ଗ୍ରୀଷ୍ମ ଅବକାଶ ପରେ ଆଜିଠୁ ଖୋଲିଲା ରାଜ୍ୟର ସମସ୍ତ ସ୍କୁଲ

Published By : Prameya-News7 Bureau | June 21, 2019 IST

ଭୁବନେଶ୍ବର ୨୧|୬: ଗ୍ରୀଷ୍ମ ଅବକାଶ ପରେ ଆଜିଠୁ ଖୋଲିଲା ରାଜ୍ୟର ସମସ୍ତ ସ୍କୁଲ । ଲମ୍ବା ଛୁଟି ପରେ ପ୍ରଥମ ଦିନରେ ସ୍କୁଲ ଯିବାକୁ ପିଲାଙ୍କ ମଧ୍ୟରେ ଦେଖିବାକୁ ମିଳିଛି ପ୍ରବଳ ଉତ୍ସାହ । ପ୍ରଥମେ ଜୁନ୍ ୧୮ ଯାଏ ଗ୍ରୀଷ୍ମ ଛୁଟି ଘୋଷଣା ହୋଇଥିଲା । ଖରାକୁ ଦେଖି ଆସନ୍ତା ୨୫ ତାରିଖ ଯାଏଁ ସ୍କୁଲ ଛୁଟି ଘୋଷଣା କରିଥିଲେ ସରକାର ।  ତେବେ ପାଗରେ ପରିବର୍ତ୍ତନ ଯୋଗୁଁ ରାଜ୍ୟ ସରକାର ନିଷ୍ପତ୍ତି ବଦଳାଇ ଦେଇଥିଲେ । ବର୍ତ୍ତମାନ ପାଗ ଅନୂକୁଳ ଥିବାରୁ  ଆଜିଠୁ ସବୁ ସ୍କୁଲ ଖୋଲିବାକୁ ନିଷ୍ପତ୍ତି ନିଆଯାଇଥିଲା । ସମସ୍ତ ସରକାରୀ ବିଦ୍ୟାଳୟ ସମେତ ଅନୁଦାନପ୍ରାପ୍ତ, ଘରୋଇ ଓ ଇଂରାଜୀ ମାଧ୍ୟମ ବିଦ୍ୟାଳୟରେ ଆଜିଠାରୁ ହିଁ କ୍ଲାସ ଆରମ୍ଭ ହୋଇଛି । ସରକାରୀ ବିଦ୍ୟାଳୟ ଗୁଡ଼ିକରେ ପୂର୍ବଭଳି ସକାଳ ୧୦ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ପାଠପଢ଼ା ଚାଲିବ। ଘରୋଇ ବିଦ୍ୟାଳୟ ଗୁଡ଼ିକରେ ପୂର୍ବ ନିର୍ଦ୍ଧାରିତ ସମୟରେ ଛାତ୍ରଛାତ୍ରୀ କ୍ଲାସ କରିବେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.