ବଦଳିଲା ରାଜ୍ୟ ସରକାରଙ୍କ ନିଷ୍ପତ୍ତି , ଆସନ୍ତାକାଲି ଖୋଲିବ ସମସ୍ତ ସ୍କୁଲ

Published By : Prameya-News7 Bureau | June 20, 2019 IST

ଭୁବନେଶ୍ବର ୨୦|୬: ଆସନ୍ତାକାଲିଠୁ ଖୋଲିବ ରାଜ୍ୟର ସମସ୍ତ ସ୍କୁଲ । ଏନେଇ ସୂଚନା ଦେଇଛି ସ୍କୁଲ ଓ ଗଣଶିକ୍ଷା ବିଭାଗ । ଖରାକୁ ଦେଖି ଆସନ୍ତା ୨୫ ତାରିଖ ଯାଏଁ ସ୍କୁଲ ଛୁଟି ଘୋଷଣା କରିଥିଲେ ରାଜ୍ୟ ସରକାର । ତେବେ ପାଗରେ ପରିବର୍ତ୍ତନ ଯୋଗୁଁ ରାଜ୍ୟ ସରକାର ନିଷ୍ପତ୍ତି ବଦଳାଇଛନ୍ତି ।

ପ୍ରଥମେ ଜୁନ୍ ୧୮ ଯାଏ ଗ୍ରୀଷ୍ମ ଛୁଟି ଘୋଷଣା ହୋଇଥିଲା । ତେବେ ଖରାକୁ ଦେଖି ଆସନ୍ତା ୨୫ ତାରିଖ ଯାଏଁ ରାଜ୍ୟର ସମସ୍ତ ସ୍କୁଲ ବନ୍ଦ ରଖିବାକୁ ଘୋଷଣା କରିଥିଲେ ସରକାର । ତେବେ ବର୍ତ୍ତମାନ ପାଗ ଅନୂକୁଳ ଥିବାରୁ ରାଜ୍ୟ ସରକାର ନିଜ ନିଷ୍ପତ୍ତିକୁ ବଦଳାଇଛନ୍ତି । ଜୁନ୍ ୨୫ ପରିବର୍ତ୍ତେ ଆସନ୍ତାକାଲି ଠାରୁ ରାଜ୍ୟର ସମସ୍ତ ସ୍କୁଲ ଖୋଲାଯିବ ବୋଲି ଘୋଷଣା କରିଛନ୍ତି ରାଜ୍ୟ ସରକାର ।

ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଚଳିତ ବର୍ଷ ଆଗୁଆ ଅର୍ଥାତ୍ ଏପ୍ରିଲ ୧ ତାରିଖରୁ ଗ୍ରୀଷ୍ମ ଛୁଟି ଘୋଷଣା କରାଯାଇଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.