତାରିଖରେ ଖଚାଖଚ ଭିଡ ଲାଗିବା ପରେ ୟୁନିଟ-୨ ସ୍ଥିତ ମାର୍କେଟ ବିଲ୍ଡିଂ ସିଲ କରିଥିଲା BMC । ଦୋକାନରେ ସାମାଜିକ ଦୂରତା ନଥିବାରୁ ଏବଂ ଲୋକେ ବିନା ମାସ୍କରେ ବୁଲୁଥବାରୁ BMCର ଦକ୍ଷିଣ ପୂର୍ବ ଜୋନ୍ ଡେପୁଟି କମିଶନର ମାର୍କେଟ ବିଲ୍ଡିଂ ସିଲ କରିଥିଲେ । ତେବେ ଏସ୍ଓପି ମାନିବାକୁ ବ୍ୟବସାୟୀମାନେ ଅଣ୍ଡଟେକିଂ ଦେବା ପରେ ମାର୍କେଟ ବଲଡିଂ ଖୋଲିବାକୁ BMC ଅନୁମତି ଦେଇଛି ।

ସୂଚନାଯୋଗ୍ୟ ଯେ, ରାଜ୍ୟ ସରକାର ଗତ ଶୁକ୍ରବାର ପାଇଁ ରାତ୍ରିକାଳୀନ କର୍ଫ୍ୟୁକୁ ୩ ଘଣ୍ଟା ବଢାଇ ରାତି ୧୦ଟା ଯାଏଁ କରିଥିଲେ । ରଜକୁ ଆଖି ଆଗରେ ରଖି ସରକାର ଏହି ନିଷ୍ପତ୍ତି ନେଇଥିଲେ । କିନ୍ତୁ ରଜ ପାଇଁ କିଣାକିଣି ପାଇଁ ସାମାଜିକ ଦୂରତା ସହ ସମସ୍ତ ଗାଇଡଲାଇନ୍ ମାନିବାକୁ କଡାକଡି ଭାବେ ନିର୍ଦ୍ଦେଶ ମଧ୍ୟ ଦିଆଯାଇଥିଲା । ତେବେ ଏହାକୁ ବେଖାତିର କରି ରାଜଧାନୀର ମାର୍କେଟ୍ ବିଲ୍ଡିଂରେ ପ୍ରବଳ ଗହଳି ଦେଖିବାକୁ ମିଳିଥିଲା । ଲୋକମାନେ କିଣାକିଣି କରିବା ବେଳେ ସାମାଜିକ ଦୂରତା ଓ କରୋନା କଟକଣାକୁ ଖାତିର କରିନଥିଲେ । ଯାହାକୁ ନଜରରେ ରଖି ବିଏମସି ପକ୍ଷରୁ ମାର୍କେଟ୍ ବିଲ୍ଡିଂକୁ ସିଲ୍ କରିଦିଆଯାଇଥିଲା ।