ଲମ୍ବା ଛୁଟି ପରେ ଖୋଲିଲା ସ୍କୁଲ : ଆରମ୍ଭ ହୋଇପାରିନି ପାଠପଢା, କେଉଁଠି ସ୍କୁଲଘର ଭାଙ୍ଗିଯାଇଛି ତା କେଉଁଠି ଆଜବେଷ୍ଟ ଉଡିଯାଇଛି

Published By : Prameya-News7 Bureau | June 21, 2019 IST

ଗ୍ରୀଷ୍ମ ଅବକାଶ ପରେ ଖୋଲିଲା ସ୍କୁଲ । ସରକାରୀ, ବେସରକାରୀ- ସବୁ ସ୍କୁଲରେ ଆଜିଠୁ ଆରମ୍ଭ ହୋଇଛି ପାଠପଢା । ଲମ୍ବା ଛୁଟି ପରେ ପ୍ରଥମ ଦିନରେ ପିଲାଙ୍କ ମଧ୍ୟରେ ଦେଖିବାକୁ ମିଳିଛି ଉତ୍ସାହ । କିନ୍ତୁ ଫୋନି ପ୍ରଭାବିତ ପୁରୀ, ଖୋର୍ଦ୍ଧା, କଟକ, ଜଗତସିଂହପୁର ଜିଲ୍ଲାର ଅନେକ ସ୍କୁଲରେ ପିଲା ସ୍କୁଲକୁ ଆସି ଫେରିଛନ୍ତି । ଏଇଥି ପାଇଁ ଯେ, ସ୍କୁଲ ଘର ଭାଙ୍ଗି ଯାଇଛି, ବସିବାକୁ ଜାଗା ନାହିଁ । …

{"id":125528}

ଖୋଲିଲା ସ୍କୁଲ । ଲମ୍ବା ଖରା ଛୁଟି ପରେ ବହି ବସ୍ତାନି ଧରି ସ୍କୁଲ ଯାଇଛନ୍ତି ପିଲାମାନେ । ଚଳଚଞ୍ଚଳ ସ୍କୁଲ କ୍ୟାମ୍ପସ । ଦୀର୍ଘ ଦିନ ପରେ ସାଙ୍ଗସାଥୀଙ୍କୁ ପାଇ କିଏ ଖୁସି ତ ଆଉ କିଏ ଛୁଟି ମାନସିକତାରୁ ମୁକୁଳି ପାରିନି । ଗଣଶିକ୍ଷା ବିଭାଗର ତରବରିଆ ନିଷ୍ପତ୍ତି ଏବଂ ବର୍ଷା ଯୋଗୁଁ ସ୍କୁଲ ଖୋଲିବାର ପ୍ରଥମ ଦିନ ଉପସ୍ଥାନ କମ୍‌ ଥିବା ଦେଖିବାକୁ ମିଳିଥିଲା

{"id":125529}

ପୁରୀ, ଖୋର୍ଦ୍ଧା, କଟକ, ଜଗତସିଂହପୁର ଜିଲ୍ଲାର ଅନେକ ସ୍କୁଲରେ କିନ୍ତୁ ଆରମ୍ଭ ହୋଇପାରିନି ପାଠପଢା । କାରଣ, ବାତ୍ୟା ଫୋନି ଏସବୁ ଜିଲ୍ଲାରେ ଶିକ୍ଷାର ଏନ୍ତୁଡିଶାଳକୁ ଉଜାଡି ଦେଇଛି । କେଉଁଠି ସଂପୂର୍ଣ୍ଣ ଘର ଭାଙ୍ଗିଛି ତ କେଉଁଠି ଉଡି ଯାଇଛି ଆଜେବେଷ୍ଟସ ।

{"id":125532}

ତେଣୁ ଏ ସବୁ ସ୍କୁଲରେ ପାଠପଢାକୁ ନେଇ ଚିନ୍ତାରେ ଶୀକ୍ଷାର୍ଥୀ ଓ ଅଭିଭାବକ । ବାତ୍ୟାକୁ ଦେଢମାସ ବିତିଥିଲେ ବି ଅଧିକାଂଶ ସ୍କୁଲରେ ମରାମତି କାମ ଆରମ୍ଭ ହୋଇନି । ଇଏ ବାଦାମବାଡି ନିୟୁ କୋଲନୀ ୟୁପି ସ୍କୁଲର ଦୃଶ୍ୟ । କ୍ଲାସ ରୁମର ଆଜବେଷ୍ଟସ୍ ଉଡିଯାଇଛି । ବର୍ଷା ପାଣିରେ ଭାସୁଛି ଶ୍ରେଣୀଗୃହ । ଗୋଟିଏ ରୁମରେ ବସିଛନ୍ତି ସବୁ ପିଲା । ଏ ଦୃଶ୍ୟ ପୁରୀ ଜିଲ୍ଲା କୃଷ୍ଣପ୍ରଦାସ ବ୍ଲକ ଜୟଦୁର୍ଗା ସଂସ୍କୃତ ବିଦ୍ୟାପୀଠର ।

{"id":125533}

ଏଠି ମରାମତି କାମ ଆଜିଠୁ ଆରମ୍ଭ ହୋଇଛି । କୃଷ୍ଣପ୍ରସାଦ ବ୍ଲକର ୮୭ ଟି ସ୍କୁଲ ବାତ୍ୟାରେ କ୍ଷତିଗ୍ରସ୍ତ ହୋଇଛି । ପୁରୀ ଜିଲ୍ଲାରେ ଅନେକ ସ୍କୁଲରେ ମରାମତି କାମ ଆରମ୍ଭ ହୋଇନି । ସେହିଭଳି ଜଗତସିଂହପୁର ଜିଲ୍ଲାରେ ୨ ଶହରୁ ଅଧିକ ସ୍କୁଲରେ ବ୍ୟାପକ କ୍ଷତି ହୋଇଛି । ଆଜି ପିଲା ସ୍କୁଲକୁ ଆସି ଅବସ୍ଥା ଦେଖି ଫେରିଥିଲେ ।

{"id":125534}

ଗଣଶିକ୍ଷା ବିଭାଗ କିନ୍ତୁ କହିଛି ଫନି ପ୍ରଭାବରେ କ୍ଷତିଗ୍ରସ୍ତ ଅଧିକାଂଶ ସ୍କୁଲର ମରାମତି କାମ ସରିଛି । ଯେଉଁ ବିଦ୍ୟାଳୟରେ ମରାମତି କାମ ସରି ନ ଥିବ, ସେହି ବିଦ୍ୟାଳୟର ଛାତ୍ରଛାତ୍ରୀ ପାଖରେ ଥିବା ବିଦ୍ୟାଳୟକୁ ଆସି ପାଠ ପଢ଼ିବେ

{"id":125536}

ସ୍କୁଲ ଖୋଲାକୁ ନେଇ ଥିବା ଦ୍ବନ୍ଦ୍ବ ତ ଦୂର ହୋଇଗଲା, କିନ୍ତୁ ଭାଙ୍ଗିଯାଇଥିବା ସ୍କୁଲରେ କେବେ ପାଠପଢା ସ୍ବଭାବିକ ହେବ, ପିଲାମାନେ କେମିତି ପାଠପଢି ଆଗକୁ ବଢିବେ ତାହା ଚିନ୍ତାର ବିଷୟ ନିଶ୍ଚୟ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.