ଆସନ୍ତାକାଲି ରାଜ୍ୟର ସବୁ ସ୍କୁଲ, କଲେଜ ଛୁଟି

Published By : Prameya-News7 Bureau | January 07, 2020 IST

ଭୁବନେଶ୍ବର ୭।୧: ଆସନ୍ତାକାଲି ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ । ଭାରତ ବନ୍ଦ ଡାକରା ଯୋଗୁଁ ସମସ୍ତ ସ୍କୁଲ ଓ କଲେଜ ବନ୍ଦ ରଖିବାକୁ ନିଷ୍ପତ୍ତି ନିଆଯାଇଛି । ଶିକ୍ଷା ବିଭାଗ ପକ୍ଷରୁ ନୋଟିସ୍ ଜାରି କରାଯାଇଛି । ଟ୍ରେଡ୍ ୟୁନିଅନ ପକ୍ଷରୁ ଆସନ୍ତାକାଲି ଭାରତବନ୍ଦ ଡାକରା ଦିଆଯାଇଛି ।

୧୨ ଦଫା ଦାବି ନେଇ ଧର୍ମଘଟ ଡାକରା ଦେଇଛି କେନ୍ଦ୍ରୀୟ ଟ୍ରେଡ଼ ୟୁନିୟନ ଓ ସ୍ବାଧୀନ ଫେଡରେସନ ମିଳିତ ମଞ୍ଚ । ସରକାରଙ୍କ ‘ଦମନକାରୀ ନୀତି’ ଦେଶର ଆର୍ଥିକ ସଙ୍କଟ, ଦରଦାମ ବୃଦ୍ଧି ଏବଂ ବେକାରୀ ସମସ୍ୟାକୁ ନେଇ ବନ୍ଦ ପାଳନ କରାଯିବ। ଶାନ୍ତିପୂର୍ଣ୍ଣ ବନ୍ଦ ପାଳନରେ ରାଜ୍ୟ ସରକାରଙ୍କ ସହଯୋଗ ଲୋଡିଛି ମଞ୍ଚ ।

ଓଡିଶା ଶାଖାର ଏକ ପ୍ରତିନିଧି ଦଳ ୩ଜଣିଆ ମନ୍ତ୍ରୀସ୍ତରୀୟ କମିଟିକୁ ଦାବି ପତ୍ର ମଧ୍ୟ ଦେଇଛନ୍ତି । ଏହାସହ କଂଗ୍ରେସ ଭବନରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କୁ ଭେଟିଛନ୍ତି ବାମପନ୍ଥୀ ନେତା । ବନ୍ଦକୁ କଂଗ୍ରେସ ପୂର୍ଣ୍ଣ ସମର୍ଥନ ଦେବ ବୋଲି ପିସିସି ସଭାପତି କହିଥିବା AITUCର ଜାତୀୟ ସମ୍ପାଦକ ରାମକୃଷ୍ଣ ପଣ୍ଡା କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.