ଫେରିଲା କଟକଣା: ଜାନୁୟାରୀ ୩୦ ଯାଏଁ ୟୁପିର ସମସ୍ତ ସ୍କୁଲ, କଲେଜ ବନ୍ଦ

Published By : Prameya-News7 Bureau | January 22, 2022 IST

ଲକ୍ଷ୍ନୌ ୨୨/୦୧: ସାରା ଦେଶରେ ଜାରି ରହିଛି କରୋନାର ତୃତୀୟ ଲହର । ଏହାକୁ ଦୃଷ୍ଟିରେ ରଖି ବିଭିନ୍ନ ରାଜ୍ୟକୁ ପୁଣି ଫେରିଛି କଟକଣା । ଶନିବାର ଦିନ ଉତ୍ତରପ୍ରଦେଶ ସରକାର କୋଭିଡ -19 କୁ ଦୃଷ୍ଟିରେ ରଖି ରାଜ୍ୟର ସମସ୍ତ ସ୍କୁଲ ଏବଂ କଲେଜକୁ ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଛନ୍ତି । ଜାନୁଆରୀ ୩୦ ଯାଏଁ ଏହି କଟକଣା ଜାରି ରହିବ । ଏକ ସରକାରୀ ବିବୃତ୍ତି ଅନୁଯାୟୀ, ଏହି ସମୟ ମଧ୍ୟରେ ଅନଲାଇନ୍ କ୍ଲାସ୍ ଜାରି ରହିବ ।

ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅବନୀଶ କୁମାର ଆୱସ୍ତିଙ୍କ ଦ୍ୱାରା ଜାରି କରାଯାଇଥିବା ନିର୍ଦ୍ଦେଶ ଅନୁଯାୟୀ ଜାନୁୟାରୀ ୩୦ ପର୍ଯ୍ୟନ୍ତ ସ୍କୁଲ ବନ୍ଦ କରାଯାଇଛି । ତେବେ ଅନଲାଇନ୍ କ୍ଲାସ୍ ଜାରି ରହିବ । ରାଜ୍ୟରେ କୋଭିଡ -19 ର ବଢୁଥିବା ମାମଲାକୁ ଦୃଷ୍ଟିରେ ରଖି ସରକାର ଜାନୁଆରୀ ୨୩ ପର୍ଯ୍ୟନ୍ତ ଶିକ୍ଷାନୁଷ୍ଠାନ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଗତ କିଛି ଦିନ ଧରି ଦେଶରେ କରୋନା ଭାଇରସର ଦୈନିକ ମାମଲା ୩ ଲକ୍ଷରୁ ଅଧିକ ରହୁଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.