ଆସନ୍ତାକାଲି ବର୍ଷା ଯୋଗୁଁ ଭୁବନେଶ୍ୱର ସହ ଖୋର୍ଦ୍ଧାର ସମସ୍ତ ସ୍କୁଲ ଓ ଅଙ୍ଗନବାଡି କେନ୍ଦ୍ର ବନ୍ଦ

Published By : Prameya-News7 Bureau | October 24, 2019 IST

ଭୁବନେଶ୍ୱର - ଆସନ୍ତା କାଲି ପ୍ରବଳ ବର୍ଷା ସମ୍ଭାବନା ଥିବାରୁ ଖୋର୍ଦ୍ଧା ଜିଲ୍ଲାର ସମସ୍ତ ବିଦ୍ୟାଳୟ ଓ ଅଙ୍ଗନବାଡି କେନ୍ଦ୍ର ବନ୍ଦ ରଖିବା ପାଇଁ ଜିଲ୍ଲା ପ୍ରଶାସନ ନିର୍ଦେଶ ଦେଇଛି । ଭୁବନେଶ୍ୱରରେ ମଧ୍ୟ ସମସ୍ତ ସ୍କୁଲ ଓ ଅଙ୍ଗନବାଡି କେନ୍ଦ୍ର ବନ୍ଦ ରହିବ ।
ଆଞ୍ଚଳିକ ପାଣିପାଗ କେନ୍ଦ୍ର ୯ଟି ଜିଲ୍ଲାରେ ପ୍ରବଳ ବର୍ଷା ହେବ ବୋଲି ସୂଚନା ଦେଇଛି ।। ଏହି ୯ ଜିଲ୍ଲା ହେଲା-ସୋନପୁର, ବଲାଙ୍ଗିର, ନବରଙ୍ଗପୁର, କୋରାପୁଟ, କଳାହାଣ୍ଡି, କନ୍ଧମାଳ, ବୌଦ୍ଧ, ମୟୁରଭଞ୍ଜ, ଅନୁଗୋଳ ।

ଲଘୁଚାପ ଯୋଗୁଁ ଆହୁରି ଦୁଇଦିନ ବର୍ଷା ଲାଗି ରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି । ଲଗାଣ ବର୍ଷାକୁ ଦୃଷ୍ଟିରେ ରଖି ୭ଟି ଜିଲ୍ଲାରେ ଗୁରୁବାରରେ ସରକାର ସ୍କୁଲ ଛୁଟି ଘୋଷଣା କରିଥିଲେ । ଏହି ୭ଟି ଜିଲ୍ଲା ହେଲା ଗଞ୍ଜାମ, କଟକ, ପୁରୀ, ଢେଙ୍କାନାଳ, କେନ୍ଦ୍ରାପଡା, ଭଦ୍ରକ, ଗଜପତି । ତେବେ ସ୍କୁଲରେ ଶିକ୍ଷକ ଓ କର୍ମଚାରୀ ଉପସ୍ଥିତ ରହିବା ଲାଗି ନିର୍ଦ୍ଦେଶ ଦିଆଯାଇଛି

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.