ନୂଆଦିଲ୍ଲୀ ୦୨।୧୨ : ଶୁକ୍ରବାର ଦିଲ୍ଲୀର ସମସ୍ତ ସ୍କୁଲ । ରାଜଧାନୀରେ ବାୟୁ ପ୍ରଦୂଷଣ ପାଇଁ ଏପରି ନିଷ୍ପତ୍ତି ନେଲେ କେଜ୍ରିଓ୍ୱାଲ ସରକାର । ପୂର୍ବରୁ ବାୟୁ ପ୍ରଦୂଷଣ ପାଇଁ ସ୍କୁଲ ବନ୍ଦ ଥିଲା । କିନ୍ତୁ କିଛି ଦିନ ତଳେ ସ୍କୁଲ ଖୋଲିବାକୁ ନିଷ୍ପତ୍ତି ନେଇଥିଲା ସରକାର। ଯାହାକୁ ନେଇ ଆକ୍ଷେପ କରିଥିଲେ ସୁପ୍ରିମକୋର୍ଟ । ଏହାପରେ କେକ୍ରିଓ୍ୱାଲ୍ ସରକାର ସ୍କୁଲ ବନ୍ଦ ପାଇଁ ନିଷ୍ପତ୍ତି ନେଇଛନ୍ତି ।
ଖବର ଅନୁଯାୟୀ, ଦିଲ୍ଲୀ ଗତ କିଛି ଦିନ ହେଲା ବାୟୁ ପ୍ରଦୂଷଣ ବଢିବାରେ ଲାଗିଥିଲା । ଏକ୍ୟୁଆଇରେ ଦିଲ୍ଲୀର କିଛି ସ୍ଥାନରେ ବାୟୁ ପ୍ରଦୂଷଣ ସ୍ତର ୬୦୦ ପାର୍ ହୋଇଥିଲା । ତେବେ ଦିଲ୍ଲୀର ବାୟୁ ପ୍ରଦୂଷଣ ନେଇ ସୁପ୍ରିମକୋର୍ଟ ଦିଲ୍ଲୀ ସରକାରଙ୍କୁ ତାଗିଦ୍ କରିଥିଲେ । ଚାକିରିଆ ଲୋକେ ଘରେ ବସି କାମ କରୁଥିବା ବେଳେ ଛୋଟ ପିଲାମାନେ କଣ ପାଇଁ ସ୍କୁଲ ଯାଉଛନ୍ତି । ଯାହାକୁ ନେଇ ଖପ୍ପା ହୋଇଥିଲେ ସୁପ୍ରିମକୋର୍ଟ ।
ସୁପ୍ରିମ୍କୋର୍ଟଙ୍କ ଏଭଳି ସମାଲୋଚନା ପରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଥିଲେ ଦିଲ୍ଲୀ ସରକାର । ଆସନ୍ତାକାଲିଠୁ ଦିଲ୍ଲୀର ସମସ୍ତ ସ୍କୁଲ ବନ୍ଦ ରଖିବାକୁ କେଜ୍ରିଓ୍ୱାଲ୍ ସରକାର ନିଷ୍ପତ୍ତି ନେଇଛନ୍ତି ।ଏନେଇ କେଜ୍ରିଓ୍ୱାଲ୍ ସରକାରରେ ଥିବା ମନ୍ତ୍ରୀ ଗୋପାଲ ରାୟ ସୂଚନା ଦେଇଛନ୍ତି । ଆଗାମୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ସ୍କୁଲ ବନ୍ଦ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି ଦିଲ୍ଲୀ ସରକାର ।